ବଡ ଘୋଷଣା ! ବିବାହ ଭୋଜି ଖାଇବାକୁ ହେଲେ ଆଣିବାକୁ ହେବ ଆଧାର କାର୍ଡ, ଆସନ୍ତୁ ଜାଣିବା ନୂଆ ନିୟମ ସମ୍ପର୍କରେ…

0

ଆଜିକାଲି ସମୟ ଆଧୁନିକର ଯୁଗ।ଏହି ସମୟରେ ନିଜର ପରିଚୟ ଦେବାକୁ ହେଲେ ଆଧାର କାର୍ଡ ର ସମ୍ପୂର୍ଣ୍ଣ ଭାବରେ ଆବଶ୍ୟକତା ପଡିଥାଏ। ଏହି କାର୍ଡ ଏବେ ସବୁ କ୍ଷେତ୍ରରେ ନିହାତି ଦରକାର ଯେମିତି ନ ଥିଲେ କିଛି କରିପାରିବେନି।ଆମ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ରେ ନୂଆ ନିୟମ ଆଧାର କାର୍ଡ କୁ ସବୁ ସ୍ଥାନରେ ବ୍ୟବହାର କରିବେ।ଏହି ସମୟରେ ଗୋଟିଏ ବାହାଘର ଘଟଣା ଦେଖିବାକୁ ମିଳିଛି ,ଯେଉଁଠାରେ ମଧ୍ୟ ଆଧାର କାର୍ଡ ର ଆବଶ୍ୟକତା ପଡିଛି। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ ଘଟଣା ସମ୍ପର୍କରେ।

ବିବାହ ଭୋଜି ଖାଇବାକୁ ହେଲେ ସ୍ବତନ୍ତ୍ର ଆଧାର କାର୍ଡ ଦରକାର।ଯଦି କାର୍ଡ ନେଇ ନାହାନ୍ତି ତେବେ ବିବାହ ଭୋଜି ରୁ ବଂଚି ପାରନ୍ତି।ଏହି ଘଟଣା ଟି କୋଲକାତା ରେ ଦେଖା ଦେଇଛି। କିନ୍ତୁ ଆଧାର କାର୍ଡ ଅବିକଳ ନିଆରା ଫୁଡ ମେନ୍ୟୁ କାର୍ଡ ପାଇଁ ନବବିବାହିତ ଦମ୍ପତି ବହୁତ ଚର୍ଚ୍ଚା ରେ। ଏଠାରେ ସତରେ ଫୁଡ ମେନ୍ୟୁ ସତେ ଯେପରି ଆଧାର କାର୍ଡ।

କିନ୍ତୁ ଏବେ ସମସ୍ତେ ବାହାଘର ସ୍ବତନ୍ତ୍ର ଉପାୟରେ ଆୟୋଜିତ କରା ଯାଉଛି। ଏହି ସମୟରେ କେହି କେହି ନିଜର ନିମନ୍ତ୍ରଣ ପତ୍ର ପାଇଁ ଚର୍ଚ୍ଚାକୁ ଆସୁଥିବା ବେଳେ କେହି କେହି ନିଜ ବିବାହ ଭୋଜି ବୁଲା କୁକୁରଙ୍କୁ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏହି ପରି ପ୍ରେକ୍ଷୀରେ ପଶ୍ଚିମବଙ୍ଗର ଏହି ଦମ୍ପତି ନିଜ ବିବାହାର ମେନ୍ୟୁ କାର୍ଡ ପାଇଁ ଆଲୋଚନାର ବିଷୟ ପାଲଟିଛି ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ଦେଖି ନବ ଦମ୍ପତି ବେଶ ଖୁସିରେ ଅଛନ୍ତି। ନବ ବିବାହ କରୁଥିବା ଦମ୍ପତି ହେଲେ ପୁଅ ଗୋଗୁଲ ଶାହା ଏବଂ ଝିଅ ସୁବର୍ଣ୍ଣା ଦାସ ନିଜ ବିବାହ ଭୋଜିର ମେନ୍ୟୁ କାର୍ଡ ଚର୍ଚ୍ଚାର ପରିସରକୁ ଆସିଥିବାରୁ ଖୁସି ଅଛନ୍ତି ବୋଲି କହିଛନ୍ତି।ଏହିଭଳି ବିବାହ ର ଭୋଜି କେବେ ହୋଇ ନଥିବା ଲାଗୁଚି।

ତେବେ ଗୋଗୁଲ କହିଛନ୍ତି, ଏଭଳି ଏକ ସ୍ବତନ୍ତ୍ର ମେନ୍ୟୁ କାର୍ଡ ପାଇଁ ‘ଡିଜିଟାଲ ଇଣ୍ଡିଆ’ ଭାବନାରେ ଅନୁପ୍ରାଣିତ ହୋଇ ସୁବର୍ଣ୍ଣା ଆଇଡିଆ ଦେଇଛନ୍ତି। ନବବଧୂ ଜଣଙ୍କ ଭାବିଛନ୍ତି କିଛି ନିଆରା କରିବାର ପ୍ରୟାସ। କିଛି ଅତିଥି ଏହି କାର୍ଡ ଦେଖିକି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଅନ୍ୟ କେତେକ ଅତିଥି ଭାବିଛନ୍ତି ଭୋଜି ପାଇଁ ଆଧାର କାର୍ଡ ବୋଧ ହୁଏ ବାଧ୍ୟତାମୂଳକ। ଆଉ କିଛି ଏ ନେଇ ପଚାରିଥିବାର ଗୋଗୁଲ କହିଛନ୍ତି। ଭୋଜି ଭାତରେ ଏଥିପାଇଁ ଅନେକ ମଜା ମଧ୍ୟ କରିଛନ୍ତି।

ଏହି ଦୁଇ ଦମ୍ପତି ସୁବର୍ଣ୍ଣା ଏବଂ ଗୋଗୁଲ ଫେବୃଆରୀ ୧ରେ ବିବାହ କରିଛନ୍ତି।କୋଲକାତାର ରାଜଘାଟ ଅଞ୍ଚଳର ଦୁହିଁଙ୍କ ଘର।ନବ ବଧୂ ସୁବର୍ଣ୍ଣା ଜଣେ ଡାକ୍ତର ହୋଇଥିବା ବେଳେ ଶାହା ଜଣେ ମାର୍କେଟିଂ କର୍ମଚାରୀ ବୋଲି ସୂଚନାରୁ ଜଣାପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।