ଦେଖନ୍ତୁ Viral ଭିଡ଼ିଓ : BJD ବିଧାୟକଙ୍କ ନିଜ ବାହାଘର ରେ ନାଗିନ୍ ଡାନ୍ସ ! ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ ଭିଡିଓ…

ବର୍ତ୍ତମାନର କରୋନା ସମୟରେ ଦେଶ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ବର୍ତ୍ତମାନ ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ତାଣ୍ଡବ ଲୀଳା ରଚୁଛି। ଆମ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ କରନାରେ ଆକ୍ରାନ୍ତ ହେଉଛନ୍ତି ଏବଂ ହଜାର ହଜାର ଲୋକ କରନାରେ ମରୁଛନ୍ତି। କରୋନାର ସ୍ତିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ସରକାର ସମସ୍ତ ସରକାରୀ ପଧାଧିକାରୀଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଦାୟିତ୍ୱରେ ଥାଇ ସେମାନେ ନିଜ କର୍ତ୍ତବ୍ୟର ଅପବ୍ୟବହାର କରୁଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ, ନିଜେ ଆଇନ ଉଲଂଘନ କାର୍ଯ୍ୟ କରୁଛନ୍ତି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ତେବେ ଘଟଣାଟି ହେଉଛି, ଜଣେ ବିଧାୟକ ନିଜ ବିହାଘରରେ ସରକାରଙ୍କ ଗାଇଡ଼ ଲାଇନ ନ ମାନି, ବିନା ମାସ୍କ ରେ ସାମାଜିକ ଦୁରତାକୁ ନମାନି ଲୋକଙ୍କ ଗଜଣରେ ନାଚୁଥିବା ର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ସୂଚନାଅନୁସାରେ, ଏହା ହେଉଛି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କର ବାହାଘର ବେଳର ଦୃଶ୍ୟ ବୋଲି ଯାହା ଜଣାପଡିଛି। ନିଜେ ବିଧାୟକ ମହାଶୟ ନିଜ ବାହାଘର ରେ କେମିତି କରୋନା କଟକଣା ନ ମାନି ସାଙ୍ଗ ସାଥି ସହ ଡ୍ୟାନ୍ସ କରୁଛନ୍ତି। ସେଠାରେ ଉପସ୍ଥିତ କାହାରି ମୁହଁରେ ମାସ୍କ ନାହିଁ କିମ୍ବା ସାମାଜିକ ଦୂରତା ମଧ୍ଯ ନାହିଁ। ତେବେ ବାହାଘରଟି ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ହୋଇଥିବାର ଦେଖିବା ପାଇଁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏମାନେ କ’ଣ ଆଇନ୍ ଠାରୁ ଉର୍ଦ୍ଧ୍ବରେ କି? ନା ଏମାନଙ୍କୁ କରୋନା ହେବ ନାହିଁ।

ଯଦି ସାଧାରଣ ଲୋକମାନେ କରୋନା କଟକଣା ଭାଙ୍ଗିଲେ ସେମାନଙ୍କୁ ବହୁତ ହଇରାଣ ହରକତ ଏହି ବାବୁ ମାନେ କରୁଛନ୍ତି। କିନ୍ତୁ ଜଣେ ଶାସକ ଦଳର ବିଧାୟକ ପାଇଁ ଆଇନ୍ କିଛି ନାହିଁ ବୋଲି ଯାହା ମନେହେଉଛି। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ତହସିଲଦାର ତାଙ୍କ ଭାଇ ବାହାଘରରେ ଡ୍ୟାନ୍ସ କରିଥିଲେ ବୋଲି ତାଙ୍କୁ ଚାକିରି ରୁ ନିଲମ୍ବିତ କରାଯାଇ ଥିଲା।

ତେବେ ବର୍ତ୍ତମାନ ଯେଉଁ ବୁଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏଥିରେ ସାଧରଣ ଜନତା ସୋସିଆଲ ମିଡିଆରେ ନିଜର କମେଣ୍ଟ ମାଧ୍ୟମରେ ଦୃଢ଼ ସମାଲଚନା କରିବା ସହିତ ସେମାନଙ୍କୁ ବିଭିନ୍ନ ପ୍ରକାର ସମାଲଚନା କରିଛନ୍ତି। ଦେଖାଯାଉ ରାଜ୍ଯ ସରକାର ଏବଂ ରାଜ୍ଯ ପ୍ରଶାସନ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଧାୟକଙ୍କ ବିରୁଦ୍ଧରେ ଓଡ଼ିଶା ବାସୀ ଦେଖିବାକୁ ବାକି ରହିଲା। ଆମର ମଧ୍ୟ ଏତିକି ଅନୁରୋଧ ଯେ ଦୋସି ବିରୁଦ୍ଧରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment