ବିବାହ କରିବେ ପୁରୀ ଗଜପତି ମହାରାଜଙ୍କ ଝିଅ : ଦିବ୍ୟସିଂହଦେବଙ୍କ ଚତୁର୍ଥ କନ୍ୟା ଦେବେଶୀ ଦେବୀଙ୍କ ବାହାଘର ପ୍ରସ୍ତୁତି… ଦେଖନ୍ତୁ ଭିଡ଼ିଓ

0

ଦୁନିଆରେ ସମସ୍ତ ମଣିଷ ତାର ଜୀବନ ଶୈଳୀ ଭିତରେ ବିଭିନ୍ନ ସୁବିଧା ଆଉ ଅସୁବିଧା ଦେଇ ଗତି କରିଥାଏ। ଏହାରି ଭିତରେ ଗୋଟିଏ ପିଲା ବାଲ୍ୟ କାଳରୁ ବଡ଼ ହେବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥାଏ। ତା ପରେ ସେ ସଂସାରିକ ମୋହ ମାୟାରେ ରହି ପରିବାର ପାଇଁ ଆଗାମୀ ପିଢ଼ି ନିମନ୍ତେ କିଛି କରି ଥାଆନ୍ତି। ବାପା ଓ ମା ନିଜର ପୁଅ କିମ୍ବା ଝିଅକୁ ବିବାହ ଦେବା ପରେ ନିଜେ ବହୁତ ଖୁସି ହୋଇ ଥାଆନ୍ତି। ଏହି ବିବାହ ପାଇଁ ବାପା ଓ ମା ବଡ଼ ବଡ଼ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇ ଥାଆନ୍ତି। ଏହିପରି ପୁରୀର ଗଜପତି ମହାରାଜ ତାଙ୍କର କନ୍ୟାର ବାହାଘର ସାମ୍ନାକୁ ଆସିଛି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ପୁରୀ ଗଜପତି ମହାରାଜାଙ୍କ ଝିଅଙ୍କର ବିବାହ ଘର। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ତୃତୀୟ କନ୍ୟା ଦେବୀଶ୍ରୀ ଦେବୀଙ୍କ ବାହାଘର ବୁଧବାର ହେବାକୁ ଯାଉଛି। ତେବେ ହରିୟାଣାର ଗୁରଗାଁଓ ର ରାଜୀବ ଗେହେରଙ୍କ ପୁତ୍ର ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ ଗେହେରଙ୍କ ସହିତ ପୁରୀ ଗଜପତି ମହାରାଜାଙ୍କ ରାଜକୁମାରିଙ୍କ ସହିତ ବିବାହ ହେବ। ଏଥି ସହିତ ରାଜ ପରିବାରର ବାହାଘର ନିମନ୍ତେ ବ୍ୟାପକ ଆୟୋଜନ କରିଛନ୍ତି। ଏହା ଗଜପତି ମହାରାଜାଙ୍କ ଶେଷ ପାରିବାରିକ ମହଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରାଜ ପରିବାରର ସଦସ୍ୟ ମାନେ ଯୋଗ ଦେବେ। ଏହି ସମୟରେ କୋଭିଡ କଟକଣାକୁ ଆଖି ଆଗରେ ରଖିବା ସହିତ ସମସ୍ତଙ୍କୁ ପୁରୀରେ ରହିବା ପାଇଁ ଆୟୋଜନ କରିଛନ୍ତି। କୋଭିଡ ପାଇଁ ଏହିପରି କାର୍ଯ୍ୟକ୍ରମକୁ ଆଡମ୍ବରେ କରୁଥିଲେ ମଧ୍ୟ ବ୍ୟାପକ ଆଡମ୍ବରେ କରା ଯାଉନାହିଁ।

ଏହାରି ଭିତରେ ଗଜପତି ମହାରାଜା ପୁରୀ ରାଜନଗର ସହିତ ଭୁବନେଶ୍ୱର ମେ ଫେୟାର ରେ ବିବାହ ଭୋଜି ନିମନ୍ତେ ଆୟୋଜନ କରିଛନ୍ତି। ତେବେ ସୂଚନା ଅନୁସାରେ ରାଜ୍ ନଗରରେ ଆଜି ଶ୍ରୀମନ୍ଦିରର ପରିଚାଳନା କମିଟିର ସଦସ୍ୟ ବରିଷ୍ଠ ସେବାୟତ ମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରା ଯାଇଥିବା ବେଳେ ଅନ୍ୟ ସ୍ଥାନରୁ ଲୋକଙ୍କ ପାଇଁ ଓ ଭୁବନେଶ୍ୱରସ୍ଥିତ ଲୋକଙ୍କ ପାଇଁ ହୋଟେଲ ମେ ଫେୟାର ଥରେ ଭୋଜନ ଆୟୋଜନ କରା ଯାଇଛି। ରାଜ୍ ନଗରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା ପ୍ରସ୍ତୁତି କରିବା ସହିତ ଠିକ ଭାବରେ ବ୍ୟବସ୍ଥା କରିଛନ୍ତି।

ମଙ୍ଗଳ ବାର ଦିନ ବର ପକ୍ଷ ସମସ୍ତେ ପହଂଚି ସାରିଛନ୍ତି ଆଉ ତାଙ୍କ ପାଇଁ ସବୁ ରହଣୀ ର ଆୟୋଜନ କରା ଯାଇ ସରିଛି। ସେ ଗତ ମଙ୍ଗଳ ବାର ଦିନ ପହଂଚିବା ସହିତ କୋଭିଡର ନିୟମ ଅନୁସାରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତାଙ୍କର ରାଜ୍ କୁମାରୀଙ୍କ ପାଇଁ ମହାରାଜ ବଡ଼ ମହୋତ୍ସବ ପାଳନ କରିଛନ୍ତି ଯାହା ଏହି କୋଭିଡ କଟକଣା ଭିତରେ। ଆଉ ତାଙ୍କର ଆୟୋଜନ ବହୁତ ଧୁମଧାମ ର ମଧ୍ୟ କରିବାକୁ ଚେଷ୍ଟା କରିଛନ୍ତି। ବାହାଘର ପାଇଁ ସେ ସବୁକୁ ଭଲ ଭାବରେ ଭାର ନେଇକି କରୁଛନ୍ତି ଏବଂ ଯେତେବେଳେ ସେ ପୁରୀ ଗଜପତି ମହାରାଜା ଶେଷ କନ୍ୟାଙ୍କ ପାଇଁ ଏତେ ସବୁ ଧୁମଧାମରେ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।