ବିବାହର ମାତ୍ର ୧୦ ଦିନରେ ପ୍ରେମିକ ସହ ଫେରାର୍ ହେଇଗଲା ନୂଆ ବୋହୂ, ପୂରା ଘଟଣା ଜାଣି ହେବେ ତାଯୁବ…

0

ପ୍ରତ୍ୟେକ ନବବିହାତିତ ପୁରୁଷ ମାନେ ବିବାହ ପରେ ସେମାନଙ୍କ ମନରେ ଅନେକ କିଛି ଚିନ୍ତା କରିଥାନ୍ତି ଏବଂ ନିଜ ପରିବାରକୁ ସୁଖ ଶାନ୍ତି ରେ ଗଢି ତୋଳିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ ଜାରି ରଖିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ମାନେ ରହିଛନ୍ତି ଯେଉଁମାନଙ୍କ ଜୀବନରେ ଚିନ୍ତା କରିଥିବା ଅନେକ ଆଶା ସେହି ଆଶା ରେ ହିଁ ରହିଯାଇଥାଏ । ଆଗାମୀ ଜୀବନରେ ଦେଖିଥିବା ଅନେକ ସ୍ୱପ୍ନ ସବୁ ଭାଙ୍ଗି ଯାଇଥାଏ । ପ୍ରତ୍ୟେକ ସ୍ତ୍ରୀ ମାନେ ତାଙ୍କ ସ୍ୱାମୀ ସହ ସାତ ଜୀବନର ସାଥୀ ହୋଇ ରହିବା ପାଇଁ ଚାହିଁଥାନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ସ୍ୱାମୀ ସହ ସାତ ଜୀବନରେ ସାଥୀ ହୋଇ ରହିବା ଦୂରରେ ଥାଉ , ବିବାହର ମାତ୍ର 10 ଦିିନ ଭିତରେ ପ୍ରେମିକ ସହ ଫେରାର ହୋଇଗଲେ ନବବଧୂ । ଏହିପରି ଏକ ଚାଞ୍ଚଲ୍ୟକର ଘଟଣା ବାଲିଆପାଳ ଥାନା ଆନ୍ତର୍ଗତ କାକରୁଦ୍ରପୁର ଗ୍ରାମରେ ଘଟିଛି । ବର୍ତ୍ତମାନ ସମୟରେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି । ସୂଚନା ଅନୁଯାୟୀ , ବାଲିଆପାଳ ଥାନା ଅନ୍ତର୍ଗତ କାକରୁଦ୍ରପୁର ଗ୍ରାମର ପ୍ରମଦ କୁମାର ମିଶ୍ର ଏବଂ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ଗୋଡିପଖୋରୀ ସାହିର ଜଣେ ଯୁବତୀଙ୍କ ସହିତ 16 ତାରିଖ ରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିହାହ କାର୍ଯ୍ୟ ଉଭୟଙ୍କ ପରିବାରର ସହମତିରେ ହୋଇଥିଲା ।

କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଚଉଠି ରାତି ଠାରୁ ହିଁ ମନମାଳିନ୍ୟ ଦେଖାଦେଇଥିଲା । ତେବେ ନବବିହିତା ଜଣକ ପୂର୍ବ ପ୍ରସ୍ତୁତି ଅନୁଯାଇ 27 ତାରିଖ ଦ୍ୱିପହର ରେ ନିଜ ପ୍ରେମିକାଙ୍କ ସହ ଫେରାର ହୋଇଯାଇଥିଲେ । ଶାଶୁଘର ଲୋକେ ଏହି ଖବର ଜାଣିବା ପରେ ତାଙ୍କୁ ବହୁ ଖୋଜା ଖୋଜି ମଧ୍ୟ କରିଥିଲେ । କିନ୍ତୁ ତାଙ୍କୁ ନପାଇବାରୁ ଏଥିନେଇ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ବାଲିଆପାଳ ଥାନା ଏବଂ ଶ୍ରୀ ଲିଙ୍ଗରାଜ ଥାନା ଉଭୟ ଥାନାର ମିଳିତ ସହାୟତାରେ ନବବଧୂ ଏବଂ ତାଙ୍କ ପ୍ରେମିକ କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

ଶାଶୁଘର ଲୋକେ ଖବର ପାଇଁ ନବବଧୂଙ୍କୁ ରଖିବା ପାଇଁ ମନା କରିଦେଇଛନ୍ତି , ଏହି ଖବର ଜାଣିବା ପରେ ପୋଲିସ ନବବଧୂଙ୍କୁ ତାଙ୍କ ବାପ ଘର ଲୋକଙ୍କୁ ଜମା ଦେଇଛନ୍ତି । ଅନ୍ୟପକ୍ଷରେ ନବବଧୂଙ୍କ ପ୍ରେମିକକୁ ପୋଲିସ ଅଟକ ରଖି ପଚାରା ଉଚରା କରୁଛି । ଏ ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସିଦ୍ଦାନ୍ତ ହୋଇନାହିଁ , ତେବେ ଉଭୟ ପରିବାର ଲୋକେ ଏ ନେଇ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଶାଶୁଘର ଲୋକେ ନବବଧୂଙ୍କୁ ଘରକୁ ନେବା ପାଇଁ ସିଧା ସିଧି ଭାବରେ ମାନା କରିଦେଇଛନ୍ତି । ସ୍ଥାନୀୟ ଲୋକମାନେ ଏହି ଖବର ଜାଣିବା ପରେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।