ବନ୍ଧୁଗଣ ବର୍ତମାନ ଘରେ ଘରେ ପ୍ରାୟ ସମସ୍ତେ ଚାହା ପିଇବାର ଅଭ୍ୟାସ କରିଥାନ୍ତି |ପ୍ରତ୍ୟେକ ଖାଇବାର କିଛି ପ୍ରଣାଳୀ ରହିଛି, ଯାହାକି ଖାଇବା ଦ୍ଵାରା ଆମର ବହୁତ ଉପକାର ହୋଇଥାଏ |ବ୍ୟକ୍ତି ପ୍ରତ୍ୟେକ ଦିନ ଖାଲି ପେଟରେ ଚାହା ପିଇଥାନ୍ତି କିନ୍ତୁ ଚାହା ପିଇବା ସମୟରେ ସେମାନେ ଏମିତି କିଛି ଖାଦ୍ୟ ଖାଇଥାନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ପସ୍ତେଇବା ପାଇଁ ପଡିଥାଏ |ଚାହା ପିଇସାରିବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ଵାରା ଆପଣ ସ୍କିନ ଜନିତ ସମସ୍ୟାରେ ପଡ଼ିଥାନ୍ତି |ମୁଁ ଆଜି ଆପଣଂକୁ ସେହି ଖାଦ୍ୟ ପଦାର୍ଥ ଗୁଡିକ ବିଷୟରେ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ପଦାର୍ଥ ଗୁଡିକ କଣ ଓ ସେଗୁଡିକ ଖାଇବା ଦ୍ଵାରା ଆପଣଙ୍କର କଉଁ ସବୁ ସମସ୍ୟା ଦେଖାଯାଏ |
ଆପଣ ଭଲରେ ଧ୍ୟାନ ଦେବେ ଯେ ଆପଣ ଚାହା ପିଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ଏକ ଘଣ୍ଟା ପର ପ୍ରଯ୍ୟନ୍ତ ଆପଣ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ |ଚାହା ପିଇବାର ସଙ୍ଗେ ସଙ୍ଗେ ଖାଦ୍ୟ ଖାଇଲେ ଆମକୁ ଶରୀରକ ସମସ୍ୟା ଭୋଗ କରିବାକୁ ପଡିଥାଏ |ତେଣୁ ଆପଣ ଚାହା ପିଇବାର ଏକ ପୂର୍ବରୁ କିମ୍ବା ପରେ ଖାଦ୍ୟ ଖାଇ ନିଅନ୍ତୁ, ଏମିତି କରିବା ଦ୍ଵାରା ଆପଣ କୌଣସି ସ୍କିନ ରୋଗରେ ପୀଡିତ ହେବେ ନାହିଁ |ତେଣୁ ଏଥିପ୍ରତି ଆପଣ ସାବଧାନ ହୋଇଯିବା ନିହାତି ଆବଶ୍ୟକ |
1:- ଚାହା ପିଇସାରିବା ପରେ ଆପଣ ଭୁଲରେ ବି ବତୁରା ହୋଇଥିବା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ, ଏହା ଖାଇବା ଦ୍ଵାରା ଆପଣଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥାଏ |ତେଣୁ ଚାହା ପିଇବା ସଙ୍ଗେ ସଙ୍ଗେ ଖାଦ୍ୟ ଖାଆନ୍ତୁ ନାହିଁ, ଏହାଦ୍ୱାରା ଆପଣକୁ ଅନେକ ସମସ୍ୟା ଭୋଗ କରିବାକୁ ପଡିଥାଏ |
2-ଆପଣ ଗରମ ଚାହା ପିଇସାରିବା ପରେ ଥଣ୍ଡା ପାଣି ପିଅନ୍ତୁ ନାହିଁ, ଏହା ଆପଣଙ୍କ ଦାନ୍ତରେ ସମସ୍ୟା ସୃଷ୍ଟି କରିଥାଏ |ଥଣ୍ଡା ପାଣି ପିଇବା ଦ୍ଵାରା ଆପଣଙ୍କ ଦାନ୍ତ ଝିମଝିମ ହେବା ସହିତ ଦାନ୍ତରେ କଷ୍ଟ ଅନୁଭବ ହୋଇଥାଏ |
3-ଚାହା ପିଇସାରିବା ପରେ ଆପଣ ଲେମ୍ବୁ କିମ୍ବା ଲେମ୍ବୁ ତିଆରି ଜିନିଷ ଖାଆନ୍ତୁ ନାହିଁ |ଚାହା ପିଇବା ପରେ ଲେମ୍ବୁ ଖାଇବା ଦ୍ଵାରା ଆପଣଙ୍କ ପେଟରେ ଏହା ବିଷରେ ପରିଣତ ହୋଇଯାଏ, ଯାହାଦ୍ୱାରା ଆପଣ ଅନେକ ପେଟ ଜନିତ ରୋଗରେ ପୀଡିତ ହୋଇଥାନ୍ତି |
4-ଚାହା ପିଇ ସାରିବା ସଙ୍ଗେ ସଙ୍ଗେ ଆପଣ ହଳଦୀ କିମ୍ବା ବେସନରେ ପ୍ରସ୍ତୁତ ଜିନିଷ ଖାଆନ୍ତୁ ନାହିଁ |କାରଣ ଏହା ଖାଇବା ଦ୍ଵାରା ଆପଣଙ୍କ ବୟସ ହେବା ପୂର୍ବରୁ ଚୁଟି ଧଳା ହୋଇଯାଏ ଏବଂ ଚୁଟି ଝଡିବାରେ ଲାଗେ ତେଣୁ ଆପଣ ଚାହା ପିଇବା ପରେ ଏହି ସବୁ ଜିନିଷର ସେବନ କରନ୍ତୁ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।