Breking News – ଆଉ ନାହାଁନ୍ତି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଲେ ସମବେଦନା….

0

ଏବେ ଏବେ ଆସିଛି ଏକ ଦୁଃଖଦ ଖବର , ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଙ୍କର ଆଜି ଅପରାହ୍ନରେ ନିଧନ ଘଟିଛି । ତାଙ୍କ ପରଲୋକ ରେ ବର୍ତ୍ତମାନ ସମଗ୍ର ରାଜ୍ୟ ରେ ଶୋକ ର ଛାୟା ଖେଳି ଯାଇଛି । ତେବେ ସୂଚନା ଅନୁସାରେ କଟକ ଶ୍ରୀରାମ ଚନ୍ଦ୍ର ଭଂଜ‌ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ରେ ଆଜି ଅପରାହ୍ନ ରେ ବିଶିଷ୍ଟ ସମାଜସେବୀ ଙ୍କ ପରଲୋକ ଘଟିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ଥିଲା ତେଣୁ ତାଙ୍କୁ କଟକସ୍ଥିତ ଏସିବୀ ମେଡିକାଲ୍ ରେ ଭର୍ତି କରା ଯାଇଥିଲା।

ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଟିକେ ସୁଧାର ଆସିଥିଲା କିନ୍ତୁ ଆଜି ହଠାତ୍ ତାଙ୍କୁ ଆଜି ବ୍ରେନ୍ ଷ୍ଟ୍ରୋକ ଆଇଥିବ ରୁ ପଦ୍ମଶ୍ରୀ ରାଓ ଙ୍କ ନିଧନ ଘଟିଛି । ତେବେ ସେ ଜଣେ ବିଶିଷ୍ଟ ସମାଜସେବୀ ଥିଲେ ସମାଜ ପାଇଁ ଅନେକ ମହତ୍ୱ ପୂର୍ଣ୍ଣ କାମ କରି ସେ ଆଜି ସମସ୍ତ ଙ୍କ ମନରେ ଚିର ଅମର ହୋଇଛନ୍ତି।ତେବେ ଶ୍ରୀ ରାଓଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।

ତେବେ ସେ ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରୁ ଡି.ପ୍ରକାଶ ରାଓ ଥିଲେ ବଡ଼ ସନ୍ତାନ । କଟକ ସହର ରେ ସେ ଜଣେ ବିଶିଷ୍ଟ ସମାଜସେବୀ ଥିଲେ । ତେବେ ନିଜ ଜୀବନ କାଳ ରେ ଡି.ପ୍ରକାଶ ରାଓ ୨୧୮ ଥର ରକ୍ତ ଦାନ କରି ଅନେକ ଲୋକ ଙ୍କ ଜୀବନ ବଞ୍ଚାଇ ଅଛନ୍ତି।

ଏହା ସହିତ ୧୯ ବର୍ଷ ପୂର୍ବରୁ ସେ ‘ଆଶା ଓ ଆଶ୍ୱାସନା’ ନାମ ରେ ଏକ ସ୍କୁଲ୍ ପ୍ରତିଷ୍ଠା କରି ଥିଲେ ଯେଉଁଥିରେ ସେ ବସ୍ତି ପିଲା ମାନଙ୍କୁ ମାଗଣା ରେ ଶିକ୍ଷା ଦାନ କରି ଚର୍ଚ୍ଚା ର ବିଷୟ ପାଲଟି ଥିଲେ। କେବଳ ଏତିକି ନୁହେଁ ବକ୍ସି ବଜାର ରେ ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିଲେ। ନିଜ ଚା ଦୋକାନ ରେ ସେ ନିଜ ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହିତ ଗ୍ରାହକ ମାନଙ୍କୁ ଫ୍ରି ରେ ଖବର କାଗଜ ଓ ମାଗାଜିନ୍ ପଢିବା ରେ ସୁଯୋଗ ଦେଇ ଥାଆନ୍ତି ।

ତେବେ ଡି.ପ୍ରକାଶ ରାଓ କେବଳ ୨୧୮ ଥର ରକ୍ତ ଦାନ କରି ନଥିଲେ ସେ ୧୭ ଥର ପ୍ଲେଟଲେଟ୍ସ ମଧ୍ୟ ଦାନ କରି ଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମେ’ ୨୬ ତାରିଖରେ ଓଡ଼ିଶା ଗସ୍ତ ରେ ଆସିଥିବା ବେଳେ କଟକ ରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରିଥିଲେ। ତେବେ ନିଜର ସମାଜ ସେବା ପାଇଁ ସେ ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ରେ ସମ୍ମାନିତ କରା ଯାଇଥିଲା ।

ଏହା ସହିତ ୨୦୧୯ ମସିହାରେ ଡି.ପ୍ରକାଶ ରାଓ ଙ୍କୁ ପଦ୍ମଶ୍ରୀ ପରି ଉପାଧି ରେ ସମ୍ମାନିତ କରା ଯାଇଥିଲା ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।