ଦେଖନ୍ତୁ ଭିଡିଓ – ବିନା ଦୋଷରେ କନେଷ୍ଟବଳ ଲୋକ ଙ୍କୁ ଦେଖାଇଲେ ନିଜର ଦାଦାଗିରି, ଏଭଳି ପୋଲିସ କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ….

0

ପୋଲିସ୍ ମାନେ ଦେଶର ଆଇନ୍ ରକ୍ଷକ ହୋଇ ଥାଆନ୍ତି । ଦେଶ ଲାଗୁ କରା ଯାଇ ଥିବା ଆଇନ୍ ର ରକ୍ଷା ପୋଲିସ୍ ମାନେ କରନ୍ତି ।ତେବେ ଲକ୍ ଡାଉନ୍ ଥିବା ସମୟ ରେ ପୋଲିସ୍ ମାନେ ଦିନ ରାତି ଏକ କରି ଡିୟୁଟି କରି ଲୋକ ମାନଙ୍କୁ ସୁରକ୍ଷା ଦେଉଥିଲେ ତେଣୁ ସେମାନଙ୍କୁ ଦେଶର ଆଇନ ରକ୍ଷକ ବୋଲି କୁହାଯାଏ ।ଲୋକ ମାନେ ପୋଲିସ୍ କୁ ଖୁବ୍ ଷ୍ଟ୍ରିଟ ଭାବିବା ସହିତ ବହୁତ୍ ଡରି ଥାନ୍ତି ।ତେବେ ଥରେ ଭାବନ୍ତୁ ଯଦି ଏହି ଆଇନ ରକ୍ଷକ ମାନେ ଆଇନ ଉଲଂଘନ କରିବେ ତେବେ ସାଧାରଣ ଲୋକ ମାନେ କଣ କରିବେ ।

ତେବେ ଏହି ସବୁ ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ଯେଉଁଠି ଏକ ପୋଲିସ୍ ଙ୍କ ଦାଦାଗିରି ଦେଖିବା ପାଇଁ ମିଳିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଘଟଣା ଟି ଆସିଛି ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ଭେଜିପୂର୍ ଅଞ୍ଚଳ ରୁ । ବର୍ତ୍ତମାନ ଗାଡି ଚେକିଙ୍ଗି ନିୟମ କୁ କଡ଼ା କଡ଼ି ଭାବେ ଲାଗୁ କରାଯାଇ ଅଛି ଆଉ ରାସ୍ତା ର ବିଭିନ୍ନ ସ୍ଥାନ ମାନଙ୍କ ରେ ପୋଲିସ୍ ମାନେ ଏହାକୁ ଚେକ୍ କରୁଛନ୍ତି । ଏହି ସମୟ ରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି । ଗାଡି ଚେକୀଙ୍ଗ ସମୟ ରେ ଜଣେ କନେଷ୍ଟବଳ ଯାହାଙ୍କ ନାମ ସୁଦର୍ଶନ ଜେନା ଅଟେ  ।

ଜଣେ ଯୁବକ ଙ୍କୁ ମାରି ତାଙ୍କ ମୁଁହ ଫଟାଇ ଦେଇଥିବା ର ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣଙ୍କ ମୁହଁ ଫାଟି ରକ୍ତ ବାହାରି ଥିବାର ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଘଟଣା ସ୍ଥଳରେ ଫାଣ୍ଡି ମୁଖ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

କୁହା ଯାଉଛି ଯେ କନେଷ୍ଟବଳ ସୁଦର୍ଶନ ଜେନା ମଦ ପିଇ ନିଶାସକ୍ତ ଅବସ୍ଥା ରେ ଏମିତି କାର୍ଯ୍ୟ କରିଛନ୍ତି କାରଣ ପୂର୍ବରୁ ଅନେକ ଭିଡିଓ ରେ ସେ ମଦ ପିଉଥିବା ର ନଜର ଆସିଥିଲେ । ତେବେ ସଡ଼କ ସୁରକ୍ଷା ବ୍ୟବସ୍ଥା କୁ ବର୍ତ୍ତମାନ କଡାକଡି କରାଯାଇଛି ଓ କିଛି ସ୍ଥାନ ରେ ପୋଲିସ୍ ମାନେ ହେଲମେଟ ପିନ୍ଧିଥିବା ଲୋକ ମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଧନା କରିଥିବାର ମଧ୍ୟ ନଜର ଆସିଛି ଆଉ ଏହି ସମୟ ରେ ଏମିତି ଭିଡିଓ ଲୋକ ମାନଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି କରିଛି ।

ସାଧାରଣ ଲୋକ ମାନଙ୍କ ର ପୋଲିସ୍ ମାନଙ୍କୁ ନେଇ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥାଏ ଆଉ ଲୋକ ମାନେ ଭାବି ଥାଆନ୍ତି ଯେ ପୋଲିସ୍ ଖୁବ୍ କଠୋର ଓ ରାଗି ମିଞ୍ଜସ ର ହୋଇ ଥାଆନ୍ତି। ଆଉ ସେମାନେ ସବୁ ଠିକ୍ ନିଷ୍ପତି ନେଇ ଥାଆନ୍ତି ତେବେ ରାସ୍ତା ଉପରେ ଜଣେ ଯୁବକ ଙ୍କୁ ଏପରି ପିଟିବା କେତେ ଦୂର୍ ସଠିକ୍ ଅଟେ ବୋଲି ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।