ବିଦେଶରୁ କରୋନା ଆକ୍ରାନ୍ତ ଓଡିଆ ଯୁବକଙ୍କ ଭାବବିହ୍ବଳ ମେସେଜ୍, ‘ମୁଁ ଯଦି ବିଦେଶରେ ମରିଯାଏ, ଯେତେ ଡେରି ହେଉ ପଛେ ଜନ୍ମମାଟିକୁ ଆଣିବ’ please…please

0

ମଣିଷ ମୃତ୍ୟୁ ପୂର୍ବରୁ ମନରେ କିଛି ଆଶା ରଖିଥାଏ। ସେହି ଆଶାକୁ ପୁରାଣ କରିବା ପାଇଁ ଅନ୍ୟ ଯେ କୌଣସି ଉପାୟରେ ତାଙ୍କର ସେହି ଆଶାକୁ ପୁରାଣ କରିବା ପାଇଁ ଚେଷ୍ଟା କରି ଥାଆନ୍ତି। ତେବେ ବନ୍ଧୁଗଣ, ବିଦେଶରେ ଜଣେ ଓଡ଼ିଆ ଯୁବକ କରୋନା ରୋଗରେ ଆକ୍ରାନ୍ତ ଅଛନ୍ତି, ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତା’ହେଲେ ଓଡିଶା ଆଣିବା ପାଇଁ କହିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, କରୋନା ମହାମାରୀ ରୋଗରେ ସାରା ବିଶ୍ୱରେ ରଚି ଚାଲିଛି। ଏହି କରୋନା ମହାମାରୀରେ ସତ୍ୟ ସୁତାର ନାମକ ଜଣେ ଓଡ଼ିଆ ଯୁବକ ସେ ବିଦେଶର ସିଂହାପୁରରେ ରହୁଛନ୍ତି। ସେଠାରେ ସେ ଫୁଡ଼ ଏମ୍ପାୟାର ହୋଲିଡିଙ୍ଗ ଲିମିଟେଡ଼ କମ୍ପାନୀରେ ନିର୍ଦେଶକ ଭାବରେ ରହିଛନ୍ତି। ସେଠାରେ ସେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଓ ଚିକିତ୍ସା ପାଇଁ ମେଡିକାଲରେ ରହିଛନ୍ତି। କେତେବେଳେ କଣ ହୋଇଯିବ, ସେଥିପାଇଁ ତାହା ପୂର୍ବରୁ ତାଙ୍କ ପରିବାର ପାଇଁ କିଛି ଲେଖିଛନ୍ତି। ସେ ତାଙ୍କ ବୋଉଙ୍କୁ ଜଣାଇଛନ୍ତି ଯେ, ସେ ବିଦେଶରେ ରହି ଯେଉଁ ଟଙ୍କା ରୋଜଗାର କରିଥିଲେ, ସେହି ଟଙ୍କା ସବୁ ସେ ବ୍ୟାଙ୍କରେ ରଖିଛନ୍ତି। ତାଙ୍କ ବୋଉ ସେହି ଟଙ୍କାରେ ନୋମିନି ଅଛନ୍ତି ବୋଲି କହିଛନ୍ତି।

ଯଦି ଏହି ରୋଗରେ ମୃତ୍ୟୁ ହୋଇଯାଏ ମୃତଦେହ ଆଣିଥିବା ଖର୍ଚ୍ଚକୁ ସରକାରଙ୍କୁ ସଙ୍ଗେ ସଙ୍ଗେ ଦେବା ପାଇଁ ମଧ୍ୟ କହିଛନ୍ତି। ଆଉ ବଳକା ତାଙ୍କ ଘର ଖର୍ଚ୍ଚ ପାଇଁ ଓ ଆଉ କିଛି ଟଙ୍କା ପ୍ରତିବର୍ଷ ମ୍ୟାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ଵାଭାମାନ ଓ ମେଧାବୃତ୍ତି ପାଇଁ ଲକ୍ଷେ ଟଙ୍କା ପୁରସ୍କାର ଦେବା ପାଇଁ କହିଥିଲେ। ଏଥି ସହିତ ସେ କହିଛନ୍ତି ଯେ, ଓଡିଶା ମାଟିର ଜନ୍ମ ହୋଇ ଓଡିଶା ପାଇଁ କିଛି କରି ପାରିଲି ନାହିଁ। ଏଭଳି କିଛି କାର୍ଯ୍ୟ ହେଲେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି ଓ ଜନ୍ମଭୂମୀର ବଡ଼ ଋଣ ମଧ୍ୟ ସୁଝି ପାରିବେ।

ସେ ଓଡ଼ିଶାର ଜନସାଧାରଣଙ୍କ ଉଦେଶ୍ୟରେ ଲେଖିଛନ୍ତି ଯେ, ଜୀବନରେ ବହୁତ ମୃତ୍ୟୁ ଦେଖିଛି। ଲୋକ ମାନେ ବି ପ୍ରତ୍ୟକ ଦିନ ମୃତ୍ୟୁ ବରଣ କରୁଛନ୍ତି। ସତ୍ୟଙ୍କର କେତେବେଳେ ଯେ ମୃତ୍ୟୁ ହୋଇଯିବ ସେ ନିଜେ ହେଲେ ବି କହି ପାରିବେ ନାହିଁ। ନିଜ ଓଡିଶାକୁ ବିଦେଶ କରିବାରେ ବହୁତ ଇଚ୍ଛା ପ୍ରକାଶ ରହିଛି ଓ ଓଡ଼ିଶାର ଲୋକ ମାନଙ୍କର ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଇଚ୍ଛା ରହିଛି। ତେବେ ଦେଖାଯାଉ ଏହି ସବୁ ପୁରଣ ହୋଇ ପାରୁଛି କି ନାହିଁ। ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତା’ହେଲେ, ତାଙ୍କର ନିଜ ଜନ୍ମଭୂମୀରେ ତାଙ୍କ ଶବ ସତ୍କାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯେତେ ଦିନ ସମୟ ଲାଗୁ ତାଙ୍କୁ କଫିନ ଭିତରେ ଅପେକ୍ଷା କରିବେ। ତାଙ୍କ ଗାଁ ନଦୀ କୂଳ ସ୍ମଶାନ ଘାଟରେ ତାଙ୍କ ମୃତ ଶରୀର ପୋଡା ହେବା ପାଇଁ ସେ କହିଛନ୍ତି। ଏହି ସବୁ ବାର୍ତା ସୋସିଆଲ ମିଡିଆରେ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।