ହେ ଭଗବାନ ! ବୋହୂ ଦେଖା ପଡିଲା ମହଙ୍ଗା….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଭାଗ୍ୟ କାହାକୁ ନେଇ କେଉଁଠି ପକାଇ ଦିଏ କେହି କହି ପାରନ୍ତି ନାହିଁ। ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ନିଜର ଅସାବଧାନତା ଗୁଣ ଯୋଗୁ ଏଭଳି କିଛି ଦୁର୍ଘଟଣା ଘଟିଥାଏ। ଯାହାକି ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଆମେ ଦେଖିବାକୁ ପାଇ ଥାଉ। ଏଭଳି କିଛି ଭୟାନକ ଦୃଶ୍ୟ ରହିଛି ତାକୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗିବା ସହ ବହୁତ ଦୁଃଖ ଲାଗିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଗୋଟେ ପରିବାରର ସଦସ୍ୟ ମାନେ ମିଶି ତାଙ୍କ ସାନ ବୋହୂକୁ ଦେଖି ବାକୁ ତାଙ୍କ ବାପ ଘରକୁ ଯାଇଥିଲେ ଓ ସେମାନେ ଫେରିବା ବାଟରେ ତାଙ୍କର ଭୟାନକ ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା କାକରି ଗୁମା ଥାନା ଆମ୍ବିଳୀ ଆମ୍ବଗୁଳା ଛକ ନିକଟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ବଣୁଆ ଗୁଡ଼ ଗାଁ ର ପରିବାରର ୧୨ ଜଣ ସଦସ୍ୟ ପୁରୁଷ,ମହିଳା ଓ ଛୁଆ ମାନେ ମିଶି ସାନ ବୋହୁଙ୍କୁ ଦେଖିବା ପାଇଁ ତାଙ୍କ ବାପ ଘରକୁ ବୋଲରରେ ବହୁତ ଖୁସିରେ ଯାଇଥିଲେ।

ତେବେ ବନ୍ଧୁ ଘରୁ ସେମାନେ ଫେରିବାର ରାତି ବିଳମ୍ବିତ ହୋଇ ଯାଇ ଥିବାରୁ ତାଙ୍କୁ ଅନ୍ଧାରରେ ଠିକ ଭାବରେ କିଛି ଦେଖା ଯାଉ ନଥିଲା। ସେହି ଆମ୍ବିଳୀ ଆମ୍ବଗୁଳା ଛକ ନିକଟରେ ତାଙ୍କ ଗାଡି ସମାନରୁ ଅନ୍ୟ ଏକ ଗାଡି ଆସୁ ଥିବାର ଦେଖି, ତାକୁ ସାଇଟ ଦେବାକୁ ଯାଇ ବୋଲରଟି ରାସ୍ତା କଡ଼କୁ ଓଲଟି ଯାଇଥିଲା। ସେହି ଗାଡ଼ିରେ ଥିବା ୧୨ ଜଣ ସଦସ୍ୟ ସମସ୍ତେ ଆହତ ହୋଇ ଥିବା ବେଳେ ସେଥିରୁ ୫ ଜଣଙ୍କର ଅବସ୍ଥା ଗୁରୁତ୍ବର ରହିଛି। ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ଏଭଳି ଘଟଣା ଦେଖି ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ପଂହଁଚିବାକୁ ଡେରି ହୋଇ ଯାଇଥିଲା ବୋଲି ସେହି ସ୍ଥାନୀୟ ଲୋକ ମାନେ ନିକଟସ୍ତ ହସ୍ପିଟାଲକୁ ନେଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।