ବିନା ATM କାର୍ଡରେ କେମିତି ଉଠାଇବେ ଟଙ୍କା ? ଏହି କାମ କରିବା ଦ୍ୱାରା ବିନା ATM ରେ ଉଠାଇପାରିବେ ଟଙ୍କା

0

କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଲୋକମାନେ ଅନେକ ସମୟରେ ଇମ୍ପଟାଣ୍ଟ ଜିନିଷ ଗୁଡିକ ନେବା ପାଇଁ ଭୁଲି ଯାଇଥାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ସେହି ଇମ୍ପଟାଣ୍ଟ ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆମର ATM କାର୍ଡ , ଯାହାକୁ ସାଙ୍ଗରେ ନେବା ପାଇଁ କିଛି ଲୋକମାନେ ଭୁଲି ଯାଇଥାନ୍ତି । ତେବେ ଏପରି ସମୟରେ ଯଦି ଟଙ୍କାର ଜରିରୀ ଆବଶ୍ୟକତା ପଡେ ତେବେ କଣ କରିବେ । ଏହିପରି ଏକ ସମସ୍ୟାକୁ ସମାଧାନ କରିବା ପାଇଁ ଏକ ଅଭିନବ ଉପାୟ ଅସିଛି , ଏଣିକି ବିନା ଏଟିଏମ କାର୍ଡରେ ଉଠାଇ ପାରିବେ ଟଙ୍କା । ଏହା କିପରି ହେବ ଆସନ୍ତୁ ଜାଣିବା ।

ଏସବିଆଇ ବ୍ୟାଙ୍କ ଗ୍ରାହକ ଙ୍କ ପାଇଁ ନୂଆ ଖବର , ଯଦି ଆପଣ ସାଙ୍ଗରେ ଏଟିଏମ କାର୍ଡ ନେବାକୁ ସହଜ ମଣୁ ନାହାନ୍ତି , କିମ୍ୱା ନେବାକୁ ଭୁଲି ଯାଉଛନ୍ତି । ତେବେ ଆପଣ ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇ ପାରିବେ । SBI ଗ୍ରାହକ ମାନଙ୍କ ପାଇଁ ଆଣିଛି ୟୋନୋ କ୍ୟାସ ବ୍ୟବସ୍ଥା , ଏହା ସାହାର୍ଯ୍ୟରେ ଆପଣ ଯେକୌଣସି ସ୍ଥାନରେ ଏଟିଏମ ବ୍ୟତୀତ ପିଅଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟରୁ ନଗତ ଟଙ୍କା ଉଠାଇବାକୁ ସକ୍ଷମ ହେବେ । ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଆପଣଙ୍କ ଫୋନରେ SBI ୟୋନୋ ଆପ ଡାଉନଲୋଡ କରି ଲଗ୍ ଇନ କରନ୍ତୁ ।

ଏହାପରେ ହୋମ ପେଜରେ ୟୋନୋ କ୍ୟାସ୍ ଉପରେ କ୍ଲିକ କରନ୍ତୁ , ୟୋନୋ କ୍ୟାସର ଏଟିଏମ୍ ସେକ୍ସନ କୁ ଯାଇ ତା ଉପରେ କ୍ଲିକ କରନ୍ତୁ । ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ । ଏହାପରେ ଛଅ ଅଙ୍କ ବିଶିଷ୍ଟ ଏକ ପିନ୍ କୋର୍ଡ ବନାନ୍ତୁ , ଏହାପରେ ଏକ ୟୋନୋ କ୍ୟାସ ଟ୍ରାଞ୍ଜାକ୍ସନ ନମ୍ୱର ଆପଣଙ୍କ ରେଜିଷ୍ଟର ମୋବାଇଲକୁ ଆସିବ । ଏହା କେବଳ 6 ଘଣ୍ଟା ପାଇଁ ସକ୍ରିୟ ରହିବ । ଏବେ ଆପଣ ଏଟିଏମରେ ୟୋନୋ କ୍ୟାସ ଅପସନ୍ ଉପରେ ଟ୍ୟାପ କରନ୍ତୁ , ଏହାପରେ ରେଜିଷ୍ଟର ମୋବାଇଲ କୁ ଆସିଥିବା ୟୋନୋ କ୍ୟାସ ଟ୍ରାଞ୍ଜାକ୍ସନ ନମ୍ୱର ଓ ଆପଣଙ୍କ ଦ୍ୱାରା ବନା ଯାଇଥିବା 6 ଅଙ୍କ ବିଶିଷ୍ଟ ପିନ କୋର୍ଡ ନମ୍ୱର ଲେଖନ୍ତୁ ।

ଏହି ପ୍ରୋସେସ୍ ପୂରା ହେବା ପରେ ଏଟିଏମ ମେସିନ ପିଓଏସ ଟରମିନାଲ କିମ୍ୱା ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଉଠାଇ ନିଅନ୍ତୁ । ଏପରି ନୂଆ ଯୋଜନା ରେ ଗ୍ରାହକ ଯେକୌଣସି ସ୍ଥାନରେ 5 ଶହ ଟଙ୍କାରୁ ଆରମ୍ଭ କରି 10 ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରି ପାରିବେ । ଏହି ଯୋଜନାରେ ଗ୍ରାହକ ବେଶ୍ ଉପକୃତ ହୋଇ ପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏଟିଏମ କାର୍ଡର କୌଣସି ଆବଶ୍ୟକତା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।