Special Tips – ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ ମହିଳା କଣ ଖାଇବେ

0

ଯେତେବେଳେ କୌଣସି ମହିଳା ଗର୍ଭଧାରଣ କରିଥାନ୍ତି , ସେମାନଙ୍କ ପାଇଁ ପୈଷ୍ଟିକ ଓ ସନ୍ତୁଳିତ ଆହାର ନେବା ବହୁତ ଜରୁରା ହୋଇଥାଏ । କାରଣ ଗର୍ଭରେ ଭ୍ରୁଣର ବିକାଶ ପାଇଁ ପୋଷକ ତତ୍ତ୍ୱ ଯୁକ୍ତ ଆହାରର ସେବନ ଜରୁରୀ ହୋଇଥାଏ । ନଚେତ୍ ଆପଣଙ୍କ ର ହେବାକୁ ଥିବା ଶିଶୁ ଶାରୀରିକ ଓ ମାନସିକ ସ୍ତରରେ କମଜୋର ହେବାର ସମ୍ଭାବନା ଥାଏ । ନହେଲେ ନବଜାତ ଶିଶୁ କୌଣସି ରୋଗର ଶିକାର ହୋଇପାରେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି 10 ଗୋଟି ଖାଦ୍ୟ ବିଷୟରେ ଜଣେଇବୁ , ଯାହାକୁ ପ୍ରତ୍ୟେକ ଗର୍ଭବତୀ ମହିଳା ଭୋଜନରେ ସାମିଲ କରିବା ଉଚିତ୍ ।

1. ପାଳଙ୍ଗଶାଗ :-

ଗର୍ଭବସ୍ଥା ସମୟରେ ଆପଣ ଅନ୍ୟ ସବୁଜ ପନିପରିବା ସହିତ ଯଦି ପାଳଙ୍ଗ ଶାଗର ସେବନ କରୁଛନ୍ତି , ତେବେ ଆପଣଙ୍କ ଶରୀରରେ ପୋଷକ ତତ୍ୱ ଅଭାବ ହୋଇ ନଥାଏ । ପାଳଙ୍ଗ ଶିଶୁର ମସ୍ତିଷ୍କର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

2. ଅଣ୍ଡା :-

ପ୍ରେଗନେନ୍ସି ସମୟରେ ଅଣ୍ଡାର ସେବନ କରିବା ଉଚିତ୍ , କାରଣ ଏଥିରେ ପ୍ରୋଟିନ ବ୍ୟତୀତ ଭିଟାମିନ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ଥାଏ । ଅଣ୍ଡାରେ ଭିଟାମିନ ଡି ର ପରିମାଣ ବହୁତ ଅଧିକ ଥାଏ , ଏହା ଶିଶୁର ବିକାଶରେ ସାହାର୍ଯ୍ୟ କରିଥାଏ । ତେଣୁ ଏଥିପାଇଁ ଆପଣ ମାନଙ୍କୁ ପ୍ରତିଦିନ ଗୋଟିଏ ଅଣ୍ଡାର ସେବନ କରନ୍ତୁ ।

3. ପିସ୍ତାବାଦାମ :-

ଗର୍ଭବତୀ ମହିଳାଙ୍କୁ ପିସ୍ତା ବାଦାମ ର ସେବନ କରିବା ଉଚିତ୍ , କାରଣ ବାଦାମରେ ଅଧିକ ମାତ୍ରାରେ ପୋଷକକ ତତ୍ତ୍ୱ ଥାଏ । ତାହା ଶିଶୁର ଇଣ୍ଟେଲିଜେଣ୍ଟ ପାୱାର ବଢିବାରେ ସାହାର୍ଯ୍ୟ କରିଥାଏ । ପ୍ରତ୍ୟେକ ଦିନ ରାତିରେ 4 ଖଣ୍ଡ ବାଦାମକୁ ପାଣିରେ ଭିଜାଇ ଦେବେ ସକାଳେ ଏହାର ଚୋପା ବାହାର କରି ଖାଇବେ ।

4. ଦହି :-

ଶିଶୁର ବୃଦ୍ଧିର ବିକାଶ ରେ ଦହି ବହୁତ ଲାଭ ଦାୟକ ହୋଇଥାଏ , ବୁଦ୍ଧିମାନ ଶିଶୁ ପାଇଁ ପ୍ରେଗନେନ୍ସି ସମୟରେ ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ଏକ ତାଟିଆ ଫ୍ରିଜ ଦହିର ସେବନ କରିବା ଉଚିତ ।

5. ଡାଲି :-

ବୁଦ୍ଦିମାନ ଶିଶୁ ଜନ୍ମ କରିବା ପାଇଁ ପ୍ରେଗନେନ୍ସି ସମୟରେ ସମସ୍ତ ପ୍ରକାର ଡାଲିର ସେବନ କରିବା ଉଚିତ । କାରଣ ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ଥାଏ , ଏହି ପ୍ରୋଟିନ ଶିଶୁର ବିକାଶ କରିବାରେ ସାହାର୍ଯ୍ୟ କରିଥାଏ ।

6. କ୍ଷୀର :-

ଗର୍ଭବସ୍ଥାରେ କ୍ଷୀର ସେବନ ବହୁତ ଲାଭଦାୟକ ହୋଇଥାଏ , ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ଯୋଗୁଁ ଶିଶୁର ମସ୍ତିଷ୍କର ବିକାଶ ସାଙ୍ଗକୁ ଅସ୍ତି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ ।

7. ଫଳ :-

ପ୍ରେଗନେନ୍ସି ସମୟରେ ଫ୍ରେସ ଫ୍ରୁଟ୍ ର ସେବନ ପ୍ରଚୁର ମାତ୍ରାରେ କରିବା ଉଚିତ , କାରଣ ଏଥିରେ ଭିଟାମିନ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ । ଶିଶୁର ବିକାଶରେ କରିବାରେ ସାହାର୍ଯ୍ୟ କରିଥାଏ ।

8. ଅଖରୋଡ :-

ଶିଶୁର ବୁଦ୍ଧିର ବିକାଶରେ ଅଖୋରଡର ସେବନ କରିବା ଲାଭଦାୟକ ହୋଇଥାଏ । ଯାହା ଆମ ମୁଡ୍ କୁ ଭଲ ରଖିବା ସହିତ ଶିଶୁର ବ୍ରେନକୁ ମଧ୍ୟ ଡେଭ୍ଲପ କରିଥାଏ ।

9. ବଇତାଳୁ ମଞ୍ଜି :-

ପ୍ରେଗନେନ୍ସି ସମୟରେ ବଇତାଳୁ ମଞ୍ଜିକୁ ନିଜ ଭୋଜନରେ ନିହାତି ସେବନ କରିବା ଉଚିତ୍ । ବଇତାଳୁ ମଞ୍ଜିରୁ ଗର୍ଭବତୀ ମହିଳାଙ୍କୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ , ଯାହା ଶିଶୁର ମସ୍ତିଷ୍କର ବିକାଶ କରିଥାଏ ।

10. ସାମୁଦ୍ରିକ ମାଛ :-

ବିଭିନ୍ନ ପ୍ରକାର ସାମୁଦ୍ରିକ ମାଛ ର ସେବନ ପ୍ରେଗନେନ୍ସି ରେ ଲାଭଦାୟକ ହୋଇଥାଏ । ଏହା ଶିଶୁର ମସ୍ତିଷ୍କର ବିକାଶରେ ସାହାର୍ଯ୍ୟ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।