ବଲିଉଡ ଉପରେ କରୋନା ପ୍ରଭାବ: ୬ଟି ଫିଲ୍ମରେ ସିନେମୋଟୋଗ୍ରାଫି ପରେ, ଏବେ କଟକରେ ମୋମୋ ବିକୁଛନ୍ତି ‘ଶୁଚିସ୍ମିତା’ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

କୋରନା ମହାମାରୀ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି, ଏଥିରେ କେହି ବି ବାଦ ପଡି ନାହାନ୍ତି। ଛୋଟ ରୁ ବଡ ସମସ୍ତେ ପଭାବିତ ହୋଇଛନ୍ତି, ଭାଇରସ ଏତେ ମାରାତ୍ମକ ଥିଲା ଯେ ସରକାର ଲକଡାଉନ କରିବା ପାଇଁ ବାଧ୍ୟ ହୋଇଥିଲେ। ଲୋକମାନେ ଘରେ ବନ୍ଦୀ ହୋଇ ରହିଲେ ଏବଂ ଲୋକଙ୍କ ଜୀବନ ଧାରଣ ଉପରେ ଏହାର ପ୍ରଭାବ ପଡିଥିଲା। ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା, ବିଶେଷ କରି କଳା ଜଗତରେ ପ୍ରଭାବ ପଡିଥିଲା। ଆପଣ ମାନେ ଦେଖିଥିବେ ଅନେକ ଯାତ୍ରା କଳାକାରଙ୍କୁ ସ୍ଥିତି ଖରାପ ଥିବାରୁ ଅନେକ ରାସ୍ତା କଡରେ ଜିନିଷ ବିକ୍ରି କରୁଥିଲେ। କେଵଳ ଖାଲି ଯାତ୍ରା କଳାକାର ନୁହନ୍ତି , ଓଲିଉଡ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଘରେ ରହିଲେ ରୋଜଗାର କରିପାରିଲେ ନାହିଁ। ତେଣୁ ସେମାନଙ୍କ ପାଖରେ ଯାହା ଥିଲା ପଇସା ସରିଗଲା, ଆପଣ ମାନେ ତ ଜାଣିଛନ୍ତି, ବସି ଖାଇଲେ ନଇଁ ବାଲି ସରେ।

ଆଜି ଆମେ ଆପଣ ମାନଙ୍କୁ ଜଣେ ଓଡ଼ିଆ ଝିଅ ଯିଏକି ବଲିଉଡରେ ଟପ କ୍ୟାମେରା ମ୍ୟାନ ଭାବରେ କାମ କରନ୍ତି, ସେ ବର୍ତମାନ ବିଳାସ ବେଶନ କୁ ଛାଡି ରାସ୍ତା କଡରେ ମୋମସ ବିକ୍ରି କରୁଛନ୍ତି, ତାଙ୍କରି ବିଷୟରେ କହିବା ପାଇଁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ବିଷୟରେ;

ତେବେ ଦଶର୍କ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କୋରନା ମହାମାରୀ ପାଇଁ ସବୁ କାମ ବନ୍ଦ ହୋଇଯାଇଥିଲା, ଫିଲ୍ମ ଜଗତରେ ମଧ୍ୟ ବନ୍ଦ ହୋଇଯାଇଥିଲା। ତେବେ ବଲିଉଡରେ ଟପ କ୍ୟାମେରା ମ୍ୟାନ ଭାବରେ କାମ କରନ୍ତି ସୁଚିସ୍ମିତା। କୋରନା ମହାମାରୀ ପାଇଁ ତାଙ୍କ କାମ ବନ୍ଦ ହୋଇ ଯାଇଥିଲା, ତାଙ୍କୁ ମୁମ୍ବାଇ ରେ କାମ କାମ ନ ମିଳିବାରୁ ସେ ମୁମ୍ବାଇରୁ ନିଜ ଓଡିଶା ମାଟି କଟକକୁ ଚାଲି ଆସିଥିଲେ, ଏଠି ଆହୁରି ଭୟଙ୍କର ସ୍ଥିତି ଥିଲା।

ତେଣୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଅନ୍ୟ କିଛି ଉପାୟ ନ ପାଇ ଶେଷରେ ବାଧ୍ୟ ହୋଇ ରାସ୍ତା କଡରେ ମୋମସ ବିକ୍ରି କରୁଛନ୍ତି ମଧୁସ୍ମିତା। ତାଙ୍କ କହିବା ଅନୁସାରେ ସେ ଏହି ମୋମସ ଜଣେ ନେପାଳି ଝିଅ ସାଙ୍ଗ ଠାରୁ ଶିଖିଥିଲେ। ବର୍ତମାନ ସବୁ ବିଳାସ ବେଶକୁ ଛାଡି ବର୍ତ୍ତମାନ ରାସ୍ତା କଡରେ ବିକ୍ରି କରୁଛନ୍ତି ମୋମସ।

ସେ ବଲିଉଡରେ ଅନେକ ବଡ ବଡ ଫିଲ୍ମରେ କ୍ୟାମେରା ମ୍ୟାନ ଭାବରେ କାମ କରୁଛନ୍ତି, ଯେମିତି ଅମିତାଵ ବଚନ ଙ୍କ ସହିତ ବ୍ରାହ୍ମଅସ୍ତ୍ର ଭଳି ଫିଲ୍ମ କରିଥିଲେ, ଏବଂ ବରୁଣ ଧବନ ଙ୍କ ଫିଲ୍ମ କଳଙ୍କ ଭଳି ବଡ ବଡ ଫିଲ୍ମ କରିସାରିଛନ୍ତି। ସେ କହିଛନ୍ତି ଯେ , ତାଙ୍କୁ ଆହୁରି ଅନେକ ଫିଲ୍ମ ରେ କାମ କରିବା ପାଇଁ ଅଫର ଆସିଛି , କୋରନା କାରଣରୁ ତାହା ହୋଇ ପାରୁନାହିଁ, ପୁଣି କୋରନାର ପ୍ରକପ ଧୀରେ ଧୀରେ ବଢୁଛି। ଏହାର ପ୍ରଭାବ କମ ହୋଇଗଲେ ପୁଣି ବଲିଉଡରେ କାମ କରିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment