ବିଚ୍ ବଜାର ରେ ନିଜ ସ୍ବାମୀକୁ ଘୋଷାଡି ଘୋଷାଡି ମାଡ଼ ମାରିଲା ସ୍ତ୍ରୀ, ଗୁଳି ପରି ଭାଇରାଲ୍ ହେଉଛି

0

ବର୍ତ୍ତମାନର ସମାଜ ଦିନକୁ ଦିନ ଯେତେ ଆଧୁନିକ ଆଡକୁ ଅଗ୍ରସର ହେଉଛି, ଆମ ଲୋକ ମାଙ୍କର ମଧ୍ୟ ସେହିଭଳି ଚିନ୍ତା ଧାରାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଉଛି। ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ଦିନ ଆମ ସମାଜରେ ଚୋରି, ହତ୍ୟା, ଲୁଟ, ମାରପିଟ, ଡିଭର୍ସ ଭଳି ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ହେବାର ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ମାନସିକତାର ପରିବର୍ତ୍ତନ ଦେଉଛି। ବେଳେ ବେଳେ ଆମ ସମାଜରେ ଏପରି କିଛି ଘଟଣା ଘଟେ ସେହି ଘଟଣା ଜାଣିଲା ପରେ ଲଜ୍ୟାରେ ଆମର ମୁଣ୍ଡ ତଳକୁ ହୋଇଯାଏ।

ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଯଦି କିଛି ଘଟଣା ଘଟୁଛି ତାହାଲେ ତାହାଲେ, ଖବର ଟି ଗୋଟିଏ ସେକେଣ୍ଡରେ ଭାଇରାଲ ହୋଇଯାଏ। ଠିକ ଏପରି ଭାବରେ ବର୍ତ୍ତମାନ ମଧ୍ୟ ଏମିତି ଏକ ଘଟଣା ଘଟିଛି, ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ପବ୍ଲିକ ସାମ୍ନାରେ ନିର୍ଧୁମ ଚେଛୁ ଥିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା;

ଆପଣ ମାନେ ଦେଖି ପାରୁଥିବେ ବିଚ ବଜାର ଉପରେ ଜୋତାରେ ମାରୁଛନ୍ତି, ଜଣେ ମହିଳା ଆଉ ଜଣେ ପୁରୁଷଙ୍କୁ, ସେହି ମହିଳା ଜଣକ ଆଉ କେହି ନୁହନ୍ତି, ମହିଳା ନିଜ ସ୍ୱାମୀକୁ ମାରୁଛନ୍ତି। ସ୍ୱାମୀକୁ ଦୋକାନ ଭିତରୁ ଘୋଷାଡି ଘୋଷାଡି ଆଣି ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ଉପରେ ଚାପୁଡ଼ା ଏବଂ ଆଉ କେତେବେଳେ ଚପଲରେ ମାରୁଛନ୍ତି ନିଜ ସ୍ୱାମୀକୁ ମାରୁଛନ୍ତି। ତେବେ ଏଭଳି ଏକ ଘଟଣା ଘଟିଛି ଚାଳଚେର ର ଶର୍ମା ଚକ ରେ , ତେବେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି।

ତେବେ ମିଳିଥିବା ସୂଚନା ଅନୁସାରେ, ଏ ଦୁଇଜଣ ପୂର୍ବରୁ ପ୍ରେମ ବିବାହ କରିଥିଲେ। ଝିଅ ଟିର ଘର କାମାକ୍ଷା ନଗର ଅଞ୍ଚଳରେ ହୋଇଥିବା ବେଳେ, ପୁଅଟି ତାଳଚେର ରେ ରହେ। ତେବେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ମହିଳା ଜଣଙ୍କ ପୋଲିସ ରେ ଅଭିଯୋଗ କରିଥିଲେ ଅଲଗା ରହିବା ପାଇଁ, ଏବଂ ଦୁହେଁ ଅଲଗା ରହୁଥିଲେ। କୋର୍ଟରେ ଉଭୟଙ୍କର କେସ ବିଚାରଧୀନ ହୋଇ ରହିଛି। କିନ୍ତୁ ହଠାତ ସ୍ତ୍ରୀ ଜଣକ ଆସି ସ୍ୱାମୀ ପାଖରେ ରହିବା ପାଇଁ ଜିଦ ଧରିଥିଲେ,

ହେଲେ ସ୍ୱାମୀ ରହିବା ପାଇଁ ରାଜି ନହେବାରୁ କେବଳ ଏହି କଥାକୁ ନେଇ ସ୍ତ୍ରୀ ଜଣକ ସ୍ୱାମୀକୁ ଦୋକାନ ଭିତରୁ ଘୋଷାଡି ଘୋଷାଡି ଆଣି ବିଚ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ଉପରେ ଚାପୁଡ଼ା ଏବଂ ଚପଲରେ ମାରିଥିଲେ। ଏବଂ ଏହି ସମୟରେ ସମସ୍ତେ ମାଡ ଖାଉଥିବା ସ୍ୱାମୀକୁ ଧରିବା ପାଇଁ କେହି ବି ଯାଇନଥିଲେ। ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ନିଆଁ ପରି ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।