ହେ ଭଗବାନ ! ବ୍ରେନ ଟିଉମର ବାଧକ ସାଜିଲା ପୋଲିସ ଚାକିରୀର ଲକ୍ଷ ପଥରେ…ଦେଖିଲେ ଲୁହ ଆସିଯିବ ନିଶ୍ଚିତ

0

ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ମନୁଷ୍ୟ ଜୀବନରେ କାହାର କଣ ହେବ ସେ କଥା କେହି କହି ପାରିବେ ନାହିଁ। ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ ଠିକ ସେହିପରି ସୁଖ ଦୁଃଖ ଉଭୟ ଜୀବନରେ ଲାଗି ରହିଥାଏ। କିନ୍ତୁ ଜୀବନରେ ଏପରି କିଛି ଦୁଃଖ ଆସିଥାଏ , ତାହାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ। ମନୁଷ୍ୟ ଯେତେବେଳେ ନିଜର ଲକ୍ଷ ପଥରେ ଅଗ୍ରସର ହୁଏ, ଯଦି କୌଣସି ରୋଗ ତାହାକୁ ଆକ୍ରାନ୍ତ କରିଥାଏ, ତାହାଲେ ନିଜର ସବୁ ଆଶା ଆଶାରେ ରହିଯାଏ।

ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ସବୁ ବାପା ମାଆ ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କୁ ପାଳି ପୋଷି ମଣିଷ କରିଥାନ୍ତି। ଏବଂ ପିଲା ମାନେ ମଧ୍ୟ ବଡ ହୋଇ ବାପା ମାଆଙ୍କ ଆଶା କୁ ପୂରଣ କରିବା ଆପ୍ରାଣ ଉଦ୍ୟମ କରିଥାନ୍ତି।

ଅନ୍ୟ ମାନଙ୍କ ପରି ସୁମିତ୍ରା ବି କରୁଥିଲେ ପ୍ରାଣମୂର୍ଚ୍ଛା ଉଦ୍ୟମ। ପୋଲିସ ଚାକିରୀ କରି ଘରର ଦୁଃଖ ଦୂର କରିବା ସହ ସମାଜର କଲ୍ୟାଣ କରିବା ପାଇଁ ସେ ଦେଖୁଥିଲେ ଅହରହ ସ୍ୱପ୍ନ। ହେଲେ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ଲାଗିଲା ସମୟର ନଜର, ବିଧାତା ଖେଲୀଳା ବ୍ରେନ ଟ୍ଵିମୋର ର ଖେଳ ଆଉ ଏବେ ସୁମିତ୍ରାଙ୍କ ସ୍ୱପ୍ନ ରୋଗ ଶଯ୍ୟାରେ ଶୋଇଯାଇଛି।

ପୁରୀ ଜିଲାର କପିଳେଶ୍ୱର ପୁର ଗାଁରେ ରହନ୍ତି ଗୁମର ନାୟକ, ଶ୍ରୀ ମନ୍ଦିରରେ କାଠ ଚିରୁଥିବା ଗୁମର ନିଜ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖୁ ଥିଲେ, ଝିଅ ତାଙ୍କର ବଡ ଚାକିରୀ କରିବେ।


ଝିଅ ସୁମିତ୍ରା ବି ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ୨୦୧୮ ମସିହାରେ ଓଡିଶା ପୋଲିସ ରେ ଇଣ୍ଟରଭୁ ଦେବା ସମୟରେ ହଠାତ ମୁଣ୍ଡ ବୁଲି ତଳେ ପଡିଯାଇଥିଲେ। ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ ଏବଂ ଡାକ୍ତର କହିଥିଲେ ଝିଅଟିର ମୁଣ୍ଡ ରେ ଟ୍ଵିମୋର ହୋଇଛି। ଏହା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲେ।

ବାପା ତାଙ୍କର ଏଣେ ତେଣେ ଧାର କରି ୧ ଲକ୍ଷ ଟଙ୍କା ଜୁଗାଡ କରି ଝିଅ ସୁମିତ୍ରା ଙ୍କ ଡାକ୍ତର ପାଖକୁ ନେଇଯାଇଥିଲେ କିନ୍ତୁ ଆହୁରି ୪ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ। ଯେ କାଠ ଚିରି ନିଜର ପେଟ ପାଳନ୍ତି ସେ ଏତେ ଟଙ୍କା ଆଣିବ କେଉଁଠି।

ଝିଅଟିର ରୋଗ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ସେ ଆଉ କଣ କରିପାରିବେ। ତେଣୁ ସେ ବର୍ତ୍ତମାନ ସରକାରଙ୍କ ହାତକୁ ଅନେଇ ରହିଛନ୍ତି। ଯଦି ସରକାର ଚାହିଁବେ ତାହାଲେ ସୁମିତ୍ରା ପୁଣି ନିଜର ଲକ୍ଷ ପୂରଣ କରିପାରିବେ। ଯେତେ ଶୀଘ୍ର ସୁମିତ୍ରା ଙ୍କ ଅପ୍ରେସନ ହେବ ତାଙ୍କ ପାଇଁ ସେତେ ଭଲ କାରଣ ଅପ୍ରେସନ ରେ ବିଳମ୍ବ କଲେ ଜୀବନ ପ୍ରତି ବହୁତ କ୍ଷତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।