Viral video – ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ସ୍ପିରିଟ ଢାଳି ଜିଅନ୍ତା ଜାଳିଦେଲା ନୃଶଂସ ପ୍ରେମିକ, ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା

0

ଏକ ପାଖିଆ ପ୍ରେମ କାରଣରୁ ଘଟିଲା ଭୟଙ୍କର ଘଟଣା। ପ୍ରେମିକ ନେଇଗଲା ପ୍ରେମିକାର ଜୀବନ। ତେବେ ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ଓ ତାପରେ ପ୍ରତାରଣା କାରଣରୁ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ।ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କ ଛାତି ବି ଭୟରେ ଥରି ଉଠିବ। ତେବେ ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରରେ ଘଟିଛି। ସୂଚନା ଅନୁସାରେ ଏଠାରେ ଏକ ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ହେଉଥିବା ଅର୍ଦ୍ଧଦଗ୍ଧ ଜଣେ ଯୁବତୀଙ୍କୁ। ଯିଏକି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।

ଏହାପରେ ସେହିଭଳି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ତାଙ୍କୁ ନିଆ ଯାଇଥିବା ବେଳେ, ସେଠାରେ ଚିକିତ୍ସା ସମୟରେ ଆଖି ବୁଜି ଦେଇଥିଲେ ଏହି ଯୁବତୀ ଜଣଙ୍କ। ତେବେ ମିଳିଥିବା ସୂଚନା ଅନୁସାରେ ଏହି ଯୁବତୀ ଜଣଙ୍କ ହେଉଛନ୍ତି ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ସବୁଠାରୁ ବଡ କଥା ହେଉଛି ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଏହି ଯୁବତୀ ଜଣଙ୍କ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ ଦେଇ ଯାଇଥିଲେ। ତେବେ ଏହି ଯୁବକର ନାମ ହେଉଛି କୃଷ୍ଣଚନ୍ଦ୍ର। ଯାହା ଜଣା ପଡିଛି ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସଂପର୍କ ଥିଲା ଏବଂ ଉଭୟଙ୍କ ବାହାଘର ପାଇଁ ପ୍ରସ୍ତାବ ମଧ୍ୟ ପଡ଼ିଥିଲା।

ତେବେ କୃଷ୍ଣଚନ୍ଦ୍ର ପରେ ବାହାଘର ପାଇଁ ଅରାଜି ହୋଇଥିଲେ ଏବଂ ଶୁଭସ୍ମିତାଙ୍କୁ ହଇରାଣ କରିବା ସହ ପରିବାର ଲୋକଙ୍କୁ ଫୋନରେ ଧମକଚମକ ଦେଉଥିଲେ। ଏହାପରେ ସେମାନଙ୍କର ପ୍ରସ୍ତାବ ଭାଙ୍ଗି ଯାଇଥିଲା। ତେବେ ଏହାପରେ ଆଗକୁ ପୂର୍ବ ପ୍ରେମିକା ଶୁଭସ୍ମିତା କାଳେ ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି କରିବେ, ସେହି ଆଶଙ୍କା କରି କୃଷ୍ଣଚନ୍ଦ୍ର କିଛି ବାହାନା କରି ଯୁବତୀଙ୍କୁ ନିଜ ଗାଁକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏନେଇ ଯୁବତୀଙ୍କ ବାପା ମଧ୍ଯ ଅଭିଯୋଗ କରିଛନ୍ତି। ତେବେ ଏଭଳି ଏକ ଲୋମହର୍ଷକ ମାମଲା ନେଇ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରୁ ଅଭିଯୋଗ ଆସିବା ପରେ ଉକ୍ତ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସ୍ଥାନୀୟ ପ୍ରତାପପୁର ଗାଁର କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରେ ସ୍ପିରିଟ ଢାଳି ନିଆଁ ଲଗାଇଦେଲେ ବୋଲି ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ମୃତ ଯୁବତୀ ଶୁଭସ୍ମିତା। ଯାହାକୁ ନେଇ ତଦନ୍ତ ପ୍ରକ୍ରିୟା ଅଗ୍ରସର ହେଉଛି। କିନ୍ତୁ ଏପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ। କିନ୍ତୁ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିବା ବେଳେ ତଦନ୍ତ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ତେବେ ନୃସଂଶତା କିପରି ସୀମା ଟପି ପାରେ ତାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।