ବର୍ତ୍ତମାନର ସମାଜରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ପ୍ରାୟାସ କରିଥାନ୍ତି , ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କସମେଟିକ ୟୁଜ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ସମୟରେ ବାହାରର ଡଷ୍ଟ ଆମ ତ୍ୱଚାକୁ ଖରାପ କରିଦେଇଥାଏ । ଅନେକ ଝିଅ ମାନଙ୍କର ତ୍ୱଚାରେ ବ୍ରଣ ବା କଳାଦାଗ ର ସମସ୍ୟା ଦେଖାଯାଇଥାଏ , ଏହାଛଡା ଦେହ ହାତରେ କେଶ ଆସିବା ବା ବେକ ପଛରେ କଳାଦାଗ ଆସିବା ଇତ୍ୟାଦି ସମସ୍ୟାମାନ ଦେଖାଯାଇଥାଏ । ଏହାକୁ ଦୂର କରିବା ପାଇଁ ମହିଳା ମାନେ ଅନେକ ପ୍ରକାର କସମେଟିକ ଜିନିଷ ବ୍ୟବାହର କରିଥାନ୍ତି କିନ୍ତୁ ସେଥିରେ କୌଣସି ଉପଶମ ମିଳି ନଥାଏ ।
ମହିଳା ମାନେ ବ୍ୟବହାର କରିୁଥିବା ବିୟୁଟି ପ୍ରଡକ୍ଟରେ ଅନେକ ପ୍ରକାର କେମିକାଲ ମିକ୍ସ ହୋଇଥାଏ , ଯାହା ଆମ ସୁନ୍ଦରତାକୁ ଖରାପ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହା ଆପଣଙ୍କ ମୁହଁ ରେ ଥିବା ସମସ୍ତ ଦାଗ , ବ୍ରଣ ବା କ୍ଷତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
ଉପକରଣଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି –
1. କଞ୍ଚା ନିମ୍ୱ ପତ୍ର
2. ହଳଦୀଗୁଣ୍ଡ
3. ଦହି
ପ୍ରସ୍ତୁତ ପ୍ରଣାଳୀ :-
ଏହି ରେମିଡି କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ କିଛି ନିମ୍ୱ ପତ୍ରକୁ ଆଣି ତାକୁ ଭଲ ଭାବରେ ଧୋଇଦିଅନ୍ତୁ । ନିମ୍ୱ ପତ୍ରକୁ ଭଲ ଭାବରେ ଧୋଇ ସାରିବା ପରେ , ତାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ବର୍ତ୍ତମାନ ନିମ୍ୱର ପେଷ୍ଟ ପ୍ରସ୍ତୁତ ହୋଇସାରିଛି , ବର୍ତ୍ତମାନ ସେହି ନିମ୍ୱ ପେଷ୍ଟରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାମଚ ଦହି ମିଶାନ୍ତୁ । ଏହି 3 ଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି 3-4 ମିନିଟ ଛାଡି ଦିଅନ୍ତୁ ।
ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥିବା ହଳଦୀ ଗୁଣ୍ଡରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି , ଯାହା ଆମ ମୃତ ଚର୍ମକୁ ଠିକ କରିଥାଏ । ଦହି ମୁହଁରେ ଡ୍ରାଏନେସ କୁ ଦୂର କରି ଫେସ ରେ ଚମକ ଆଣିଥାଏ ।
ବ୍ୟବହାର ପ୍ରଣାଳୀ :-
ଏହି ରେମିଡିକୁ ଆପଣ ବ୍ରସ ବା ହାତରେ ନେଇ ମୁହଁରେ ଲଗାଇ 11 – 15 ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହି ପେଷ୍ଟ ଭଲ ଭାବରେ ଶୁଖିଯିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । ଏହାକୁ ସପ୍ତାହରେ 3 ଥର ବ୍ୟବାହାର କରନ୍ତୁ , ଏହା ଆପଣଙ୍କ ଫେସ ର ସମସ୍ତ କଳାଦାଗ , ବ୍ରଣ ଓ ପୁରୁଣା ଚିହ୍ନ ସବୁ ଦୂର ହେବ । ଆପଣଙ୍କ ଫେସ ଗ୍ଲୋ ଦେଖାଯିବ , ଏହି ରେମିଡି ବ୍ୟବହାର କରିବା ଦ୍ୱରା କୌଣସି ପ୍ରକାର ସାଇଟ ଇଫେକ୍ଟ ମଧ୍ୟ ହେବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।