jitu das amrutabani -ବିପଦ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ ,ଜଣାନ୍ତୁ କେଉଁ ସବୁ ସଙ୍କେତ….

କୁହାଯାଏ କି ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ହିନ୍ଦୁ ସମାଜରେ ଅନେକ ନିୟମ ଗୁଡିକ ରହିଛି | ଆଉ ଯାହା ସାହାଯ୍ୟ ରେ ଆମେ ବିଭିନ୍ନ କଥା ଜାଣିବାକୁ ପାଇଥାଉ | ତେବେ କେତେକ ଏମିତି ସଂକେତ ରହିଛି ଯାହାକୁ ଆମେ ଦେଖି ଜାଣି ପାରିବା କି ଆମର ଜୀବନରେ ଆଗକୁ କଣ ସବୁ ଘଟିବାକୁ ଯାଉଛି | ଆଉ ସେହି ସଂକେତ ଗୁଡିକ ଆମ ପାଇଁ ଶୁଭ ନା ଅଶୁଭ ହୋଇଥାଏ | ତେବେ ଆସନ୍ତୁ କେଉଁ ସବୁ ସଂକେତ କୁ ଦେଖିକି ଆମେ ଆମର ଆଗକୁ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିପାରିବା ଆସନ୍ତୁ ଜାଣିବା |
କେଉଁ ସବୁ ସଂକେତ ରୁ ଆମେ ଆମର ଆଗାମୀ ଜୀବନ ବିଷୟରେ ଜାଣି ପାରିବା :-

1- ଯଦି ଆପଣଙ୍କର ଘରେ ଲଗା ଯାଇଥିବା ତୁଳସୀ ଗଛ ଶୁଖିବାକୁ ଲାଗିଥାଏ ତାହେଲେ ଆପଣ ମାନେ ଜାଣିବେ କି ଆପଣଙ୍କର ଘରେ ଦରିଦ୍ରତା ଆସିବାକୁ ଯାଉଛି ବୋଲି |
2- କୁହାଯାଉଛି କି ଆପଣଙ୍କର ଘରେ ଲଗା ଯାଇଥିବା ଗଛ ସବୁବେଳେ ହରା ଭରା ରହିବା ଆବଶ୍ୟକ ତାହା ନ ହେଲେ ଯଦି ଆପଣଙ୍କ ଘରେ ଗଛ ସୁଖୀ ଯାଇଥାଏ ତାହେଲେ ତାହା ଧନ ହାନି ର ସୂଚନା ଦିଏ | ତେଣୁ ଶୁଖିଲା ଗଛକୁ ତୁରନ୍ତ କାଟି ଦେବା ଆବଶ୍ୟକ |
3- ଝାଡୁ ଆପଣଙ୍କ ର ଘରର ଲକ୍ଷ୍ମୀ ହୋଇଥାଏ, ତେଣୁ ଝାଡୁ ରେ କେବେ ବି ଗୋଡ଼ ବଜାଇବା ନାହିଁ ଓ ତାହା ସହିତ କୁହାଯାଏ କି ଯଦି କୌଣସି ଛୋଟ ପିଲା ଝାଡୁ କରୁଛି ତାହାଲେ ଘରକୁ ନୂଆ ଅତିଥି ଆସିବେ ବୋଲି ଆପଣ ମାନେ ଜାଣିବେ |

4-ତେବେ କୁହାଯାଉଛି କି ସୂର୍ଯ୍ୟାସ୍ତ ପରେ କେବେ ହେଲେ ଝାଡୁ ଲଗାଇବା ଉଚିତ ନୁହଁ |ତାହା ବ୍ୟତୀତ ଝାଡୁ କୁ ସବୁବେଳେ ଶୁଆଇକି ରଖିବା ଯଦି ଠିଆ କରିକି ରଖିବେ ତାହେଲେ ଦୁର୍ଭାଗ୍ୟ ଆସିଥାଏ ଘରକୁ | ଏହା ବ୍ୟତୀତ ଘରୁ କେହି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡୁ ନ କରି କିଛି ସମୟ ପରେ କରିବା ଓ ଝାଡୁ କୁ ସବୁବେଳେ ଲୁଚାଇକି ରଖିବା ଉଚିତ |

5-ଏହା ବ୍ୟତୀତ କୁହାଯାଉଛି କି ଗୋରୁ ହୁଅନ୍ତୁ ବା ଅନ୍ୟ କୌଣସି ବି ପଶୁ ଙ୍କୁ ଝାଡୁ ରେ ବଢେଇବା ଅଶୁଭ ହୋଇଥାଏ | ତାହା ବ୍ୟତୀତ କ୍ଷୀର ଉତୁରିକି ତଳେ ସବୁବେଳେ ପଡିବା ମଧ୍ୟ ଗୋଟିଏ ଅଶୁଭ ସଂକେତ ବୋଲି ଆମେ ମାନିଥାଉ | ତାହା ବ୍ୟତୀତ ଯଦି ଆପଣ ବାହାରୁ ଘରକୁ ପ୍ରବେଶ କରିବା ବେଳେ ପ୍ରଥମେ ଝିଟିପିଟି ଦର୍ଶନ କରନ୍ତି ତାହେଲେ ଦୁର୍ଭାଗ୍ୟ ଆସୁଛି ବୋଲି ଜାଣିବେ | ନୂଆ ଘରେ ମରି ଯାଇଥିବା ଝିଟିପିଟି କୁ ଦେଖିଲେ ଗୃହରେ ପୂଜା ପାଠ କରିକି ପ୍ରବେଶ କରିବା ଆବଶ୍ୟକ |

6-ମହିଳା ମାନଙ୍କର ବାମ ଆଖି ଢ଼େଇଲେ ତାହା ଶୁଭର ସୂଚନା ଦିଏ ଓ ଡାହାଣ ଆଖି ଢ଼େଇଲେ ଖରାପ ସମୟ ଆସୁଛି ବୋଲି ଆପଣ ମାନେ ଜାଣିବେ |7 – ଠିକ ସେହିଭଳି ପୁରୁଷ ମାନଙ୍କର ବାମ ଆଖି ଢ଼େଇଲେ ଧନ ହାନି ହେବାର ଯୋଗ ରହିଥାଏ ଓ ଆଉ ଡାହାଣ ଆଖି ଢ଼େଇଲେ ଶୁଭ ହୋଇଥାଏ |8- ଯଦି ଆପଣଙ୍କର ଘର ପାଖରେ ଅନେକ କାଉ ଏକାଠି ବସି ରାବି ଥାନ୍ତି ତାହେଲେ ତାହାକୁ ଅଶୁଭ ବୋଲି ଆମେ ମାନିଥାଉ |ଏହା ବ୍ୟତୀତ କୁହାଯାଏ କି ଯଦି କୌଣସି ମହିଳା ଙ୍କ ମୁଣ୍ଡ ଉପରେ କାଉ ବସି ଯାଏ ତାହେଲେ ତାହାର ସ୍ୱାମୀ ଙ୍କ ଉପରେ ବିପଦ ଆସିବାର ସଂକେତ ଦେଇଥାଏ |
ତେବେ ଏହା ଥିଲା ସଂକେତ ମାଧ୍ୟମରେ ଆମେ ଆମର ଆଗକୁ ଘଟିବାକୁ ଥିଲା ଘଟଣା ବିଷୟରେ ଜାଣିବା ର ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment