ollywood News – ନୂଆ ବାହା ହୋଇଥିବା ସ୍ୱାମୀ ସବ୍ୟ ଙ୍କ ପାଇଁ ଉପବାସ ରହି ଜାଗର ଉଷା କଲେ ହିରୋଇନ ଅର୍ଚିତା ସୋସିଆଲ ମିଡିଆରେ ଫୋଟୋ ଭାଇରାଲ…

0

ବନ୍ଧୁଗଣ ଆଜି ହେଉଛି ମହାଶିବ ରାତ୍ରୀ। ଜାଗର ଉପବାସ କରି ମହିଳା ମାନେ, ସ୍ତ୍ରୀ ମାନେ ତାଙ୍କର ଚାହୁଁଥିବା ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନ ଙ୍କୁ ଆରାଧନା କରିଥାନ୍ତି। ସ୍ୱାମୀର ଦୀର୍ଘ ଆୟୁଷ ପାଇଁ ସ୍ତ୍ରୀ ମାନେ ଏହାକୁ ବହୁତ ଭକ୍ତିର ସହ କରିଥାନ୍ତି। ପୁରୁଷ ମାନେ ମଧ୍ୟ ଏହି ଦିନକୁ ବେଶ୍ ଏକାଗ୍ରତା ଏବଂ ଭକ୍ତିର ସହ କରିଥାନ୍ତି। ମହା ଶିବରାତ୍ରି ଏକ ଏମିତି ଦିନ ଯାହା ହିନ୍ଦୁ ଧର୍ମର ଏକ ବଡ଼ ଏବଂ ଭାବପୂର୍ଣ୍ଣ ଦିନ ଅଟେ।

ହର ହର ମହାଦେବ ଙ୍କୁ ପୂଜା କରି, ତାଙ୍କ ପାଖରେ ଦ୍ଵୀପ ଜାଳି, ଲିଂଗରେ ପାଣି ଢ଼ାଳି, କ୍ଷୀର ଢ଼ାଳି, ପଇଡ଼ ପାଣି ଢ଼ାଳି ଭକ୍ତ ମାନେ କେତେ କଥା ମାନସି ଥାଆନ୍ତି। ଆଉ ଏହିଦିନ ନୂଆ ନୂଆ ବାହା ହୋଇଥିବା ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଶିବରାତ୍ରି ବାର କରିଛନ୍ତି।

ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଆଜି ଜାଗର ଉପବାସ କରିଛନ୍ତି। ସେମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିବାର ଖବର ସାମ୍ନାକୁ ଆସିଛି। ଉଭୟ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବହାଘର ଚର୍ଚ୍ଚାର ଖବର ପାଲଟି ଥିବା ବେଳେ ସେମାନଙ୍କ ପ୍ରଥମ ଜାଗର ଉପବାସ ମଧ୍ୟ ଚର୍ଚ୍ଚାର ଖବର ପାଲଟିଛି। ଅଭିନେତ୍ରୀ ଅର୍ଚ୍ଚିତା ବିବାହ ପରେ ପ୍ରଥମଥର ପାଇଁ ସ୍ଵାମୀଙ୍କ ପାଇଁ ଏହି ବାର କରିଛନ୍ତି। ଆପଣମାନେ ଜାଣିଛନ୍ତି ଜଣେ ଅଭିନେତ୍ରୀ ଭାବରେ ଅର୍ଚ୍ଚିତାଙ୍କ କେତେ ଲୋକପ୍ରିୟତା ରହିଛି।ସଫଳ ଅଭିନେତ୍ରୀ ଭାବରେ ତାଙ୍କୁ ଭଲ ଭାବରେ ଜାଣନ୍ତି ଓଡ଼ିଶା ବାସୀ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।

ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ସେମାନଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।ତେବେ ଏହି ଯୋଡିଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି।ଏମାନେ ହେଉଛନ୍ତି ଏମିତି ଜଣେ ଯୋଡ଼ି ଯିଏକି ଓଡ଼ିଆ ସିନେମା ଜଗତରେ ଅଭିନୟର ଏକ ଭିନ୍ନ ଝଲକ୍ ଦେଖାଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ବାସ୍ତବିକ କ୍ଷେତ୍ରରେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଯେ, ଯିଏ ବି ହେଉନା କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ। ଜଣେ ବାସ୍ତବ କଳାକାର ଭାବରେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଏକ ପରିଚୟ ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ଉଭୟ ସବୁବେଳେ ଦେଖିବାକୁ ଚାହିଥାନ୍ତି। ଯେଉଁ କାରଣରୁ ସେମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ଅଭିନୟ ପାଇଁ। ଓଡ଼ିଆ ସିନେମା ଜଗତର ସେମାନେ ହେଉଛନ୍ତି ସ୍ମାର୍ଟ୍ ଏଣ୍ଡ ଫିଟ୍ ଯୋଡ଼ି ଭିତରୁ ଅନ୍ୟତମ। ମାର୍ଚ୍ଚ ୧ରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇ ପରେ ଓଡ଼ିଶା ଫେରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।