ବୃଦ୍ଧ ବୟସରେ ପ୍ରେମଲିଳା ! ବିବାହ ପାଇଁ ଖୋଜୁଥିଲେ ସୁନ୍ଦରୀ ସ୍ତ୍ରୀ, ଇଂଲଣ୍ଡ ସୁନ୍ଦରୀ ଲୁଟିନେଲା 4 ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ଘଟଣା…

0

ପ୍ରତ୍ୟେକ ଯୁବକଙ୍କ ମନରେ ସୁନ୍ଦରୀ ସ୍ତ୍ରୀ ଟିଏ ପାଇବା ପାଇଁ ବହୁତ ଇଚ୍ଛା ରହିଥାଏ , ଯେପରି ସେ ବିବାହ କରିଥିବା ଝିଅ ତାଙ୍କ ପରିବାରକୁ ସଠିକ ଭାବରେ ମ୍ୟାନେଜ କରିପାରୁଥିବା ଭଳି ଝିଅ ଟିଏ ଖୋଜିଥାନ୍ତି । କିନ୍ତୁ ଅଧିକାଂଶ ବ୍ୟକ୍ତି ମାନେ ରହିଛନ୍ତି ଯେଉଁମାନେ ଭଲ ଖୋଜୁ ଖୋଜୁ ଠକାମିର ଶିକାର ହୋଇଥାନ୍ତି । ସେହିପରି ଜଣେ ଯୁବକ ସୁନ୍ଦରୀ ସ୍ତ୍ରୀ ଟିଏ ଖୋଜୁ ଖୋଜୁ ନିଜେ ହିଁ ଫସି ଯାଇଛନ୍ତି । ମାଟ୍ରିମନି ସାଇଟ ଜରିଆରେ ଇଂଲଣ୍ଡର ଜଣେ ସୁନ୍ଦରୀ 4 ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହିପରି ଏକ ଅଭାବନୀୟ ଘଟଣା ବା ଅଭିନବ ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଗାଁର ସର୍ବପ୍ରସନ୍ନ ପଣ୍ଡା ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ସର୍ବପ୍ରସନ୍ନ ବାହା ହେବା ପାଇଁ ଜଣେ ଉଚ୍ଚଶିକ୍ଷିତା ଓ ସୁନ୍ଦରୀ ଝିଅଟିଏ ଖୋଜୁଥିଲେ । ଯେଉଁଥିପାଇଁ ସର୍ବପ୍ରସନ୍ନ ଓଡିଆ ମାଟ୍ରିମୋନିର ଓଡିଆ ସାଇଟରେ ନିଜର ଏକ ଆକାଉଣ୍ଡ ଖୋଲିଥିଲେ । ଏହି ଆକାଉଣ୍ଡ ଖୋଲିବାର କିଛି ଦିନ ଭିତରେ ଏହାରି ମାଧ୍ୟମରେ ପ୍ରୀତି ରାଜପୁତ ନାମକ ଜମେ ଯୁବତୀ ତାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ । ଏହାପରେ ସର୍ବପ୍ରସନ୍ନ ସେହି ଯୁବତୀଙ୍କର ପ୍ରଭାଇଲ ସର୍ଚ୍ଚ କରିଥିଲେ ଏବଂ ସେ ଛତିଶଗଡ ର ମୂଳ ବାସିନ୍ଦା ଓ ଇଂଲଣ୍ଡର ଜଣେ ଡାକ୍ତର ଥିବାର ଜାଣିବାକୁ ପାଇଥିଲେ ।

ଏହାପରେ ଯୁବତୀ ଜଣକ ପ୍ରତିଦିନ ତାଙ୍କ ସହ + 447438575383 , + 447404101881 ଏହି ହ୍ୱାଟସଆପ ନମ୍ୱର ମାଧ୍ୟମରେ କଥାବାର୍ତ୍ତା ହେଉଥିଲେ । ସର୍ବପ୍ରସନ୍ନ ଇଂଲଣ୍ଡ ସୁନ୍ଦରୀଙ୍କ ପ୍ରେମରେ ଏତେ ବିଭୋର ହୋଇଯାଇଥିଲେ ଯେ ଦିନେ କଥା ନହେଲେ ସେ ରହି ପାରୁ ନଥିଲେ । ଏହିପରି କିଛି ଦିନ ଚାଲିବା ପରେ ଯୁବତୀ ଜଣକ ଇଂଲଣ୍ଡରୁ ଏକ ଗିଫ୍ଟ ପଠାଇବା କଥା କହିଥିଲେ । ଏହାର କିଛି ଦିନ ପରେ ଆଉ ଜଣେ ଯୁବତୀ 0599514623 ରୁ ତାଙ୍କୁ ଫୋନ କରିଥିଲେ ଏବଂ ପ୍ରତୀ ପଠାଇଥିବା ଗିଫ୍ଟଟି ଭୁବନେଶ୍ୱର ଏୟାରପୋର୍ଟ ରେ ପହଞ୍ଚିବା ନେଇ ସୂଚନା ଦେଇଥିଲେ ।

ପ୍ରୀତିଙ୍କ କହିବା ଅନୁସାରେ ସେ ପଠାଇଥିବା ଗିଫ୍ଟର ମୂଲ୍ୟ ଭାରତୀୟ ଟଙ୍କା ଅନୁସାରେ 35 ଲକ୍ଷ ଟଙ୍କା ହୋଇଥିବାରୁ , ଏହାକୁ ପାଇବା ପାଇଁ ହେଲେ କିଛି ଟଙ୍କା ଜମା କରିବାକୁ ପଡିବ ବୋଲି କହିଥିଲେ । ଏଥିପାଇଁ ସର୍ବପ୍ରସନ୍ନ ତାଙ୍କୁ ପ୍ରଥମ ଥର ପାଇଁ 85,000 ଟଙ୍କା ଏବଂ ପରେ ତିନେଟି କିସ୍ତିରେ 3 ଲକ୍ଷ 95 ହଜାର ଟଙ୍କା ଦେଇଥିଲେ । ଏହାପରେ ସେମାନେ ସର୍ବପ୍ରସନ୍ନଙ୍କୁ ଆହୁରୀ ଟଙ୍କା ମାଗିବାରୁ ତାଙ୍କୁ ସନ୍ଦେହ ହୋଇଥିଲା ଏବଂ ସେ ଠକାମିର ଶିକାର ହୋଇଛନ୍ତି ବୋଲି ସେ ଜାଣିବାକୁ ପାଇଲେ । ସେଥିପାଇଁ ସେ ନିକଟସ୍ଥ ନେମାଳ ଥାନା ବା ସାଇବର ସେଲ ରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଅଧାର କରି ନେମାଳ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଏହି ଠକ ଗ୍ୟାଙ୍ଗକୁ ଧରିବାକୁ ନେଇ ତଦନ୍ତ ଚାଲିଥିବାର ସାଲେପୁର ଏସ. ଡି. ପିଓ ସୂଚନା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।