ବିଛା ରାଶି ଥିବା ବ୍ୟକ୍ତିମାନଙ୍କର ଅତୁଟ ସତ୍ୟ ବଚନ…ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବିଛା ରାସିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି , ମଙ୍ଗଳ ଗ୍ରହ ଜୀବନରେ ପରାକ୍ରମ ଓ ଉତ୍ସାହର କାରକ ହୋଇଥାନ୍ତି । ବିଛା ରାଶି ଥିବା ବ୍ୟକ୍ତି ଜନ୍ମ ଜାତ ଯୋଦ୍ଧା ହୋଇଥାନ୍ତି , ଏମାନଙ୍କ ସହ ଶାରୀରିକ ସରଞ୍ଚନାରୁ ଏମାନଙ୍କ ଶକ୍ତିର ସୂଚନା ମିଳିଥାଏ । ଏହି ରାଶି ଥିବା ବ୍ୟକ୍ତି ସାହାସୀ ଓ ଦୃଢ ଇଚ୍ଛା ଶକ୍ତି ଥିବା ବ୍ୟକ୍ତି ହୋଇଥାନ୍ତି । ଏପରି ବ୍ୟକ୍ତି ଧାର୍ମିକ , ଗମ୍ଭୀର , ଜିଦି , ଚତୁର , ପରାକ୍ରମୀ , ନିର୍ଭୟ ହୋଇଥାନ୍ତି । ଏମାନେ କଠିନରୁ କଠିନ କାମ କରିବାକୁ ମଧ୍ୟ ଡରି ନଥାନ୍ତି , ଏମାନଙ୍କ ପାଖରେ ଶାରୀରିକ ଓ ମାନସିକ ଶକ୍ତି ପ୍ରଚୁର ମାତ୍ରାରେ ଭରପୁର ହୋଇ ରହିଥାଏ । ଏହି ଜାତକର ବ୍ୟକ୍ତି ପ୍ରାୟତଃ ରହସ୍ୟାଳୁ ହୋଇପାରନ୍ତି କିନ୍ତୁ ଏମାନଙ୍କର ଏହି ଇର୍ଷା ଭାବ ଏମାନଙ୍କୁ ସଫଳତା ଦେବା ପାଇଁ ଇନ୍ଧନର କାମ କରିଥାଏ ।

ବିଛା ରାଶିର ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କେବେହେଲେ ସାଧାରଣ ଭାବିବା ଉଚିତ ନୁହେଁ , ଏମାନେ ଖୁବ୍ ସାହାସୀ ହୋଇଥାନ୍ତି । ଏଥିପାଇଁ ଏମାନଙ୍କର ଅନେକ ମିତ୍ର ରହିଥାନ୍ତି , ଏମାନେ ଭଲ ବିଶ୍ୱସନୀୟ ମିତ୍ର ମଧ୍ୟ ହୋଇଥାନ୍ତି । ଏମାନେ ଯେକୌଣସି ବ୍ୟକ୍ତିଙ୍କୁ ସହଜରେ ଜାଣିଯାଇଥାନ୍ତି , ଏମାନଙ୍କୁ କେହି ବି କେହି ବୋକା ବନାଇ ପାରିବେ ନାହିଁ । କାରଣ ଏମାନେ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ସାବଧାନ ରହିଥାନ୍ତି । ଯଦି ଏମାନଙ୍କୁ କୌଣସି କଥା ଖରାପ ଲାଗିଥାଏ , ତେବେ ଏମାନେ ସେହି କଥାକୁ ସହଜରେ ଭୁଲି ପାରନ୍ତି ନାହିଁ । ଏମାନେ ନିଜର ରହସ୍ୟକୁ ଭଲ ଭାବରେ ଲୁଚାଇ ରଖିଥାନ୍ତି ଓ ଅନ୍ୟ ମାନଙ୍କ ବିଷୟରେ ଜାଣିବାକୁ ଅଧିକ ଇଚ୍ଛା ପ୍ରକାଶ କରିଥାନ୍ତି ।

ବିଛା ରାଶିର ବ୍ୟକ୍ତି ସର୍ବଦା କର୍ମ ଉପରେ ବିଶ୍ୱାସ ରଖିଥାନ୍ତି ଓ ଚିନ୍ତା କରିଥାନ୍ତି କି ଏମାନେ ଯାହା ଚାହିଁବେ ତାହା କରିପାରିବେ । କାରଣ ଏମାନଙ୍କ ପାଖରେ ଜନ୍ମରୁ ଉର୍ଜା ଭରପୁର ହୋଇ ରହିଥାଏ । ଏମାନେ ଯେକୌଣସି କଠିନ ସମସ୍ୟାକୁ ବି ବିନା ଭୟରେ ସମାଧାନ କରିଥାନ୍ତି , ଏମାନେ ସର୍ବଦା ସକ୍ରିୟ ରହିଥାନ୍ତି । ଖାଲିଟାରେ ବସିବା ଏମାନଙ୍କୁ ଭଲ ଲାଗେ ନାହିଁ , ମଙ୍ଗଳ ଗ୍ରହ ଦ୍ୱାରା ପ୍ରବାହିତ ହେବା କାରଣରୁ ଏମାନଙ୍କ ଶରୀର ରେ ଅଧିକ ବଳ ରହିଥାଏ । ଏମାନେ ଅଳ୍ପ ହିଁ ରୋଗ ଗ୍ରସ୍ତ ହୋଇଥାନ୍ତି , ଏମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ ।

ବିଛା ରାଶିର ବ୍ୟକ୍ତିମାନେ ଭାବୁକ ସ୍ୱଭାବର ହୋଇଥାନ୍ତି , ଏମାନେ କାହାକୁ ବିଶ୍ୱାସ କରିବାରେ ଅଧିକ ସମୟ ନେଇଥାନ୍ତି । କିନ୍ତୁ ଏମାନଙ୍କ ସହିତ ସମ୍ପର୍କ ବହୁତ ଅଧିକ ସମୟ ଧରି ଚାଲିଥାଏ , ଏମାନେ ଯେଉଁ କ୍ଷେତ୍ରରେ ବି କାର୍ଯ୍ୟ କରିଥାନ୍ତି ଉଚ୍ଚ ପଦରେ ରହିଥାନ୍ତି । ଏମାନଙ୍କୁ ଜୀବନରେ କେବେବି ଧନର ଅଭାବ ଦେଖାଦିଏ ନାହିଁ , କାରଣ ଏମାନେ ସର୍ବଦା ପରିଶ୍ରମ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ହେଉଛି ଲାଲି ରଙ୍ଗ ଏବଂ ଏମାନଙ୍କର ଶୁଭ ଅଙ୍କ ହୋଇଥାଏ 9 ଏବଂ ଏମାନଙ୍କର ଶୁଭ ଦିନ ହୋଇଥାଏ ମଙ୍ଗଳ ବାର ।

ବିଛା ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଦିନ ହନୁମାନ ଜୀଙ୍କର ପୂଜାପାଠ କରନ୍ତୁ ଏବଂ ହନୁମାନ ଶାଳିଶା ପାଠ କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।