ଦେଖନ୍ତୁ Live ଭିଡ଼ିଓ : ବିଦ୍ୟାଭାରତୀ ଙ୍କ ସହିତ ମୋତେ ଯୋଡ଼ନ୍ତୁ ନାହିଁ, ହାତଯୋଡି ଅନୁରୋଧ କଲେ ବିଦ୍ୟାଶ୍ରୀ…

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ନିକଟରେ ସହକାରୀ ବନ ସଂରକ୍ଷକ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ଏହା ପରେ ଏହି ଘଟଣାକୁ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ତେବେ ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଏବେ ଆରମ୍ଭ ହୋଇଛି। ଏଥିପାଇଁ ତଦନ୍ତ କାରୀ ଦଳ ତାଙ୍କର ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ଆଉ ଏହି ଘଟଣାକୁ ନେଇ ଦୀର୍ଘ ଦିନ ଚୁପ୍‌ ରହିବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ସୌମ୍ୟ ଙ୍କ ମାଆ ଏବଂ ତାଙ୍କ ପତ୍ନୀ ବିଦ୍ୟା ଭାରତୀ।

ତେବେ ପୁଅର ମୃତ୍ୟୁ ପାଇଁ ସୌମ୍ୟଙ୍କ ପରିବାର ପକ୍ଷରୁ ପ୍ରଥମେ ପତ୍ନୀ ବିଦ୍ୟା ଭାରତୀ ଙ୍କ ବିପକ୍ଷରେ ଅଭିଯୋଗ କରା ଯାଇଥିଲା। ପରସ୍ପର ଭିତରେ ଉଭୟଙ୍କୁ ଦୋଷାରୋପ କରିବା ଆରମ୍ଭ ହୋଇ ଯାଇଛି। ତେବେ ସବୁଠାରୁ ବଡ କଥା ହେଲା ସୌମ୍ୟ ବିବାହ ପରଠୁ ଖୁସି ରହୁ ନ ଥିବା ବେଳେ ପତ୍ନୀଙ୍କୁ ନେଇ ନାନା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ମା। ଆଉ ପରେ ଏହାକୁ ନେଇ ପାଟି ଫିଟାଇଛନ୍ତି ବିଦ୍ୟା। ଆଉ ଏହି ସମୟରେ ଅନେକ ସୌମ୍ୟଙ୍କ କେଶ୍ କୁ ମାନବପ୍ରେମି ଆଦିତ୍ୟ ଦାସ୍ ଙ୍କ କେଶ୍ ସହିତ ତୁଳନା କରି ବିଦ୍ୟାଶ୍ରୀ ଙ୍କୁ ସାମ୍ନାକୁ ଆଣିଛନ୍ତି। ଯାହାକୁ ନେଇ ଏବେ ବିଦ୍ୟାଶ୍ରୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି।

ଆପଣ ଜାଣିଛନ୍ତି ଆଦିତ୍ୟ ଦାସ୍ ଙ୍କ କେଶ୍ କୁ ନେଇ ଅନେକ ବୟାନ ବାଜି ହୋଇଥିଲେ ସୁଦ୍ଧା ଆଦିତ୍ୟ ଙ୍କ ପରିବାର କୌଣସି ନିଷ୍କର୍ଷ ରେ ପହଞ୍ଚି ପାରି ନାହାଁନ୍ତି। ଅନେକ ଏଥିରେ ଆଦିତ୍ୟ ଙ୍କ ପତ୍ନୀ ଙ୍କୁ ଦୋଷାରୋପ କରୁଥିଲେ ସୁଦ୍ଧା ତାଂକ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନାହିଁ। ତେବେ ଏହି ଘଟଣାକୁ ଅନେକ ଦିନ ବିତି ଯାଇଥିବା ବେଳେ କିଛି ଦିନ ନିରବ ରହିବା ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଦିତ୍ୟ ଦାସ ଙ୍କ ପତ୍ନୀ ବିଦ୍ୟାଶ୍ରୀ।ସନ୍ଦେହ ଜନକ ସ୍ଥିତିରେ ମୃତ୍ୟୁ ଘଟିଥିବା ମାନବ ପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି ଏବେର ବିଦ୍ୟା ଭାରତୀ ଙ୍କ କେଶ୍ ମୋ ଘଟଣା ଠାରୁ ଭିନ୍ନ।

ମୋତେ ମୋ ଶାଶୁ ଶ୍ବଶୁର ସହଯୋଗ କରୁଥିଲେ ଏବଂ ସେମାନେ ଜାଣିଛନ୍ତି ଯେ ତାଙ୍କ ବୋହୂ କିପରି। ନିଜ ଝିଅ ଭଳି ମୁଁ ସେମାନଙ୍କର ସେବା କରି ଆସିଛି ଆଉ ସେମାନେ ବି ମୋତେ ବହୁତ୍ ଭଲ ପାଆନ୍ତି। କିନ୍ତୁ ବିଦ୍ୟାଭାରତୀ ଙ୍କ ଶାଶୁ ଶଶୁର ତାଙ୍କୁ ବିରୋଧରେ ପ୍ରଥମରୁ ଅଭିଯୋଗ ଆଣିଛନ୍ତି।ସେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନେକ କିଛି କହିଛନ୍ତି କିନ୍ତୁ ମୁଁ ଆଦିତ୍ୟଙ୍କ ନାମ ନେଇ ସାରା ଜୀବନ ବଞ୍ଚିବି ବୋଲି କହି ସାରିଛି। ଦୟାକରି ବିଦ୍ୟାଭାରତୀ ଙ୍କ କେଶ୍ ସହିତ ମୋ କେଶ୍ କୁ ଯୋଡ଼ନ୍ତୁ ନାହିଁ ବୋଲି ବିଦ୍ୟାଶ୍ରୀ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।