ବୋହୂ ଫେରିବା ନେଇ ସମୁଦୀ ଲଳିତ୍ ଙ୍କ ସହ କଥା ହେଲେ ଅପରାଜିତା… ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ପ୍ରକୃତି ଆଉ ତୃପ୍ତି ଙ୍କୁ ନେଇକି ବେଶ କିଛି ଦିନ ହେଲା ସେସିଆଲ ମିଡ଼ିଆରେ ଘଟଣା ଟି ଭାଇରାଲ ହେବା ପରେ ଏବେ ଟିକିଏ ଘଟଣା ରେ ସୁଧାର ଆସିବାକୁ ଯାଉଛି | ଆଇ ବାବୁସାନ ଆଉ ତୃପ୍ତି ଙ୍କ ପ୍ରେମ ସମ୍ପର୍କ ପୂର୍ବ ପରି ସୁଧାରିବାକୁ ଯାଉଛି | ଆଉ ଯାହା ଜଣା ପଡିଛି କି ତୃପ୍ତି ଙ୍କ ବାପା ଲଳିତ ଆସିଛନ୍ତି ବାବୁସାନ ଙ୍କ ଘରକୁ ଆଉ ଘଟଣା ଟି ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି |ତେବେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ ଘଟଣା ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ମିଶ୍ର ଙ୍କ ଉପରକୁ ବିଚ ରାସ୍ତା ରେ ଟଣା ଅଟରା କରିଥିଲେ, ଆଉ ତାଙ୍କ ସ୍ୱାମୀ ଙ୍କୁ ମଧ୍ୟ ଗାଳି କରିଥିଲେ | ଆଉ ଯୋଉଁଥିପାଇଁ ବାବୁସାନ ଓଡିଶା ଛାଡିକି ଚେନାଇ ପଳାଇ ଯାଇଥିଲେ |ଆଉ ପରେ ସେ ଘରକୁ ଫେରିଥିଲେ ଆଉ ସମସ୍ତ ଘଟଣା ପାଇଁ କ୍ଷମା ମଧ୍ୟ ମାଗିଥିଲେ | ଆଉ ସମସ୍ତ ଘଟଣାର ସୁଧାର ଆଣିବା ପାଇଁ ମଧ୍ୟ ଚାହିଁଥିଲେ, ପୁଅ ଗୁଆନ ଆଉ ସ୍ତ୍ରୀ ତୃପ୍ତି ଙ୍କୁ ମଧ୍ୟ ଘରକୁ ଫେରାଇ ଆଣିବାକୁ ସେ ଚାହିଁଥିଲେ |

ତେବେ ବାବୁସାନ ଙ୍କ ଜନ୍ମଦିନ ଥିବାର ସେ ନିଜର ସ୍ତ୍ରୀ ଆଉ ପିଲାଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ଚାହିଁଥିଲେ | ତେବେ ଯାହା ଜଣା ପଡିଛି କି ତୃପ୍ତି ଙ୍କର ବାପା ଲଳିତ ଶତପଥି ଆସିଥିଲେ ବାବୁସାନ ଙ୍କ ଘରକୁ | ଆଉ ଘଟିଥିବା ସେ ସମସ୍ତ ଘଟଣା ବିଷୟରେ ଆଲୋଚନା କରିବା ପାଇଁ | ଆଉ ଯୋଉଁଥିପାଇଁ ବାବୁସାନ ମଧ୍ୟ ଖୁସି ଥିଲେ କାରଣ ସେ ଜାଣିଥିଲେ କି ତାଙ୍କର ଶ୍ୱଶୁର ତାଙ୍କୁ ନିଶ୍ଚୟ କ୍ଷମା କରିଦେଲେ ଆଉ ସ୍ତ୍ରୀ, ଆଉ ପୁଅ ଘରକୁ ଆସିବେ |

ତେବେ ଲଳିତ ଘରକୁ ଆସିକି ଅପରାଜିତା ଆଉ ଉତ୍ତମ ମହାନ୍ତି ଙ୍କ ସହିତ କଥା ମଧ୍ୟ ହୋଇଥିଲେ | ଆଉ ସମସ୍ତ ଘଟଣା ର କଥା ବାର୍ତ୍ତା ପରେ ତୃପ୍ତି ଘରକୁ ଆସିବା କଥା କହିଛନ୍ତି | ତେବେ ବାବୁସାନ କହିଛନ୍ତି କି ସବୁ ଠିକ ଅଛି ବାସ ଆଉ ଯାହା ରାଗ ଟିକିଏ ରହିଛି, ତାହା ଭଲ ପାଇବା ଆଉ ସ୍ନେହ ମିଳିଲେ ଠିକ ହେଇଯିବ | ବାକି ଯେହେତୁ ବୋହୂ ଆଉ ନାତି ଘରକୁ ଆସିବେ ଅପରାଜିତା ଙ୍କର, ତେଣୁ କିଛି ବାର ଆଉ ନକ୍ଷତ୍ର ରହିଛି | ସେ ସବୁ ଠିକ ହେଇଗଲା ପରେ ତୃପ୍ତି ତାଙ୍କ ପୁଅ କୁ ଧରିକି ଘରକୁ ଫେରି ଆସିବେ | ତାଙ୍କର ସୁଖର ସଂସାର ପୁଣି ହସି ଉଠିବ ଆଉ ପୂର୍ବ ପରି ସେମାନେ ସାଥି ହେଇକି ରହିବେ ବୋଲି କହିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment