ବୀଚ ରାସ୍ତାରେ ଡନ ଭିଡ଼ିଓ କରିବା ପଡିଲା ମହଙ୍ଗା, ଆଉ ଧରା ପଡିଲା ପରେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ହେଉଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ବର୍ତ୍ତମାନ ସମୟରେ ଆଜିକାଲି ଯୁବକ ଓ ଯୁବତୀ ମାନେ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗିଥାଏ। ଯୁବକ ଓ ଯୁବତୀ ମାନେ ବର୍ତ୍ତମାନ ସମୟରେ ଏଭଳି ଅସମାଜିକ କାର୍ଯ୍ୟ କରିଥାଆନ୍ତି, ଯାହାକି ଦେଖିଲେ ମନରେ ଭୟ ଆସି ଯାଇ ଥାଏ।

ତେବେ ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ଯୁବକଙ୍କ ଡନ ଭିଡ଼ିଓ ମହଙ୍ଗା ପଡିଲା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଘଟଣା ଗୁଜୁରାଟରୁ ଦେଖିବା ପାଇଁ ମିଳିଛି। କଳା ରାତିର ଲାଇଟରେ ବେପରୁଆ ଚାଲିଛି ବାଇକ ଆରୋହୀଙ୍କ ବାଇକ। ଜଣେ ଯୁବକ ନିଜକୁ ଡନ ଭାବି ଗୋଟିଏ ହାତରେ ସୁଗାରେଟ ଓ ଆଉ ଗୋଟିଏ ହାତରେ ବନ୍ଧୁକ ଧରି ବାଇକ ଚଳାଉଥିବା ଯୁବକ କାନ୍ଧ ଉପରେ ବସି ରାତି ରାତି ବୁଲୁ ଅଛନ୍ତି।

ଏମିତିକି ଗୀତ ମଧ୍ୟ ଲଗାଇ ରାସ୍ତାରେ ଘୁରି ବୁଲୁଛନ୍ତି।ଯେ କେହି ବି ଦେଖିଲେ ନିଶ୍ଚିତ ଭୟ କରିବ। ସେମାନେ ଏଭଳି କରି ଲୋକ ମାନଙ୍କ ମନରେ ଭୟ ସୃଷ୍ଟି କରାଇ ଦେଉଛନ୍ତି। ତେବେ ଏହି ଦୃଶ୍ୟ ଓଡ଼ିଶାର ଠିକ KBN ଗ୍ରୁପ ପରି। ତେବେ ଲୋକ ମାନେ ମଧ୍ୟ ସେମାନଙ୍କୁ ଦେଖି ଭୟ ଭୀତ ହୋଇ ଯାଉଛନ୍ତି ଓ ଭୟରେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏଥି ସହିତ ସେମାନେ ଏଭଳି କରି ଲୋକ ମାନଙ୍କୁ ମଧ୍ୟ ସେମାନେ ହଇରାଣ ହରକତ କରୁଛନ୍ତି। ତେବେ ସେମାନଙ୍କର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏହି ଭିଡ଼ିଓଟି ଭାଇରଲ ହେବା ପରେ ରାଜ୍ୟର ଗୃହ ମନ୍ତ୍ରାଳୟ ନିକଟରେ ପହଁଛି ଗଲା ଓ ଏହା ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ରାଗି ମଧ୍ୟ ଯାଇ ଥିଲେ। ଏଥି ସହିତ ସେ କହିଥିଲେ ଯେ, ସହରରେ ରାତିରେ କର୍ଫ୍ୟୁ ଲାଗୁ ହୋଇ ଥିବା ବେଳେ ଏଭଳି କାର୍ଯ୍ୟ କରିବା କେମିତି ସମ୍ଭବ ହୋଇ ପାରିଲା। ଏହା ଜାଣି ସେ ପୋଲିସଙ୍କୁ ଗାଳି କରିବା ସହିତ ସେହି ଅପରାଧୀ ଯୁବକ ମାନଙ୍କୁ ଧରିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ। ଏହା ପରେ ପୋଲିସ ସେମାନଙ୍କୁ ଖୋଜି ଖୋଜି କରି ଗିରଫ କରି ଥାନାରେ ଭର୍ତ୍ତି କରିଥିଲେ। ତେବେ ଯୁବକ ଓ ଯୁବତୀ ମାନେ ଏଭଳି ଭିଡ଼ିଓ କରନ୍ତୁ ନାହିଁ, ନେହେଲେ ବହୁତ ବଡ଼ ଅସୁବିଧର ସମ୍ମୁଖିନ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।