Breking News – ବିବାହ ପାଇଁ କାର୍ରେ ଯାଉଥିଲେ ଅଭିନେତା ବରୁଣ ଧୱନ, ହେଲେ ୱେଡିଂ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା କାର୍…
ଆପଣ ମାନେ ଜାଣିଥିବେ ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତା ଯିଏକି ଅଭିନୟ ରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ପ୍ରଶଂସକ ମାନଙ୍କୁ ତାଙ୍କ ଅଭିନୟ ର ଯାଦୁରେ ବାନ୍ଧି ରଖି ପାରିଛନ୍ତି ସେ ହେଉଛନ୍ତି ବଲିଉଡ୍ ର ହ୍ୟାଣ୍ଡସମ୍ ହିରୋ ବରୁଣ ଧୱନ। ଏହି ବଲିଉଡ୍ କଳାକାର ଏକ ସ୍ବତନ୍ତ୍ର ଓ ଭିନ୍ନ ଧରଣର ଅଭିନୟ ର କଳା ସବୁବେଳେ ଦର୍ଶକ ମାନଙ୍କୁ ଦେଖାଇ ଥାଆନ୍ତି।
ତେବେ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତା ଜଣଙ୍କ ନିକଟରେ ବିବାହ କରିବାକୁ ଯାଉଛନ୍ତି।ଆଉ ଏହି ବିବାହ ପୂର୍ବରୁ ତାଙ୍କ ସହ ଘଟିଛି ଏକ ଅଘଟଣ। ଆପଣଙ୍କୁ କହି ରଖୁଛୁ ଯେ ଗତକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ବିବାହ ସ୍ଥିର ହୋଇଥିଲା ।
ଆଉ ଏହାପରେ କିଛି ସମୟ ପରେ ଆଲିବାଗ ସ୍ଥିତ “ଦ ମେନସନ ହାଉସ” ରିସର୍ଟରେ ବରୁଣ ତାଙ୍କ ପିଲାଦିନର ସାଙ୍ଗ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯେଉଁ କାରଣରୁ ଏକ ଖୁସିର ମାହଲ ଦେଖିବାକୁ ମିଳିଛି। ଏହାରି ଭିତରେ ଗତକାଲି ସକାଳୁ ସକାଳୁ ବରୁଣଙ୍କୁ ସହ ଏକ ଅଘଟଣ ଘଟି ଯାଇଛି।ଆଉ ପରେ ଏଥିପାଇଁ ଏମିତି ଏକ ଖବର ଶୁଣି ତାଙ୍କ ଫ୍ୟାନ ମାନେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ବରୁଣଙ୍କ କାର ଟି ଦୁର୍ଘଟଣା ଗସ୍ତ ହୋଇଛି । କିନ୍ତୁ ବରୁଣଙ୍କର ସେପରି କୌଣସି କ୍ଷତି ହୋଇ ନଥିବା କୁହା ଯାଉଚି।
ସୂଚନା ଯୋଗ୍ୟ ଯେ ଜାନୁଆରୀ ୨୩ ତାରିଖ ଶନିବାର ଅଲିବାଗ ସ୍ଥିତ ମେନସନ ଯିବା ପାଇଁ ବାହାରି ଥିବା ବେଳେ ବାଟରେ ତାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆଉ ଏହି ଆକ୍ସିଡେଣ୍ଟ ସମୟରେ ବରୁଣ ଗାଡି ଭିତରେ ହିଁ ମହଜୂତ ଥିଲେ। ଅଳ୍ପକେ ସେ ବର୍ତ୍ତି ଯାଇଛନ୍ତି ଏହି ଦୁର୍ଘଟଣା ରୁ।
କାରଣ ଖୁବ ନିକଟରୁ ହିଁ ଦୁର୍ଘଟଣାରୁ ରକ୍ଷା ପାଇ ଛନ୍ତି ବୋଲି ଯାହା ଜଣା ପଡିଛି।ତେବେ ଦୁର୍ଘଟଣା ରେ ସେ ବିଶେଷ କ୍ଷତିଗ୍ରସ୍ତ ହୋଇ ନଥିବା ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି।ତେବେ ଜାଣି ରଖନ୍ତୁ କି ବରୁଣ ଏବଂ ତାଙ୍କ ପତ୍ନୀ ହେବାକୁ ଯାଉଥିବା ଯୁବତୀଙ୍କ ପରିବାର ଜାନୁଆରୀ ୨୨ ତାରିଖରେ ଆଲିବାଗ ଆସି ପହଂଚି ଯାଇଥିଲେ।
View this post on Instagram
ଆଉ ସେଠାରେ ବରୁଣ ନିଜର କିଛି ନିକଟତର ସାଙ୍ଗ ମାନଙ୍କ ପାଇଁ ଏକ ବ୍ୟଚେଲର ପାର୍ଟିର ଆୟୋଜନ ମଧ୍ୟ କରିଥିଲେ।ଏକ ହାଇ ପ୍ରୋଫାଇଲ୍ ବିବାହ ହୋଇ ଥିବାରୁ ଅଭିନେତାବରୁଣଙ୍କ ବିବାହରେ ଜାହ୍ନବୀ ଓ ଖୁସି କାପୁର, ସଲମାନ ଖାଁ, କ୍ୟାଟ୍ରିନା କେଫ, ଅର୍ଜୁନ କାପୁର, ମଲାଇକା ଅରୋରା, ଆଣିଲା କପୁର, ରିୟା କପୁର, ନିଁତୁ କପୁରଙ୍କ ପରି ସେଲିବ୍ରିଟି ସାମିଲ ହେବାକୁ ଯାଉଛନ୍ତି। ବଲିଉଡ୍ ରେ ଏହାକୁ ନେଇ ଖୁସିର ମାହାଲ୍ ସୃଷ୍ଟି ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।