ବିରାଟ୍ ତୁମେ ମନେ ରହିବ…ଏହି ଭିଜୁଆଲ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ଆପଣଙ୍କୁ ଏମିତି ଏକ ଘଟଣା ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଏବଂ ଦେଖିଲେ ଆପଣ ବି ହୋଇଯିବେ ଭାବ ବିହ୍ୱଳ। ତେବେ ଏହି ଘଟଣାଟି ଦେଖିବାକୁ ମିଳିଛି ସାଧାରଣତନ୍ତ୍ର ଦିବସ ଅବସରରେ। ଗତକାଲି ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଏ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ସମସ୍ତ ଙ୍କୁ ଭାବ ବିହ୍ୱଳ କରି ଦେଇଥିଲା। ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ କାହିଁକି ପ୍ରଧାନମନ୍ତ୍ରୀ ମୋଦି ଏ ଘୋଡାର ଗାଲକୁ ସ୍ନେହରେ ଆଉଁସି ଦେଉଛନ୍ତି। ଏହାକୁ ଭିଡିଓ ରେ ମଧ୍ଯ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘୋଡାଟିକୁ ଆଉଁଶି ଗେଲ କରିଥିଲେ। ଆପଣ କଣ ଜାଣିଛନ୍ତି କି ପ୍ରକୃତରେ ଏହି ଘୋଡାଟି କିଏ ଏବଂ ତାର ନାମ କଣ ଅଟେ? ଏହି ଘୋଡା ର ନାମ ହେଉଛି ବିରାଟ। ଯିଏକି ୨୦୧୧ ମସିହାରୁ ରାଷ୍ଟ୍ରପତି ଙ୍କ ବଡିଗାର୍ଡ ଅର୍ଥାତ୍ ଅଙ୍ଗରକ୍ଷୀ ର ଭୂମିକା ଏହି ଘୋଡ଼ାଟି ତୁଲାଇ ଆସୁଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଙ୍କୁ ଏସକର୍ଟ କରି ଆଣିବା ହେଉଛି ବିରାଟ ର କାମ।ଏହି ଘୋଡ଼ା ବିରାଟ କୁ ଶେଷ ହେବାର ଥର ପାଇଁ ୭୩ତମ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି।

କାରଣ ବିରାଟ ର ଅବସର ନେବାର ସମୟ ଆସି ଯାଇଛି। ଗଣତନ୍ତ୍ର ଦିବସ ପାଳନରେ ବିରାଟ କୁ ୧୩ ଥର ରାଷ୍ଟ୍ରପତି ଙ୍କୁ ଏସକର୍ଟ୍ କରି ଆଣିଥିବା ଦେଖିବାକୁ ମିଳିଛି। ଏମିତିକି ଶେଷ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବି ଏସକର୍ଟ କରିଛି ବିରାଟ। ରାଷ୍ଟ୍ରପତି ଙ୍କ ଅଙ୍ଗରକ୍ଷୀ ଭାବରେ ଦାୟିତ୍ଵ ତୁଲାଉଥିବା ଏହି ଘୋଡାକୁ ଚାର୍ଜର ବୋଲି ମଧ୍ୟ କୁହାଯାଏ। ଆପଣ ଜାଣି ଖୁସି ହେବେ ଯେ ଜାନୁଆରୀ ୧୫ ତାରିଖ ସେନା ଦିବସ ଅବସରରେ ଏହି ଘୋଡାଟିକୁ ତାର ସେବା ପାଇଁ ମଧ୍ଯ ସମ୍ମାନିତ କରା ଯାଇଥିଲା। ତେବେ ଏହି ଘୋଡାଟି ସମ୍ମାନିତ ମଧ୍ୟ ହୋଇ ସାରିଛି ଯାହା ତାର ସେବା ପାଇଁ ଏବଂ କର୍ତ୍ତବ୍ୟ ପାଇଁ ତାପ୍ରତି ସମ୍ମାନ ସଦୃଶ।

ତେବେ ଏହି ଘୋଡାଟି ଯେତେବେଳେ ଶେଷଥର ପାଇଁ ବର୍ତ୍ତମାନ ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏସକର୍ଟ କରି ଆଣିଥିଲା, ତାପରେ ଏହି ଘୋଡ଼ା ବିରାଟ କୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ଯ ସ୍ନେହରେ ଆଉଁସି ଦେଇଥିଲେ। କାରଣ ଆଉ ତାକୁ ଏସକର୍ଟ କରିବାର ଦେଖିବାକୁ ମିଳିବ ନାହିଁ। ବିରାଟ ର ଅବସରର ସମୟ ଆସି ଯାଇଛି। ଏହିଭଳି ଏକ ଦୃଶ୍ୟ ଯାହା ପ୍ୟାରେଡ୍ ପରେ ଦେଖିବାକୁ ମିଳିଥିଲା ଏବଂ ଏହାକୁ ଦେଖି ସେଠାରେ ଏକ ଭିନ୍ନ ଧରଣର ଖୁସି ସହିତ ଭାବପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।