ଦେଖନ୍ତୁ Socking ଭିଡ଼ିଓ – ୮୦ ବର୍ଷୀୟ ବୃଦ୍ଧଙ୍କ ପେଟରୁ ବାହାରିଲା ୧୮୭ଟି କଏନ୍ । ଯାହାର ଓଜନ ରହିଛି ଗୋଟେ କେଜି ୨ଶହ ଗ୍ରାମ…

ପେଟରୁ ବାହାରିଲା ଶତାଧିକ ମୁଦ୍ରା ଆଠଣି ଠାରୁ ରହିଛି ଦଶ ଟଙ୍କିଆ ମୁଦ୍ରା। ଯାହାର ଓଜନ ରହିଛି ୧ କେଜି ୨୦୦ ଗ୍ରାମ। ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସତ।ଏମିତି ଏକ ଚକିତ କଲା ଭଳି ଘଟଣା ଘଟିଛି କର୍ଣ୍ଣାଟକର ବଗଲଲୋଟ ଅଞ୍ଚଳ ରେ। କର୍ଣ୍ଣାଟକର ବଗଲଲୋଟର ଏକ ବ୍ୟକ୍ତିଙ୍କ ପେଟରୁ ବାହାରିଛି ୧୮୭ ଟି ମୁଦ୍ରା। ସେହି ବ୍ୟକ୍ତି ଜଣକ ବାନ୍ତି ଏବଂ ପେଟରେ କଷ୍ଟ ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଆଉ ଏହାପରେ ଡ଼ାକ୍ତରମାନେ ବ୍ୟକ୍ତିଙ୍କ ଅଲଗା ଅଲଗା ଟେଷ୍ଟ କରାଇ ଥିଲେ।

ଏଣ୍ଡୋସ୍କୋପିରୁ ଜଣା ପଡିଥିଲା କି ବ୍ୟକ୍ତି ଜଣକ ପେଟରେ ବହୁତ୍ ଗୁଡ଼ିଏ ମୁଦ୍ରା ରହିଛି।ଅସ୍ତ୍ରୋପଚାର କରି ୧୮୭ଟି ମୁଦ୍ରା ବାହାର କରିଛନ୍ତି ଡାକ୍ତର।ଅସ୍ତ୍ରୋପଚାର ପରେ ବ୍ୟକ୍ତିଙ୍କ ପେଟରୁ ଟଙ୍କିକିଆ ଦୁଇ ଟଙ୍କିଆ ପଞ୍ଚା ଟଙ୍କିଆ ଆଦି ମୁଦ୍ରା ବାହାରି ଥିଲା। ମୋଟ ୪୬୨ ଟଙ୍କାର ୧୮୭ଟି ମୁଦ୍ରାକୁ ବାହାର କରିଛନ୍ତି ଡ଼ାକ୍ତର।

ଡ଼ାକ୍ତର ଙ୍କ କହିବା

ମୁତାବକ ବ୍ୟକ୍ତି ଜଣଙ୍କୁ ସିଜୋଫ୍ରେନିଆ ନାମକ ଏକ ରୋଗ ହୋଇଛି। ଏହି ୮୫ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଦୟମପ୍ପା ହରିଜନ। ସେ ରାଇପୁର ଅଞ୍ଚଳର ଲିଙ୍ଗସୁଗୁର ସହରରେ ରହୁଛନ୍ତି। ସେ ୨୬ ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଛି କହି ସେ ମେଡିକାଲ ଆସିଥିଲେ।ପୁଅ ରବି କୁମାର ତାଙ୍କୁ ମେଡିକାଲକୁ ଆଣିଥିଲେ ଆଉ ଡ଼ାକ୍ତର ମାନେ ବ୍ୟକ୍ତିଙ୍କ ଲକ୍ଷଣ ଦେଖି ଏଣ୍ଡୋସ୍କୋପି ରୁ ଓ ଏକ୍ସ-ରେ କରାଇ ଥିଲେ।ଏକ୍ସ-ରେ କରିବା ପରେ ପେଟରେ କିଛି ଧାତବ ପଦର୍ଥ ଥିବା ଡାକ୍ତର କହିଥିଲେ ଏହା ପରେ ଏଣ୍ଡ୍ରୋସ୍କୋପି କରାଯାଇଥିଲା।ତାଙ୍କ ପେଟରେ ଅନେକଗୁଡ଼ିଏ ଖୁଚୁରା ଟଙ୍କା ଥିବା ସ୍ପଷ୍ଟ ହୋଇ ଥିଲା।

ଆଉ ଏହାପରେ ଅସ୍ତ୍ରପ୍ରଚାର୍ କରା ଯିବାର ନିଷ୍ପତି ନିଏ ଯାଇଥିଲା। ଡ଼ାକ୍ତରଙ୍କ କହିବା ଅନୁଯାୟୀ ବ୍ୟକ୍ତି ଜଣଙ୍କ ସିଜୋଫ୍ରେନିଆ ନାମକ ଏକ ରୋଗ ପୀଡ଼ିତ ଥିବାରୁ ତାଙ୍କର ମୁଦ୍ରା ଗିଳିଦେବାର ଅଭ୍ୟାସ ରହିଥିଲା। ସେମାନେ କହିଛନ୍ତି ଯେ ସିଜୋଫ୍ରେନିଆରେ ପୀଡ଼ିତ ଥିବା ଲୋକ ମାନେ ଅସାମାନ୍ୟ ମନେ କରନ୍ତି ସେମାନେ ବିଚିତ୍ର ବ୍ୟବହାର ମଧ୍ୟ କରିଥାନ୍ତି। ରୋଗୀ ଜଣଙ୍କ ମୋଟ ୧୮୭ଟି ମୁଦ୍ରା ଗିଳି ଦେଇଥିଲେ ସେଥିରେ ପାଞ୍ଚ ଟଙ୍କିଆ ୫୬ ଟି ମୁଦ୍ରା, ଦୁଇ ଟଙ୍କିଆ ୫୧ ଟି ମୁଦ୍ରା ଏବଂ ଟଙ୍କାକିଆ ୮୦ଟି ମୁଦ୍ରା ରହିଥିଲା। ଆଉ ଏହାର ଓଜନ ରହିଥିଲା ୧ କେଜି ୨୦୦ ଗ୍ରାମ। ଏହି ଖବର ପ୍ରସାରିତ ହେବା ପରେ ଏହାକୁ ସହଜରେ ବିଶ୍ଵାସ କରି ପାରୁ ଲୋକେ।ମଣିଷ ପେଟ ମଧ୍ୟରୁ ଏତେ ପରିମାଣର ଟଙ୍କା ବାହାରିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment