ବିବାହର ମାତ୍ର ୩ ମାସ ପରେ ମାଆ ହେଲେ ମହିଳା, ଚିନ୍ତାରେ ସ୍ୱାମୀ, କୋର୍ଟରେ ମାଗିଲେ ନ୍ୟାୟ…ସ୍ୱାମୀ କହୁଛି ଏ ଛୁଆ କାହାର ?

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି, ସେ ହିଁ ନିଜର ସବୁକିଛି ନିଜ ସ୍ୱାମୀକୁ ଭାବି ନେଇଥାନ୍ତି। କିନ୍ତୁ ଆଜିକାଲିର ଯୁବକ ଯୁବତୀ ମାନେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କକୁ କଳଙ୍କର ଦାଗ ଲଗାଉଛନ୍ତି। ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳିଛି, ସ୍ୱାମୀ ସ୍ତ୍ରୀ କୁ ନେଇ ଅନେକ ଆପଣ ମାନେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାନ୍ତି।

ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ନିନ୍ଦା ମଧ୍ୟ କରିବେ। ତେବେ ଏହି ଘଟଣାଟି ହେଉଛି, ନବ ଵିଵାହିତ ମହିଳା ଵିଵାହର ତିନି ମାସ ପରେ ମାଆ ହୋଇଛନ୍ତି, ସ୍ୱାମୀ ଜାଣିଲା ପରେ ଏଭଳି କିଛି କଲେ ପୂରା ଘଟଣା ଜାଣିଲା ପରେ ଆପଣଙ୍କ ହୋସ ଉଡ଼ିଯିବ। ବନ୍ଧୁଗଣ ଏଭଳି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି, ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୮ ତାରିଖରେ ଗାଜିଆବାଦର ଲୋହିୟାନଗରରେ ଜଣେ ମହିଳା ମୋହନ ନଗରର ଜଣେ ଯୁବକଙ୍କୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ। ତେବେ ବିବାହର କିଛି ମାସ ପରେ ସ୍ତ୍ରୀର ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଲା, ଏହାପରେ ସ୍ତ୍ରୀକୁ ଯୁବକ ପଚାରିଲା। ସେ କହିଲେ ତାଙ୍କର ଗ୍ୟାସଷ୍ଟିକ ସମସ୍ୟା ଅଛି। ଏହାପରେ ସ୍ୱାମୀ ତାହାକୁ ଏତେଟା ଗୁରୁତ୍ୱ ଦେଲେ ନାହିଁ। ସେ ମଧ୍ୟ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର କଥାକୁ ପୂରା ବିଶ୍ୱାସ କରିନେଲେ।

ଏହାପରେ ପେଟ ଯେତେବେଳେ ଅଧିକ ବଡ଼ ହେବାରେ ଲାଗିଲା ଯୁବକଙ୍କୁ ସନ୍ଦେହ ହେଲା ସେ ଡାକ୍ତରଙ୍କ ପାଖକୁ ଗଲେ ଆଉ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତର ପରାମର୍ଶ ଦେଲେ। ଅଲ୍ଟ୍ରାସାଉଣ୍ଡ ପରେ ସେ ଗର୍ଭବତୀ ଥିବାର ଜାଣିବା ପାଇଁ ପାଇଲେ। ତାପରେ ତାଙ୍କ ସ୍ତ୍ରୀ ଙ୍କୁ ପଚାରିବାରୁ କହିଲେ, ଵିଵାହର ଦୁଇଦିନ ପରେ ପିଲା ରହି ଯାଇଛି। କିନ୍ତୁ ଯୁବକର ମନ ମାନିଲା ନାହିଁ, ଏହାପରେ ଡାକ୍ତର ପାଖକୁ ଯାଇ ସମସ୍ତ କଥା କହିଲେ ଡାକ୍ତରଙ୍କ କହିବା କଥା ବିବାହର ୪ ମାସ ପୂର୍ବରୁ ସେ ଗର୍ଭବତୀ ହୋଇଛନ୍ତି। ଏହାପରେ ସ୍ୱାମୀ ଶ୍ୱଶୁର ଘରେ ସ୍ତ୍ରୀକୁ ଛାଡି ଦେଇ, ତାଙ୍କ ନାଁରେ କୋର୍ଟ ରେ ଠକେଇ ଦେଇଥିବା ଅଭିଯୋଗ କରିଛନ୍ତି। ବାନ୍ଧିଗଣ ଆପଣ ମାନେ ହିଁ ବିଚାର କରନ୍ତୁ, ଏଭଳି ସ୍ତ୍ରୀ କୁ କଣ କରିବ ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment