ଦେଖନ୍ତୁ ଭିଡ଼ିଓ : ବୀଚ ରାସ୍ତାରେ ଯୁବତୀ କଲେ ହାଇ ପ୍ରୋଫାଇଲ୍ ଡ୍ରାମା….

0

ସାରା ଦେଶରେ କରନା ସଂକ୍ରମଣ ଦୈନିକ ତାର ରେକର୍ଡ ପାର କରିବାରେ ଲାଗିଛି,ଯାହା ସରକାର ଏବଂ ଦେଶବାସୀ ଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ଏକ ଭୟାବହତା ଦେଖା ଦେଇଛି ସାଧାରଣରେ ନିଶ୍ଚିତ ଭାବରେ।ଯେହେତୁ ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି ତେଣୁ ଏହା ବହୁତ୍ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି କାରଣ ଏହା ଭାଇରସ ର ଏକ ନୂଆ ରୂପ।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ଅନେକ ରାଜ୍ୟର ସରକାର୍ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଲକ୍ ଡାଉନ୍ କଟକଣା ଜାରି କରିଛନ୍ତି।

ଆଉ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କରନା ମହାମାରୀ ସମୟରେ ବିଭିନ୍ନ ସମୟରେ ଆପଣ ଦେଖିବାକୁ ପାଉଥିବେ କିପରି କରନା କଟକଣା କୁ ନମାନି ବେଳେବେଳେ ଅମାନିଆ ମାନେ ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ୍ କର୍ମଚାରୀ ମାନଙ୍କୁ ଖରାପ୍ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଯଦିଓ ଏବେ କରନା ର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି ତଥାପି କିଛି ଲୋକେ ଏହାକୁ ଖାତିର କରୁ ନାହାନ୍ତି। ଯଦିଓ ଏଥିପାଇଁ ଲୋକଙ୍କ ସାବଧାନତା ଏବଂ ସଚେତନତା ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ।

ତେଣୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା। ନିୟମ ଭାଙ୍ଗିଲେ ପୋଲିସ୍ ପକ୍ଷରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। କିନ୍ତୁ କିଛି ଲୋକ ଏହାକୁ ମଧ୍ୟ ନମାନି ଅସୁରକ୍ଷିତ ଭାବେ ଗାଡ଼ି ଚାଳନା କରି ପରେ ଧରା ପଡ଼ିବା ପରେ ପୋଲିସ୍ ସହ ଯୁକ୍ତି ତର୍କ ମଧ୍ୟ କରୁଛନ୍ତି। ଏହିଭଳି ଏକ ଘଟଣା ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ଏବେ ଡେରାଡୁନ, ଉତ୍ତରାଖଣ୍ଡ ରୁ ସେହିଭଳି ଏକ ଖବର ସାମ୍ନାକୁ ଆସିଛି।ଅନେକ୍ ସମୟରେ ଯୁବତୀ ମାନେ ପୋଲିସ୍ ସହ ଯୁକ୍ତି ତର୍କ କରୁ ଥିବାର ଆପଣ ଦେଖିବାକୁ ପାଉଥିବେ।

ଏଠାରେ ମଧ୍ୟ ଜଣେ ଯୁବତୀ କରନା କଟକଣା ନମାନି ବାହାରେ ବୁଲୁଥିବା ବେଳ ପୋଲିସ୍ ତାଙ୍କୁ ଅଟକାଇଛି।ଏହାପରେ ପୋଲିସ୍ ତାଙ୍କୁ ଜୋରିମାନା ଦେବାକୁ କହୁଛି। ତାଙ୍କଠାରୁ ଜୋରିମାନା ନେବାକୁ କହିବା ପରେ ଯୁବତୀ ଜଣଙ୍କ ପୋଲିସ୍ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଛନ୍ତି। ଅସଭ୍ୟ ଭାଷାରେ ପୋଲିସ୍ କୁ ଗାଳି ଗୁଲଜ ମଧ୍ୟ କରୁଛନ୍ତି।ଆଉ ଏହା ମଧ୍ୟ କହୁଛନ୍ତି ପୋଲିସ୍ ହିଁ ଲୋକଙ୍କୁ ହଇରାଣ କରୁଛି। ମୋର କିଏ କଣ କରିବ ମୁଁ ଦେଖିବି। ଏହିଭଳି ଏକ ହାଇ ପ୍ରୋଫାଇଲ୍ ଡ୍ରାମା ସେଠାରେ ଅନେକ ସମୟ ଧରି ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।