ହେ ଭଗବାନ ! ପେନ୍‌କିଲର ବଟିକା ବଦଳରେ ଭୁଲରେ ଇୟରଫୋନ୍‌ ଗିଳିଦେଲେ ମହିଳା, ପରେ ପେଟରେ ବାଜିଲା ଗୀତ..ଆଉ ତା ପରେ….

0

ଦିନକୁ ଦିନ ଟେକ୍ନୋଲୋଜି ଉନ୍ନତିକରଣ ଯୋଗୁଁ ଆଜିକାଲି ସୋସିଆଲ ମିଡିଆରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି। ଗୋଟିଏ ସ୍ଥାନରେ ବସି ଆମେ ଦେଶ ଦୁନିଆ ମଧ୍ୟରେ ଘଟୁଥିବା ସମସ୍ତ ଖବର ବିଷୟରେ ଖୁବ ସହଜରେ ଅବଗତ ହୋଇପାରୁଛୁ। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭାଇରାଲ ଭିଡ଼ିଓ ଦେଖିବା ପାଇଁ ମିଳିଥାଏ। ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଭିଡ଼ିଓ କିମ୍ବା ଘଟଣା ଦେଖିବା ପାଇଁ ମିଳିଥାଏ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଆଶ୍ଚର୍ଯ୍ୟକର ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ଜଣେ ମହିଳା ଯିଏକି ପେନ କିଲର ମେଡ଼ିସିନ ବଦଳରେ ଇୟର ପୋର୍ଟ ଗିଲିଦେଇଥିବା କଥା ଏକ ଭିଡ଼ିଓ ମାଧ୍ୟମରେ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଆମେରିକାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ କାର୍ଲି ନାମରେ ଜଣେ ମହିଳା ସେ କିଛି ଦିନ ପୂର୍ବରୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ତାଙ୍କର ମୁଣ୍ଡ ଯନ୍ତ୍ରଣା ହେବାରୁ ତାଙ୍କ ବନ୍ଧୁ ଜଣକ ତାଙ୍କୁ ପେନକିଲର ଟେବଲେଟ ଦେଇଥିଲେ। ତେବେ ମେଡ଼ିସିନଟିକୁ ଟେବୁଲ ଉପରେ ରଖି ଚାଲିଗଲେ। ଏହାପରେ ସେ ଇୟରପୋର୍ଟଟିକୁ ଗିଳିଦେଇଥିଲେ। କାନରେ ଗୋଟିଏ ପଟ ଇୟାରପୋର୍ଟ ଥିବାରୁ ସେ ଏଣେ ତେଣେ ମଧ୍ୟ ଖୋଜା ଖୋଜି କଲେ। ଏହାପରେ ଅନେକ ସମୟ ଖୋଜିବା ପରେ ପ୍ରଥମେ ସେ ଲୋକେଶନ ଟ୍ରେସ କଲେ ଲୋକେଶନ ରେ ତାଙ୍କ ଘର ହଁ ଦେଖାଇ ଥିଲା। ପୁଣି ଘରେ ଖୋଜିବା ପରେ ମିଳିନଥିଲା। ତାପରେ ବାଧ୍ୟ ହୋଇ ରିଂ କରିଥିଲେ। ତାଙ୍କ ପେଟ ଭିତରେ ଗୀତ ବାଜିଥିଲା। ଏହାପରେ ସେ ଜାଣିବା ପାଇଁ ପାଇଥିଲେ ସେ ପେନକିଲର ବଦଳରେ ଇୟର ପୋର୍ଟକୁ ଗିଲିଦେଇଥିଲେ। ସେ ପ୍ରଥମେ ଭୟଭୀତ ହୋଇଯାଇଥିଲେ।

ଏହାପରେ ସେ ଧର୍ଯ୍ୟ ସହକାରେ ରାତିରେ ପେଟ ଭର୍ତି କରି ଖାଇ ଶୋଇ ପଡିଲେ। ସକାଳୁ ଉଠି ନିତ୍ୟ କର୍ମ ସାରି ଡାକ୍ତର ପାଖକୁ ଯିବା ପାଇଁ ବାହାରିଲେ। ତାପରେ ସେ ଡାକ୍ତର ପାଖକୁ ଯାଇଥିଲେ। ଡାକ୍ତରଙ୍କୁ ସମସ୍ତ କଥା ଶୁଣି ସାରିବା ପରେ ସେ ତାଙ୍କର ପେଟ ସ୍କାନ କରିଥିଲେ। ପେଟ ସ୍କନରୁ ଜଣାପଡିଥିଲା ତାଙ୍କ ପେଟ ମଧ୍ୟରେ କୌଣସି ଇଲେକ୍ଟ୍ରି ସାମଗ୍ରୀ ନାହିଁ। ଡାକ୍ତରଙ୍କ କହିବା କଥା ଯେ ତାଙ୍କ ପେଟରେ ନାହିଁ ସକାଳେ ଝାଡା ବସିଥିବା ସମୟରେ ତାଙ୍କ ଝାଡ଼ରେ ବାହାରି ଯାଇଛି। ଏସବୁ ଶୁଣିବା ପରେ ସେ ନିଜକୁ ଆସ୍ୱସ୍ତି ଅନୁଭଵ କରିଥିଲେ। ତାଙ୍କର ଏହିଭଳି ଅନୁଭୂତି ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।