ବିଜୁଳି ଘଡ଼ଘଡ଼ି, ଘୁର୍ଣ୍ଣିବଳୟ ସହ ବର୍ଷା ଏବଂ ପବନ ୧୯ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

କିଛିଦିନ ରାଜ୍ୟରେ କାଳବୈଶାଖୀ କାରଣରୁ ବର୍ଷା ପବନ ଲାଗି ରହିଛି। ଫଳରେ ରାଜ୍ୟରେ ତାତି ର ପରିମାଣ କମ୍ ରହିଛି।ଏବେ ପୁଣି ଆଉ ଏକ ବର୍ଷା ପବନର ସମ୍ଭାବନା ରହିଛି।ଫଳରେ ଘଡଘଡି ଆବାଜରେ କମ୍ପିବାକୁ ଯାଉଛି ଅଧା ଓଡିଶା। ଏହା ସହିତ ଘଣ୍ଟା ପ୍ରତି ୪୦ କିମି ବେଗରେ ମଧ୍ୟ ପବନ ବୋହିବାକୁ ଯାଉଛି। ତେଣୁ ଏଭଳି ଏକ ସ୍ଥିତି ସମ୍ଭାବନା କୁ ଦୃଷ୍ଟିରେ ରଖି ୧୯ଟି ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାଛଡା ଆସନ୍ତା ୨ ଦିନ ମଧ୍ୟରେ ଦିନ ସମୟରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ।ଏହାଛଡା ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି।

ତେବେ ସୂଚନା ଅନୁସାରେ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡିଶାର ୧୯ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବାକୁ ମଧ୍ୟ କୁହା ଯାଇଛି।ତେବେ ଏହି ଘଡ଼ଘଡ଼ି ଏବଂ ବର୍ଷା ସାଂଗକୁ ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନେକ କିଛି କ୍ଷୟ କ୍ଷତି ର ସମ୍ଭାବନା ନଥିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ସମୟରେ ବାହାରକୁ ନ ବାହାରିବା ପାଇଁ କୁହା ଯାଇଛି। ତେବେ ସେଥିପାଇଁ ରାଜ୍ୟର ୧୯ ଜିଲ୍ଲାକୁ ଆଲର୍ଟ ରହିବାକୁ କୁହା ଯାଇଛି। କାରଣ ଏହି ୧୯ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ଏବଂ ଏହି ସମୟରେ ସତର୍କତା ଅବଲମ୍ବନ କଲେ ଆପଣ ବିପଦକୁ ଏଡାଇ ପାରିବେ।

ତେବେ ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଏହା ଦ୍ବାରା ପ୍ରଭାବିତ ହେବାକୁ ଯାଉଛନ୍ତି।ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, କୋରାପୁଟ, ମାଲକାନାଗିରି, ରାୟଗଡା ଓ କନ୍ଧମାଳ। ଏସବୁ ଜିଲ୍ଲା ମାନଙ୍କରେ ଆଜି ଅପରାହ୍ନ ସମୟରୁ ଆସନ୍ତାକାଲି ଅର୍ଥାତ୍ ମେ 12 ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଏହି ବର୍ଷା ଏବଂ ପବନର ସମ୍ଭାବନା କୁ ଦୃଷ୍ଟିରେ ରଖି ଏହି ଜିଲ୍ଲା ମାନଙ୍କୁ ସତର୍କ ରହିବାକୁ କୁହା ଯାଇଛି।

ଏହାଛଡା ଉତ୍ତର ଓଡିଶା ସହିତ ଅନ୍ୟ ଜିଲା ମାନଙ୍କରେ ମୁଖ୍ୟତଃ କୋରାପୁଟ, ରାୟଗଡା, କନ୍ଧମାଳ ଓ ଅନ୍ୟ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ତେବେ ଏହାକୁ ଦୃଷ୍ଟିରେ ରଖି ଏଥିପ୍ରତି ଆପଣ ସଚେତନ ରହିବାକୁ ପରାମର୍ଶ ଦିଆ ଯିବା ସହିତ ଘଡ଼ଘଡ଼ି ସମୟରେ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।