ଦେଖନ୍ତୁ Live ଭି଼ଡିଓ : କ୍ୟାମେରା ରେ ରେକର୍ଡ ହୋଇଗଲା ନ ହେଲେ ବିଶ୍ୱାସ କରି ନଥାନ୍ତେ, ବ୍ରିଜ ତଳକୁ ଖସିଲା କାର…

0

ବନ୍ଧୁଗଣ ପୁଣି ଏବେ ସାମ୍ନାକୁ ଆସିଲା ଆଉ ଏକ ଦୁର୍ଘଟଣା ର ଭୟାନକ ଚିତ୍ର। ଯେଉଁ ଘଟଣାରେ ଅଚାନକ ଭାବରେ ପୋଲ ତଳକୁ ଖସିଲା କାର। ଯେଉଁ କାର ରେ ରହିଥିଲେ ୪ ଜଣ ଯାତ୍ରୀ। କାର ଟି ପୋଲ ତଳକୁ ଖସିବା ପରେ ଏଥିରେ ଥିବା ଏହି ୪ ଜଣ ଯାତ୍ରୀ ସମସ୍ତେ ଆହତ ହେଇଥିବା ଜଣା ପଡିଛି। ଏହାପରେ ସେଠାରୁ ସେମାନଂକୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ମାଥିଲି ହସ୍ପିଟାଲ କୁ ପଠା ଯାଇଛି।ତେବେ ଯାହା ଜଣା ପଡ଼ିଛି ଗାଡ଼ିଟି ଭୁବନେଶ୍ଵର ରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା। ଆଉ ଏହି ସମୟରେ ଘଟିଛି ଏଭଳି ଏକ ଦୁର୍ଘଟଣା। ଯାହା ସାଧାରଣରେ ବିଶ୍ୱାସ କରିବା ସମ୍ଭବ ନୁହଁ।

ଏପରି ଏକ ଦୁର୍ଘଟଣା ଘଟିବ ବୋଲି କାର ରେ ବସିଥିବା ଯାତ୍ରୀ ମାନେ ଧାରଣା ବି କରି ନଥିଲେ। ତେବେ କାର ଟି ଏପରି ଦୁର୍ଘଟଣା ଗ୍ରସ୍ତ ହେବା ପଛର କାରଣ ଯାହା ଜଣା ପଡ଼ିଛି ଯେ ଗାଡ଼ି ଡ୍ରାଇଭର ଗାଡ଼ି ଚଳାଇବା ସମୟ ରେ ଆଖି ଲାଗି ଯିବା କାରଣରୁ ଏପରି ଘଟିଛି। ପାଙ୍ଗାମ ନଦୀ ପୋଲରେ ଏହି ଦୁର୍ଘଟଣା ଘଟିଛି। କାର ଟି ବ୍ରିଜ ରୁ ତଳକୁ ପଡ଼ିବା ସମୟରେ ବ୍ରିଜ ରେ ଲାଗିଥିବା ବେଡା ମଧ୍ୟ ଭାଙ୍ଗି ଯାଇଛି। ତେବେ ଅଚାନକ ଭାବରେ କାର ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ କାର ରେ ଥିବା ଯାତ୍ରୀ ମାନଙ୍କୁ ପାଣି ଭିତରୁ ବାହାର କରା ଯାଇଥିଲା।ଆଉ ସେମାନେ ଆହତ ହୋଇଥିବାରୁ ସମସ୍ତଙ୍କୁ ଯଥା ସମ୍ଭବ ହସ୍ପିଟାଲ କୁ ପଠା ଯାଇଥିଲା।

ଏହି ୪ ଜଣଙ୍କୁ ମାଥିଲି ହସ୍ପିଟାଲ କୁ ପଠା ଯାଇଥିବା ସୂଚନା ମିଳିଛି।ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କାହାର ଜୀବନ ଚାଲିଯାଏ। ଯାହାବି ହେଉ ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରି ଦେଇଛି।

ଜୀବନ ବହୁତ୍ ମୂଲ୍ୟବାନ। ଯାତ୍ରା ସମୟରେ ସମସ୍ତ ସୁରକ୍ଷିତ ପଦକ୍ଷେପ କୁ ଗ୍ରହଣ କରିବା ନିହାତି ଆବଶ୍ୟକ। ତେଣୁ ଏଥିପ୍ରତି ସର୍ବଦା ସଚେତନ ରୁହନ୍ତୁ।ତେବେ ଏଭଳି ଘଟଣା ନିଶ୍ଚୟ ସାମାନ୍ଯ ଅସାବଧାନତା କାରଣରୁ ଘଟିଛି। ଯେଉଁଥିରେ ବହୁତ୍ ବଡ଼ କ୍ଷତି ସମ୍ଭାବନା ମଧ୍ୟ ରହିଥାଏ। ତେବେ ଗାଡ଼ି ଚଳାଇବା ବେଳେ ସୁସ୍ଥ ମସ୍ତିଷ୍କ ରେ ଗାଡ଼ି ଚଳାନ୍ତୁ। କାରଣ ଗାଡ଼ି ଚଳାଇବା ବେଳେ ସାମାନ୍ଯ ଭୁଲ୍ ବା ଅସାବଧାନତା ବହୁତ୍ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।