ମଣିଷ ଜୀବନରେ ସୁଖ ଦୁଃଖ ସର୍ବଦା ଲାଗିରହିଥାଏ , ଯାହାକୁ ପ୍ରତ୍ୟେକ ମଣିଷମାନଙ୍କୁ ଭୋଗିବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଆସନ୍ତାକାଲି ଏକ ଖାସ୍ ସ୍ଥିତିରେ ରହିବାକୁ ଯାଉଛନ୍ତି । ଯାହାଫଳରେ କିଛି ରାଶି ଉପରେ ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛି ଏବଂ ଏହି ରାଶି ମାନଙ୍କ ଉପରେ ପ୍ରଭୁ ଗଣେଷଙ୍କର ଆସୀମ କୃପା ରହିଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଯେଉଁ ମାନଙ୍କ ଉପରେ ପ୍ରଭୁ ଗଣେଶଙ୍କର କୃପା ରହିଛି ।
1 ବୃଷରାଶି —
ଏହି ରାଶିର ବ୍ୟକ୍ତି ମାନଙ୍କର ଧନମ ସମ୍ୱନ୍ଧିକ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ ଏବଂ କୌଣସି ବଡ କମ୍ପାନୀରେ ଆପଣଙ୍କୁ ଚାକିରୀ ମିଳିବ । କିନ୍ତୁ ଧ୍ୟାନ ରଖନ୍ତୁ ବୁଧବାର ଦିନ ଗଣେଶ ବ୍ରତ ପାଲ କରନ୍ତୁ ଅତ୍ୟନ୍ତ ଶୁଭଦାୟକ ହେବ ।
2 କନ୍ୟାରାଶି —
ଏହି ରାଶିର ବ୍ୟକ୍ତି ମାନଙ୍କୁ ଖୁବଶୀଘ୍ର ପ୍ରେମ ମାମଲାରେ ଶୁଭ ଖବର ମିଳିବ ଏବଂ କୌଣସି ସମସ୍ୟା ରହିଥିଲେ ତାହା ଦୂର ହେବ । କିନ୍ତୁ ଗଣେଶ ମନ୍ଦିରରେ ମୋଦକର ଭୋଗ ଲଗାନ୍ତୁ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ , ପାରିବାରିକ ଶାନ୍ତି ରହିବ ।
3 ମକରରାଶି —-
ଏହି ରାଶିର ବ୍ୟକ୍ତି ମାନଙ୍କର ପ୍ରେମ ମାମଲାରେ ବହୁତ ବଡ ଖୁସୀ ଖବର ମିଳିବାକୁ ଯାଉଛି ଏବଂ ସମ୍ପର୍କୀୟ ମାନଙ୍କ ସହିତ ଭଲ ସମ୍ପର୍କ ରହିବ । ଆପଣ ବୁଧବାର ଦିନ ଗାଈକୁ କିଛି ଗୁଡ ଓ ରୁୁଟି ଖାଇବାକୁ ଦିଅନ୍ତୁ ଅତ୍ୟନ୍ତ ଶୁଭଦାୟକ ହେବ ।
4 ବିଛାରାଶି —-
ଏହି ରାଶିର ବ୍ୟକ୍ତିମାନେ ଆସନ୍ତାକାଲି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି ଏବଂ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବ । ଏହି ଦିନ ଗଣେଶ ମନ୍ଦିରରେ ପୂଜା ପାଠ କରନ୍ତୁ ଏବଂ କୌଣସି ଗରିବ ଲୋକଙ୍କୁ ଲୁହା ଜିନିଷ ଦାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ।
5 ତୁଳାରାଶି —
ଏହି ରାଶିର ବ୍ୟକ୍ତି ମାନେ ପ୍ରେମ ମାମଲାରେ ଖୁସୀ ଖବର ପାଇବେ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଖୁସୀ ମିଳିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବ ଏବଂ ପରିବାରରେ ମାତା ପିତାଙ୍କର ସହଯୋଗ ମିଳିବ । ପରିଶ୍ରମ ଅନୁଯାୟୀ ଅଧିକ ଫଳ ପ୍ରାପ୍ତ କରିବେ ଏବଂ ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି ।
6 କୁମ୍ଭରାଶି —–
ଏହି ରାଶିର ବ୍ୟକ୍ତି ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ପଦ ପଦବୀ ମିଳିବ । ପରିବାରରେ ଶାନ୍ତି ଲାଗି ରହିବ ଏବଂ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ । ଗଣେଶ ମନ୍ଦିରରେ ପୂଜା ପାଠ କରନ୍ତୁ ଅତ୍ୟନ୍ତ ଶୁଭ ଦାୟକ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।