Breaking News : ପୁଣି ଜୁଲାଇ 15 ତାରିଖରେ ଓଡିଶା ବନ୍ଦ ଡାକରା, ଦେଖନ୍ତୁ କଣ ଖୋଲିବ କଣ ରହିବ ବନ୍ଦ ? ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ….

0

ବର୍ତ୍ତମାନ ସମୟରେ ଦେଶର ସ୍ଥିତି ବହୁତ ଜଟିଳ ରହିଛି ଏବଂ ଦିନ କୁ ଦିନ ମହାମାରୀର କୋପ ବଢିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କୋରନା ଭାଇରସ ର ଦ୍ୱିତୀୟ ଲହୋରୀ ଅଧିକ ଶକ୍ତିଶାଳୀ ହୋଇଛି । ଯାହାଫଳରେ ତୀବ୍ର ଗତିରେ ଜନସାଧାରଣଙ୍କୁ ସଂକ୍ରମିତ ହେଉଛି । ଏଥିଲାଗି ସରକାର ଅନେକ ଗୁଡିଏ ନୀତି ନିୟମ ଲାଗୁ କରିଛନ୍ତି , ଯାହାକୁ ସାଧାରଣ ଜନାତା ମାନେ ମାନି ଚଳିବାକୁ ବାଧ୍ୟ କରାଯାଇଛି । କୋରନା ସଂକ୍ରମଣକୁ ରୋକିବା ପାଇଁ ଗତ ବର୍ଷ ପରି ସରକାର ଏ ବର୍ଷ ମଧ୍ୟ ଲକଡାଉନ ପ୍ରକ୍ରିୟା ଜାରି କରିଛନ୍ତି ।

କିଛି କିଛି ରାଜ୍ୟରେ ଲକଡାଉନ କରାଯାଇଛି , ଯାହାର ପ୍ରଭାବ ସାଧାରଣ ଜନତାମାନଙ୍କୁ ଭୋଗିବାକୁ ପଡୁଛି । ଲକଡାଉନ କାରଣରୁ ଅନେକ ଲୋକମାନେ ନିଜର ଜୀବିକା ହରାଇ ଘରେ ବସି ରହିଛନ୍ତି । ରାଜ୍ୟରେ କୋରନା ଟୀକା ଦେବା ସତ୍ତ୍ୱେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଲକଡାଉନ ଖୋଲାଯାଉ ନାହିଁ , କିନ୍ତୁ ସରକାରଙ୍କର ଏହି ନିୟମ ପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଲୋକମାନଙ୍କର ଜୀବନ ବଞ୍ଚାଇବାକୁ ଯାଇ ସେମାନଙ୍କର ଜୀବିକା ବନ୍ଦ କରି ଦେଇଛନ୍ତି । ସେମାନେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ଅନ୍ୟ ପଟେ ଅହେତୁକ ଭାବରେ ପେଟ୍ରୋଲ ଓ ଡିଜେଲର ଦର ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ ବର୍ଷ ଲକଡାଉନ ବହୁତ ମାସ ଧରି ଚାଲିଥିଲା କିନ୍ତୁ ଏହାପରେ ମଧ୍ୟ ସଂକ୍ରମଣ ବଢି ବଢି ଚାଲିଥିଲା । ସେହିପରି ଯଦି ଏ ବର୍ଷ ମଧ୍ୟ ସରକାର ଲକଡାଉନ ବଢେଇ ବଢେଇ ଚାଲିବେ , ତେବେ ଲୋକମାନେ ଶେଷରେ ଗଣ୍ଡେ ଖାଇବାକୁ ମଧ୍ୟ ପାଇବେ ନାହିଁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆସୁଥିବା ଜୁଲାଇ 15 ତାରିଖରେ ଓଡିଶା ବନ୍ଦ ହେବ ବୋଲି ଜଣା ପଡୁଛି ।

ମିଡିଆ ମାନଙ୍କର ରିପୋର୍ଟ ଅନୁସାରେ ଓଡିସାର ଏହି ବନ୍ଦ ଡାକରା କୁ ବାମ ଦଳ ଦେଉଛନ୍ତି ଏବଂ ବାମ ଦଳକୁ କଂଗ୍ରେସ ସମର୍ଥନ କରୁଛି । ସୂଚନା ଅନୁସାରେ ସକାଳ 6 ରୁ 12 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ଏହି ଲକଡାଉନ ପାଇଁ ସାଧାରଣ ଜନତା ଙ୍କ ଜୀବିକା ଉପରେ ବହୁତ ପ୍ରଭାବ ପଡୁଛି , ଏପରି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ର ଦର 100 ଟଙ୍କା କୁ ଟପି ଗଲାଣି ।

ଏହାଛଡା ଅତ୍ୟବଶ୍ୟକୀୟ ଜିନିଷର ମୂଲ୍ୟ ମଧ୍ୟ ବୃଦ୍ଦି ପାଇବାରେ ଲାଗିଛି । କେନ୍ଦ୍ର ସରକରାଙ୍କ ଏମିତି ଜନ ମାରଣ ନୀତି ବିରୋଧରେ ବାମ ଦଳ ବନ୍ଧ ଡାକରା ଘୋଷଣା କରିଛନ୍ତି । ଏହି ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି । ସାଧାରଣତଃ ଭାବରେ ଏହା ସାଧାରଣ ଜନତାଙ୍କ ଜୀବିକା ଉପରେ ଅଧିକ ପ୍ରଭାବ ପକାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।