ବିଧାତା ସାଜିଲା ନୃସଂଶ ! ମାଆ ବସିଛି, କୋଳରେ ଧରିଛି ଛୋଟ ଛୁଆ, ନାବାଳକ ଟାଣୁଛି ରିକ୍ସା-ଦୃଶ୍ୟ ଦେଖିଲେ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ଆମ ରାଜ୍ୟରେ ଅନେକ ଲୋକ ମାନେ ବହୁ ଗରିବ ଅଛନ୍ତି। ଯେଉଁମାନେ ନିଜ ପାଇଁ ବା ତାଙ୍କ ପରିବାର ଲୋକ ମାନଙ୍କ ପାଇଁ ପେଟକୁ ମୁଠାଏ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇ ଥାଆନ୍ତି। ଯାହାକୁ ଦେଖିବା ମାତ୍ରକେ ବହୁତ କଷ୍ଟ ଲାଗିଥାଏ। ଏଭଳି ଏକ ଖବର ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣଙ୍କ ଆଖିରୁ ନିଶ୍ଚିନ୍ତ ଭାବରେ ଲୁହ ବାହାରି ଆସିବ। ତେବେ ତାହା ହେଉଛି, ଜଣେ ଖୁବ କମ ବୟସର ନାବାଳକ ପିଲାଟିଏ ରାସ୍ତା ଉପରେ ରିକ୍ସା ଚଲାଇ ମାଲ ଓ ପରିବାରକୁ ବସାଇ ନେଉ ଥିବାର ସୂଚନା ରହିଛି। ଯାହାକି ଏହା ଏକ ବହୁତ ଦୁଃଖ ଦାୟକ କଥା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଦୁଃଖ ଦାୟକ ଦୃଶ୍ୟ ରାଜଧାନୀ ଭୁବନେଶ୍ବରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ବରର ୩ ନମ୍ବର ଅଞ୍ଚଳରେ ଗୋଟିଏ ପରିବାର ବାସ କରନ୍ତି। ସେହି ପରିବାରରେ ସ୍ୱାମୀ, ସ୍ତ୍ରୀ ଓ ୭ ଜଣ ଛୋଟ ପିଲା ଅଛନ୍ତି ଓ ସେମାନେ ବହୁତ ଅଭାବ ଅନାଟନରେ ବଢି ଆସୁ ଥାଆନ୍ତି ଓ ସେମାନେ ମଧ୍ୟ ବହୁ ଦୁଃଖ କଷ୍ଟରେ ଚଳି ଥାଆନ୍ତି।ସେହି ପରିବାରଟି ସକାଳୁ ଅଳ୍ପ ମୁଠାଏ ଖାଇ ଦେଇ ନିଜ କାର୍ଯ୍ୟରେ ବାହାରି ଯାଆନ୍ତି ଓ ଏମିତିକି ବେଳେ ବେଳେ ପାଣି ଗ୍ଲାସେ ପିଇ ମଧ୍ୟ ପଳାଇ ଯାଇ ଥାଆନ୍ତି। ସେମାନେ ସହରର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ରାସ୍ତା ଉପରେ ପଡିଥିବା ପଲଥିନ, ଡଷ୍ଟବିନ ଭିତରେ ପଡିଥିବା ପଲଥିନ ଓ କାଟୁନ ଗୋଟାଇ ନେଇ କବଡ଼ିଆଙ୍କ ପାଖରେ ବିକ୍ରି କରି ଥାଆନ୍ତି ଓ ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପିଲାଙ୍କ ଖର୍ଚ୍ଚ, ପିଲାଙ୍କ ପାଠ ପଢା ଓ ପରିବାରର ଖର୍ଚ୍ଚ ଚଳିଯାଏ।

ତେବେ ସେହି ପରିବାରରେ ପିଲାଙ୍କ ବାପା ରିକ୍ସା ଚଲାଉ ଥିଲେ, କିନ୍ତୁ କିଛି ସମୟ ପରେ ବାପା ବଦଳରେ ଗୋଟେ ଛୋଟ ନାବାଳକ ପିଲାଟିଏ ରିକ୍ସା ଚଲାଉ ଥିଲା ଯିଏ କି ତୃତୀୟ ଶ୍ରେଣୀରେ ପାଠ ପଢୁଥାଏ। ପିଲାଟିକୁ ତା’ର ବାପା ବିଷୟରେ ପଚାରିବାରୁ ସେ କହିଲା ଯେ, ତାଙ୍କ ବାପା ମଦ ପିଇ ରାସ୍ତା ଉପରେ ପଡିଛନ୍ତି। ସେଥିପାଇଁ ତାକୁ ଏଭଳି ରିକ୍ସା ଚଳାଇବାକୁ ପଡୁଥିଲା ଓ ସେଥିରେ ମାଲ ବୋହିବା ସହିତ ତାର ମାଆ ଓ ଭାଇ ମାନଙ୍କୁ ମଧ୍ୟ ନେଉଥିଲା। ତେବେ ବନ୍ଧୁଗଣ ପ୍ରଶାସନିକ ବ୍ୟବସ୍ଥା ଥାଇ କି ମଧ୍ୟ ସେମାନେ ସୁବିଧା ପାଇ ପାରୁ ନାହାନ୍ତି ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।