ସାବଧାନ ! ଭୁଲରେ ମଧ୍ୟ ଶନିବାର ଦିନ କଣ କରିବେ ଏବଂ କଣ କରିବେ ନାହିଁ ଦେଖନ୍ତୁ

0

ଶନିବାର ଶନିଦେବଙ୍କ ବାର ଅଟେ ଏବଂ ପୁରାଣ ଅନୁସାରେ ସୂର୍ଯ୍ୟଙ୍କ ପୁତ୍ର ଶନିଦେବ ଅଟନ୍ତି । ଶନିଦେବ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ 3 ଥର ଆସିଥାନ୍ତି , ପ୍ରତ୍ୟେକ ମନୁଷ୍ୟ ଉପରେ ଶନିଦେବ ଙ୍କର ପ୍ରଭାବ ସେମାନଙ୍କ ଗ୍ରହ ଅନୁସାରେ ପଡିଥାଏ । ଶନିଦେବଙ୍କ ବକ୍ରଦୃଷ୍ଟି ଯାହା ଉପରେ ପଡିଥାଏ , ସେ ବ୍ୟକ୍ତି ଜୀବନରେ କେବେହେଲେ ଉନ୍ନତି କରିପାରି ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ 8 ଟି ବସ୍ତୁ ବିଷୟରେ ଜଣେଇବୁ , ଯାହାକୁ ଶନିବାର ଦିନ ଭୁଲରେ ମଧ୍ୟ କିଣିବା ଉଚିତ୍ ନୁହଁ ।

1. ଲୁହା :-

ଶନିବାର ଦିନ ଲୁହା କା ଲୁହା ରେ ନିର୍ମିତ କୌଣସି ବସ୍ତୁ କିଣିବା ଉଚିତ୍ ନୁହେଁ ଏହା କରିବା ଦ୍ୱାରା ଶନିଦେବ କ୍ରଧିତ ହୋଇଥାନ୍ତି । ଆପଣ ମାନେ ଶନିବାର ଦିନ ଲୁହା ନିର୍ମିତ କୌଣସି ବସ୍ତୁ ଅନ୍ୟ କୁ ଦାନ କରି ପାରିବେ । ଏହା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ ।

2. ଚମଡା :-

ଚମଡା ରେ ନିର୍ମିତ କୌଣସି ବସ୍ତୁ ଯେମିତିକି ବେଲ୍ଟ , ପର୍ସ ଆଦି କିଣିବା ଉଚିତ୍ ନୁହେଁ , ଏହିସବୁ ଜିନିଷ କିଣିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ବିଫଳତା ଦେଖାଯାଏ ।

3. ତେଲ :-

ଶନିବାର ଦିନ କୌଣସି ପ୍ରକାର ତେଲ ଘରକୁ ଆଣିବା ଉଚିତ୍ ନୁହେଁ , ଯଦି ଆପଣ ଶନିବାର ଦିନ ତେଲ କିଣୁଛନ୍ତି ତେବେ ଆପଣଙ୍କ ଘରେ ବିମାରୀ ବା କଷ୍ଟ ଆସିଥାଏ । ଆପଣ ମାନେ ଚାହିଁଲେ ଶନିବାର ଦିନ ଶନିଦେବଙ୍କୁ ତେଲ ଚଢାଇ ପାରିବେ ।

4. କୁଇଲା :-

ଶନିବାର ଦିନ କୋଇଲା ଆଣିବାକୁ ବାରଣ କରାଯାଏ , କୋଇଲା କଳା ରଙ୍ଗ ର ହୋଇଥାଏ । ଯାହାକୁ ଶନିବାର ଦିନ ଘରକୁ ଆଣିବାର ଅର୍ଥ ଶନିଦେବ ଙ୍କ ସ୍ୱରୂପକୁ ଆଣିବା । ତେଣୁ ଶନିବାର ଦିନ କୌଣସି ଇନ୍ଧନ କୁ ଆଣିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ସେହିଦିନ ଠାରୁ ଘରେ ଖରାପ ସମୟର ଆରମ୍ଭ ହୋଇଥାଏ ।

5.ଝାଡୁ :-

ଶନିବାର ଦିନ ଝାଡୁ କିଣିବା ଦ୍ୱାରା ଘରେ ଧନହାନୀ ହୋଇଥାଏ , ତେଣୁ ଭୁଲରେ ମଧ୍ୟ ଶନିବାର ଦିନ ଝାଡୁ କିଣନ୍ତୁ ନାହିଁ ।

6. କାଲେତିଲ :-

ଶନିବାର ଦିନ କାଲେତିଲ କିଣିବା ବର୍ଜନ କରାଯାଇଛି , ଏହି ବାରରେ କାଲେତିଲ ଆଣିବାର ଅର୍ଥ ସ୍ୱୟଂ ଶନିଦେବ ଆଗମନ କରିବା ।

7. ଲୁଣ :-

ଶନିବାର ଦିନ ଲୁଣ କିଣିବା ଦ୍ୱାରା , ଘରେ ସ୍ୱସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ , ତେଣୁ ଶନିବାର ଦିନ ଲୁଣ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ।

8. କାଳିଦୁଆତ :-

କାଳି ଦୁଆତ ଶନିବାର ରେ କିଣିବା ଅଶୁଭ ମାନା ଯାଇଥାଏ , ଏହା ଆପଣଙ୍କୁ କଳଙ୍କିତ କରି ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।