ଦେଖନ୍ତୁ ଭିଡ଼ିଓ : କ୍ୟାମେରା ରେ ରେକର୍ଡ ହେଲା ମୃତ୍ୟୁର Live ଦୃଶ୍ୟ, ଗାଧୁଆ ର ମଜା ନେଉ ନେଉ ଚାଲିଗଲା ଜୀବନ…

0

କଥାରେ ଅଛି, ଆଜିର ଯୁବପୀଢ଼ି ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ। ଯଦି କୌଣସି ଦେଶକୁ ସୁଦୃଢ କରିବାର ଆଛି ତାହାଲେ ସେହି ଦେଶର ଯୁବ ଶକ୍ତିକୁ ଆଗେଇ ନେବାକୁ ପଡିଥାଏ। ବର୍ତ୍ତମାନର ପିଲାମାନେ ପୂର୍ଣ୍ଣ ସ୍ଵାଧୀନତା ଚାହାନ୍ତି, ସେଥିପାଇଁ ପିତାମାତା ନିଜର ପିଲା ମାନକୁ ପୂର୍ଣ ସ୍ୱାଧୀନତା ଦେଉଛନ୍ତି। ପିତା ମାତା ସ୍ୱାଧୀନତା କ୍ଷେତ୍ରରେ କୌଣସି ପ୍ରକାର ବାଧା ଦେଉନାହାନ୍ତି। କିନ୍ତୁ ବର୍ତ୍ତମାନ ର ଯୁବ ପୀଢ଼ି ଅନେକ ଦୁଃସାହସିକ କାର୍ଯ୍ୟରେ ହାତ ଦେଉଛନ୍ତି। ଯାହା ଫଳରେ ସେମାନେ ଆଗକୁ ବଢି ନିଜର ଭବିଷ୍ୟତ ଗଠନ କରିବା ପରିବର୍ତ୍ତେ ସେମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ଦେଖାଯାଏ ଯେ ଆଜିର ଯୁବପୀଢ଼ି ସେମାନଙ୍କ ଅସାବଧାନତା ପାଇଁ ଜୀବନ ମଧ୍ୟ ହରେଇ ଥାନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଯୁବପୀଢ଼ିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକି ଜଣେ ଯୁବକ ୱାଟରଫଲ ରେ ଅତି ବିପଦ ଜନକ ଭାବେ ତଳକୁ ଖସୁଥିବା ତେବେ ପଥର ରେ ମୁଣ୍ଡ ପିଟି ହୋଇ ପ୍ରାଣ ହରାଇଲେ, ତେବେ ଏହାର ଭିଡ଼ିଓ ତାଙ୍କ ବନ୍ଧୁ ମୋବାଇଲ ରେ କଏଦ କରିଥିଲେ। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ମୃତ୍ୟୁ ପାଇଁ ଯେମିତି କେଉଁଠି କଟକଣା ନଥାଏ, କାହାର କେଉଁଠି କେତେ ବେଳେ ମୃତ୍ୟୁ ଆସିବ କେହି କହିପାରିବେ ନାହିଁ। କିନ୍ତୁ ନିଜର ଅସାବଧାନତା ପାଇଁ ଯଦି ମୃତ୍ୟୁ ଆସେ, ଅର୍ଥାତ ଆ ବଳଦ ମୋତେ ବିନ୍ଧ, କିନ୍ତୁ ବର୍ତ୍ତମାନ ର ଯୁବ ପୀଢ଼ି ମୃତ୍ୟୁ କୁ ଡାକି ଆଣୁଛନ୍ତି। ତେବେ ଭାଇରାଲ ହୋଇଥିବା ବିଡ଼ିଓରେ ଯୁବକ ଜଣଙ୍କ ୱାଟରଫଲରେ ତଳକୁ ଖସୁଛନ୍ତି, ଯେପରି ସ୍ୱିମିଙ୍ଗପୁଲ ରେ ଖସିଥାନ୍ତି। ଠିକ ସେହିପରି ଯୁବକ ଜଣଙ୍କ ବିନା କୌଣସି ଉପକରଣ ସହାୟତାରେ ଉପରୁ ତଳକୁ ଖସୁଛନ୍ତି, ଉପରେ ସାଙ୍ଗମାନେ ତାହାର ଭିଡ଼ିଓ ବନାଉଥିଲେ। ଆଉ ତଳେ ଥିବା ପଥରରେ ମୁଣ୍ଡ ମାଡ ହୋଇ ଯାଉଛି। ଏବଂ ଯୁବକ ଜଣଙ୍କ ର ମୃତ୍ୟୁ ହୋଇଗଲା।

ତେବେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଅନ୍ତର୍ଗତ ବେଢାଙ୍ଗିବାଡା ପଞ୍ଚାୟତ ର ବେହେରା ଗୁଡା ନିକଟରେ , ଏଠାରେ ଥିବା ଏକ ୱାଟରଫଲ ଗାଧେଇବା ପାଇଁ ସାଙ୍ଗ ମାନଙ୍କ ସହିତ ଯାଇଥିଲେ, ବିଜୁ ମଣ୍ଡଳ। ଉପରୁ ତଳକୁ ଖସୁଥିବା ବେଳେ ପଥରରେ ମୁଣ୍ଡ ମାଡ଼ ହୋଇ ତଳେ ପଡିଗଲେ, ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା। ତେବେ ବିଜୁଙ୍କର ଏଭଳି ମୃତ୍ୟୁ ରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସମାନ୍ୟ ଅସାବଧାନତା ପାଇଁ ନେଇ ଗଲା ଜୀବନ, ଆପଣ ମାନେ ସବୁବେଳେ ସାବଧାନତା ସହକାରେ କାମ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।