ଆପଣ ମାନେ ଜାଣିଛନ୍ତି ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ ପାଟି ଉପରେ ଚଢାଉ କରି ଏନ୍ସିବି ଟିମ୍ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଗିରଫ କରିବା ପରେ ଏହାକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବାରେ ଲାଗିଛି। ପ୍ରତିଦିନ ଏହାକୁ ନେଇ ଅନେକ ତଦନ୍ତ ଏବଂ ଜେରାର ସମ୍ମୁଖୀନ ହେଉଛନ୍ତି। ତେବେ ମୁମ୍ବାଇ ର ଏହି କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ଯାଞ୍ଚ ଏବେବି ଜାରି ରହିଛି। ଏବେବି ଏହି ମାମଲା ରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜେଲରେ ଅଛନ୍ତି ଏବଂ ଏଥିରେ ତାଙ୍କ ସହ ଆଉ କେଉଁ ମାନଙ୍କର ଲିଙ୍କ ରହିଛି ସେମାନଂକୁ ସନ୍ଧାନ କରିବା ପରେ ତଦନ୍ତ ପରିସର ଭୁକ୍ତ କରିଛି ଏନସିବି।
ତେବେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ତାଙ୍କ ସହ ହ୍ୱାଟସ୍ ଆପ ଚାଟରେ ହିରୋଇନ୍ ଅନନ୍ୟା ଥିବାରୁ ତାଙ୍କୁ ପଚରଉଚରା ପାଇଁ ସମନ କରିଥିଲା ଏନସିବି। ଆପଣ ଜାଣିଛନ୍ତି ଏହି କାରଣରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଡ୍ରଗ୍ ମାମଲାରେ ଏନସିବି ର ତଦନ୍ତ ପରିସରକୁ ଆସିଛନ୍ତି। ଆଉ ଏଥିପାଇଁ ତାଙ୍କୁ ଏନ୍ ସି ବି ପଚରଉଚରା ଜାରି ରଖିଛି। ତେଣୁ ଶୁକ୍ରବାର ଦିନ ଅନନ୍ୟା ପାଣ୍ଡେଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପଚରାଉଚରା ପାଇଁ ଡକା ଯାଇ ତାଙ୍କୁ ଜେରା କରା ଯାଇଥିଲା। କିନ୍ତୁ ଏହିଦିନ ଏନ୍ ସି ବି, ପକ୍ଷରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଙ୍କୁ ତାଗିଦ୍ କରା ଯାଇଥିଲା।
ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ତାଙ୍କୁ ତାଗିଦ୍ କରିଥିବା ଜଣା ପଡ଼ିଛି।କାରଣ ତାଙ୍କୁ ଏନ୍ ସି ବି ପକ୍ଷରୁ ଯେତେବେଳ ଡକା ଯାଇଥିଲେ ସେଠାରେ ସେ ସେହି ସମୟରେ ପହଞ୍ଚି ନଥିଲେ। ସେ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ତିନି ଘଣ୍ଟା ବିଳମ୍ବରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଆଉ ଏନସିବି ଏହାକୁ ଆଦୌ ପସନ୍ଦ କରି ନଥିଲେ।ଆଉ ଏଥିପାଇଁ ଅନନ୍ୟାଙ୍କୁ ତାଗିଦ କରାଯାଇଥିଲା ଏନ୍ ସି ବି ପକ୍ଷରୁ।ସୁଚନା ଅନୁସାରେ ଯାହା ଜଣା ପଡ଼ିଛି ଏନସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଥର ପଚରାଉଚରା ପାଇଁ ୧୧ଟା ସମୟରେ କାର୍ଯ୍ୟାଳୟ ରେ ହାଜର ହେବା ପାଇଁ କହିଥିଲେ।
କିନ୍ତୁ ଅନନ୍ୟା ସମୟ କୁ ଗୁରୁତ୍ବ ନଦେଇ ୧୧ ଟା ପରିବର୍ତ୍ତେ ୨ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆଉ ତାଙ୍କର ଏହି ପରି ବିଳମ୍ବ ହେବାର ଦେଖି ହେତୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଅନନ୍ୟାଙ୍କୁ ତାଗିଦ କରି କହିଥିଲେ ଯେ ଏହା ତୁମର ପ୍ରଡକ୍ସନ ହାଉସ୍ ନୁହଁ। ତେଣୁ ଯେତେବେଳେ ଡକା ଯାଇଛି ସେତେବେଳ ଆସିବ। ଏଠାରେ ଅଧିକାରୀ ମାନେ ତୁମକୁ ଅପେକ୍ଷା କରି ବସି ନାହାଁନ୍ତି। ଏହା ସେଣ୍ଟ୍ରୋଲ ଏଜେନ୍ସିର ଅଫିସ ଅଟେ। ତେଣୁ ଯେଉଁ ସମୟରେ ତୁମକୁ ଡକାଯିବ, ସେହି ସମୟରେ ଏଠାରେ ପହଞ୍ଚିବାକୁ ପଡ଼ିବ ବୋଲି ସମୀର ୱାନଖେଡେ ତାଙ୍କୁ ତାଗିଦ୍ କରି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।