ବିଧବା ବୋହୂକୁ ପୁଅର ସାଙ୍ଗ ସହ ବିବାହ କରାଇଲେ ଶ୍ବଶୁର ,ଦେଖନ୍ତୁ video …

ବୋହୂଏ କନ୍ୟାଦାନ କଲେ ଶଶୁର।ପୁଅର ବିଧବା ପତ୍ନିଙ୍କୁ ପୁଅର ସାଙ୍ଗ ସହିତ ବିବାହ କରାଇଲେ ଶଶୁର। ଏମିତି ଏକ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜ ପୁଅର ବିଧବା ପତ୍ନୀଙ୍କୁ ପୁଅର ସାଙ୍ଗ ସହିତ କନ୍ୟା ଦାନ କରାଇଛନ୍ତି ଶଶୁର। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ଶଶୁରଙ୍କ ଏଭଳି ମହାନ୍ କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି।

ପଶ୍ଚିମବଙ୍ଗର ଆସନଶୋଲ ଜିଲ୍ଳାର ଜମୁଡ଼ିଆ ଗାଁ ରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ସତ୍ୟନାଥ ଟାଟାର୍ଜି ଏକମାତ୍ର ପୁଅର ବିବାହ ୪ ବର୍ଷ ପୂର୍ବରୁ ହୋଇ ଥିଲା। ଆଉ ୨ ବର୍ଷ ପୂର୍ବେ ସତ୍ୟନାଥଙ୍କ ପୁଅ ସାପ କାମୁଡାରେ ମୃତ୍ୟୁ ବରଣ କରିଥିଲେ। ତେବେ ପୁଅର ବିଧବା ପତ୍ନୀ ଓ ଗୋଟିଏ କୁନି ଝିଅ ରହିଥିଲେ। ତେବେ ସତ୍ୟ ଟାଟାର୍ଜି ନିଜ ପୁଅର ବିଧବା ପତ୍ନୀଙ୍କୁ ଝିଅ ଭଳି ନିଜ ଘରେ ରଖିଥିଲେ ଏହାପରେ ସେ ନିଜ ପୁଅର ସାଙ୍ଗ ଘରକୁ ବୋହୂର ପ୍ରସ୍ତାବ ନେଇ ଯାଇଥିଲେ।

ଆଉ ଏହାପରେ ପୁଅର ସାଙ୍ଗ ନିଜ ସାଙ୍ଗର ବିଧବା ପତ୍ନୀଙ୍କୁ ଆପଣାଇ ବା ପାଇଁ ରାଜି ହୋଇ ଯାଇଥିଲେ। ମୃତ ପୁଅର ସାଙ୍ଗର ପରିବାର ଲୋକେ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆଉ ଏହାପରେ ଉଭୟଙ୍କ ବିବାହ ସ୍ଥିର କରା ଯାଇଥିଲା। ମୃତ ପୁଅର ସାଙ୍ଗ ସହିତ କାଳିପାହାଡ଼ି ଅଞ୍ଚଳରେ ଥିବା ଏକ ମନ୍ଦିରରେ ଦୁହିଁଙ୍କ ବିବାହ ପରିବାର ଲୋକଙ୍କ ଉପସ୍ଥିତି ରେ ସମ୍ପନ୍ନ କରା ଯାଇଥିଲା।

ତେବେ ବିଧବା ବୋହୂର ଶଶୁର ନିଜେ କନ୍ୟାର ପିତା ହୋଇ କନ୍ୟାଦାନ କରିଛନ୍ତି। ତେବେ ସତ୍ୟ ବହୁତ୍ ଖୁସି ଅଛନ୍ତି ଏହି ବିବାହ କୁ ନେଇ। ତାଙ୍କର କହିବା କଥା କି ତାଙ୍କର ବୟସ ହୋଇ ଗଲାଣି କେତେବେଳେ କଣ ହୋଇ ଯିବ କହି ହେବନି। ମୋର ଯଦି କେତେବେଳେ କଣ ହୋଇଯାଏ ତେବେ ମୋ ବିଧବା ବୋହୂ ଏବଂ ମୋ ନାତୁଣୀର ଧ୍ୟାନ ରଖିବା ପାଇଁ ଜଣକର ଆବଶ୍ୟକତା ରହିଛି। ତେଣୁ ସେ ଚିନ୍ତା କରି ଥିଲେ ବିଧବା ବୋହୂଙ୍କ ବିବାହ କରାଇ ଶାନ୍ତିରେ ନିଃଶ୍ୱାସ ନେବେ।

ତେବେ ଏବେ ସିଏ ବିଧବା ବୋହୂକୁ ବିବାହ କରାଇ ଶାନ୍ତିରେ ରହିବେ ବୋଲି କହିଛନ୍ତି। ଆଉ ନିଜ ପୁଅର ସାଙ୍ଗ ସହିତ ବୋହୂକୁ ବିବାହ କରାଇ ଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଶଶୁର ସତ୍ୟ ଟାଟାର୍ଜିଙ୍କର ବିଧବା ବୋହୂ ପ୍ରତି ଥିବା ଏହି ଭାଲ ପାଇବା ଓ କର୍ତ୍ତବ୍ୟକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି। ଏହା ସହିତ ନିଜ ମୃତ ସାଙ୍ଗର ବିଧବା ପତ୍ନୀଙ୍କ ମଥାରେ ସିନ୍ଦୂର ଦେଇଥିବା ସାଙ୍ଗକୁ ମଧ୍ୟ ଅନେକ ପ୍ରଶଂସା ଓ ଶୁଭେଚ୍ଛା ଆସିବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment