ଦେଖନ୍ତୁ Viral ଭିଡିଓ : ବିନା ମାସ୍କରେ ବୁଲୁଥିଲେ ମା-ଝିଅ ଅଟକାଇବାରୁ ପୋଲିସକୁ ଚାପୁଡ଼ା ସେକିଦେଲେ ମହିଳା, ଆଉ ତା’ପରେ…

0

ସମଗ୍ର ବିଶ୍ୱରେ ବର୍ତ୍ତମାନ କରନା ଭାଇରସ ଏକ ଆତଙ୍କ ସୃଷ୍ଟି କରିଛି। ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅତି ଭୟାବହ ରୂପ ଧାରଣ କରିଛି। ଏ ବର୍ଷ କରନା ଯୋଗୁଁ ଅଧିକ ଲୋକ ମରୁଛନ୍ତି, ବର୍ତ୍ତମାନ ଦେଶରେ ଏପରି ସ୍ଥିତି ଉପୁଜିଛି ଯେ , ଲୋକଙ୍କୁ ସମସାନରେ ମଧ୍ୟ ଜାଗା ମିଳୁନାହିଁ। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ କରନାରେ ସଂକ୍ରମିତ ହେଉଛନ୍ତି। ଏବଂ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ମରୁଛନ୍ତି। ବର୍ତ୍ତମାନ କରାନାର ଦ୍ୱିତୀୟ ଲହରୀ ଚାଲିଛି, ଦ୍ୱିତୀୟ ଲହରୀ ଏତେ ଭୟଙ୍କର ଯେ ଲୋକ ମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ସଂକ୍ରମଣ କମିବା ପାଇଁ ସରକାର ପୋଲସ ଙ୍କୁ ଦାୟିତ୍ୱ ଦିଆଯାଇଛି। ପୋଲିସ ବାହାରକୁ ଯିବା ପାଇଁ ମନା କରିବା ସ୍ୱତେ ମଧ୍ୟ ଅଦରକାରୀ ଭାବରେ ବାହାରକୁ ବାହାରିଛନ୍ତି। ଏଭଳି ଅନେକ ସ୍ଥାନରେ ପୋଲିସ ଏବଂ ଜନତା ମୁହାଁ ମୁହିଁ ହେବାର ଦେଖିବା ପାଇଁ ମିଳିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ବିନା ମାସ୍କ ରେ ବୁଲୁଥିଲେ ମାଆ ଝିଅ ପୋଲିସ ବିରୋଧ କରିବାରୁ ପୋଲିସ କୁ ଚାପୁଡ଼ା ମାରି ଲେ। ତେବେ ବନ୍ଧୁ ଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ଘଟଣାର ସତ୍ୟା ସତ୍ୟ ବିଷୟରେ;

କରୋନାର ମାରାତ୍ମକ ଦ୍ୱିତୀୟ ଲହରୀ ଲୋକମାନଙ୍କୁ ବିବ୍ରତ କରାଇଦେଇଛି। ଏହି ଭୟଙ୍କର ବିପଦ ଲୋକମାନଙ୍କ ଚିନ୍ତା ଧାରାକୁ ସମ୍ପୂର୍ଣ ବଦଳାଇଦେଇଛି। ମଧ୍ୟପ୍ରଦେଶର ସାଗର ଅଂଚଳରେ ଏକ ଘଟଣା ଘଟିଥିଲା। ମା ଓ ଝିଅ ବିନା ମାସ୍କରେ ଗାନ୍ଧୀ ଛକରେ ବୁଲୁଥିବାର ପୋଲିସ ଦେଖିଲେ। ମା ଓ ଝିଅ କୁ ପୋଲିସ ଚାଲାଣ କାଟିବାକୁ କହିବାରୁ ସେମାନେ ପୋଲିସଙ୍କ ସହ ଯୁକ୍ତି ତର୍କ କରିବା ସଙ୍ଗେ ସଙ୍ଗେ ବହୁତ ବଡ ଗଣ୍ଡଗୋଳ ମଧ୍ୟ ସୃଷ୍ଟି କଲେ।

ଜଣେ ଲେଡି କନେଷ୍ଟବଳ ମହିଳା ଜଣଙ୍କୁ ଚାପୁଡ଼ା ମାରିଲେ, ଏହା ସହି ନ ପାରି ମହିଳା ଜଣଙ୍କ ମଧ୍ୟ ଲେଡି କନେଷ୍ଟବଳଙ୍କୁ ଚାପୁଡ଼ା ମାରିଲେ। ମହିଳା ପୋଲିସ ଜଣଙ୍କ ଏହାର ପ୍ରତିଶୋଧ ନବା ପାଇଁ ଚାପୁଡ଼ା ମାରିବା ସହ ଚୁଟି ମଧ୍ୟ ଟାଣିଥିଲେ। ଏହି ଘଟଣାକୁ ଦେଖି ସେହି ଘଟଣା ସ୍ଥଳରେ ଥିବା ଅନ୍ୟ ପୋଲିସ ତାଙ୍କୁ ସାହାଯ୍ୟ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ମା ଓ ଝିଅକୁ ଜେଲ ପଠାଇଦେଇଛି।

କରୋନା କାରଣରୁ ଲକଡାଉନ ଅଛି ବୋଲି ସବ ଇନିସ୍ପେକଟର ଗୋପାଳ ଚୌବେ କହିଛନ୍ତି ଯେ କଲେକ୍ଟରଙ୍କ ନିୟମ ୧୪୪ ଧାରା ଅନୁଯାଇ ପୋଲିସ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ଓ ଲେଡି କନେଷ୍ଟବଳ ମଧ୍ୟ ତାଙ୍କ କର୍ତ୍ତବ୍ୟ ଠିକ ଭାବରେ ତୁଲାଉଛନ୍ତି। ତେବେ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦର୍ଶକବନ୍ଧୁ ଆପଣଂକୁ ଆମ୍ଭର ଅନୁରୋଧ ଦୟାକରି ଆପଣ ମାନେ ବିନା କାରଣରେ ବାହାରକୁ ବହାରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।