ବିସର୍ଜନ ପାଇଁ ଯାଇଥିଲେ , ହେଲେ ନିଜେ ହୋଇଗଲେ ବିସର୍ଜନ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ବୈଜ୍ଞାନିକ ମାନେ ଯେତେ ଜ୍ଞାନ କୌଶଳ ହୋଇଥିଲେ ସୁଦ୍ଧା ସମସ୍ତେ କିନ୍ତୁ ପ୍ରକୃତି ଆଗରେ ହାର ମାନି ଥାଆନ୍ତି। ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ବି ରୋକି ପାରିବେ ନାହିଁ। ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ଲାଗି ରହିଛି, ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ପାଣି ଭର ପୁର ହୋଇ ରହିଛି। ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ।

ତେବେ ବନ୍ଧୁଗଣ ପ୍ରତ୍ୟେକ ବର୍ଷ ବର୍ଷା ହୋଇଛି, କିନ୍ତୁ ବର୍ତ୍ତମାନ ଦୁଇ ଦିନ ଧରି ସାରା ରାଜ୍ୟରେ ଯେଉଁ ଭଳି ଭାବରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି, ତାହା ରେକର୍ଡ଼ ବାହାରେ ବର୍ଷା ହେଉଛି। ଏହି ବର୍ଷା ଦ୍ୱାରା ଅନେକ ଲୋକ ମାନଙ୍କର ଘର ଦ୍ୱାରା ଭାଙ୍ଗିବା ସହିତ ଅନେକ କ୍ଷୟ କ୍ଷତି ମଧ୍ୟ ହେଇଛି। ତେବେ ବର୍ତ୍ତମାନ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଗଣେଷ ମୂର୍ତ୍ତି ବିସର୍ଜନ କରିବା ପାଇଁ ଜଣେ ନାବାଳକ ପିଲାଟି ନଦୀକୁ ଯାଇଥିଲା ଓ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ବନ୍ଧୁଗଣ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ରାଜଘାଟ ଠାରେ ଥିବା ବାରୁଣୀ ମନ୍ଦିର ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ଘାଟରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ରାମଚନ୍ଦ୍ର ପୁର ଗ୍ରାମର ଗୁରୁ ପ୍ରସାଦ ସାମଲ ନାମକ ଜଣେ ନାବାଳକ ପିଲାଟି, ସାଙ୍ଗ ସାଥୀଙ୍କ ସହ ମିଶି ଗଣେଷ ମୂର୍ତ୍ତି ବିସର୍ଜନ କରିବା ପାଇଁ ସେହି ନଦୀକୁ ଯାଇଥିଲା। ପ୍ରବଳ ବର୍ଷା ଯୋଗୁ ସେହି ନଦୀରେ ପାଣି ଭରପୁର ହୋଇ ରହିଛି। ତେବେ ସେହି ନାବାଳକ ଜଣଙ୍କ ଅନ୍ୟ ପିଲା ମାନେ ଉପରେ ଥିବା ସମୟରେ ସେ ଅନ୍ୟ ତିନି ଜଣ ପିଲାଙ୍କ ସହ ମିଶି ଗଣେଷ ମୂର୍ତ୍ତି ବିସର୍ଜନ କରିବା ପାଇଁ ପାଣିକୁ ଓଲ୍ହାଇ ଥିଲା ଓ ପାଣିକୁ ଓଲ୍ହାଇବା ସମୟରେ ସମସ୍ତଙ୍କ ଗୋଡ ଖସି ଯାଇଥିଲା।

ତେବେ ତାଙ୍କ ସହ ଥିବା ତିନି ଜଣ ପିଲା ପହଁରି ପହଁରି ଆସିଥିଲେ କିନ୍ତୁ ସେହି ନାବାଳକ ଜଣଙ୍କ ପାଣିରେ ବୁଡି ଯାଇଥିଲା। ସେଠାରେ ଥିବା ଲୋକ ମାନେ ଅଗ୍ନିଶମ ବିଭାଗ ନିକଟକୁ ଖବର ଦେଇଥିଲେ ଓ ସେ ଘଟଣା ସ୍ଥଳରେ ପହଁଛି ପିଲାଟିକୁ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ ପିଲାଟିକୁ ପାଇ ନଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।