କ୍ୟାନ୍ସର ରେ ପୀଡ଼ିତ ପୁଅକୁ ଚିକିତ୍ସା ଯୋଗାଇବା ପାଇଁ ସହାୟତା ପାଇଁ ପ୍ରାର୍ଥନା କଲେ ବାପା ମା, ଅଧିକରୁ ଅଧିକ ସେୟାର କରିବାକୁ କଲେ ଅନୁରୋଧ

0

ଆର୍ଥିକ ଅନଟନ କାରଣରୁ ଅନେକ ପରିବାରରେ କିପରି ଦୁଃଖର ଲହରି ଖେଳି ଯାଇଥାଏ ତାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଯେଉଁଠି ନିଜର ପୁଅର ଜୀବନ ବଞ୍ଚାଇ ଦେବା ପାଇଁ ଗୁହାରୀ କରିଛନ୍ତି ବାପା, ମାଆ।ଏହା ଏକ ଏମିତି ହୃଦୟ ବିଦାରକ ଘଟଣା ଯେଉଁ ଘଟଣା ସମସ୍ତଙ୍କୁ ପୁଣି ଭାବ ପ୍ରବଣ କରି ଦେଇଛି। ଆଉ ଏହି ଘଟଣା ହେଉଛି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର।ଏଠାରେ ଜଣେ ବାପା ମୃତ୍ୟୁଞ୍ଜୟ ମିଶ୍ର ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ସାହଯ୍ୟ ଭିକ୍ଷା କରିଛନ୍ତି। ପୁଅର ଚିକିତ୍ସା ପାଇଁ ସେ ସମସ୍ତଙ୍କ ନିକଟରେ କୋହଭରା ନିବେଦନ କରୁଥିବା ଦେଖିବାକୁ ମିଳିଛି।

ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ପୁଅ ବ୍ରେନ୍ କ୍ୟାନ୍ସର ରେ ପୀଡ଼ିତ।କିଛି ଦିନ ହେବ ଭୁବନେଶ୍ଵର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ସୁଧାର ନ ଆସିବା କାରଣରୁ ତାଙ୍କୁ ଅନ୍ୟସ୍ଥ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ଚେନ୍ନାଇ ର ଆପୋଲୋ ହସ୍ପିଟାଲ୍ କୁ ନିଆଯିବ ସେଠାରେ ତାଙ୍କର ଯେଉଁ ଚିକିତ୍ସା ହେବ ସେଥିପାଇଁ ଆବଶ୍ୟକ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ। ତେଣୁ ଆପଣ ମାନେ ସମସ୍ତ ଓଡ଼ିଶା ବାସୀ ଯଦି ତାଙ୍କର ଏହି ଅସୁବିଧା ସମୟରେ ସହାୟତା ର ହାତ ବଢାନ୍ତି ତେବେ ତାଙ୍କର ଚିକିତ୍ସା ହୋଇ ପାରିବ।

ଆପଣଙ୍କ ସାମର୍ଥ୍ୟ ଅନୁସାରେ ସାହଯ୍ୟ କଲେ ତାଙ୍କ ଜୀବନ ବଞ୍ଚିଯିବ।ଆଉ ବାପା ମାଆ ଙ୍କ ପାଖରେ ରହି ପୁଣି ଥରେ ପୁଅ ରୋଶନ୍ ମିଶ୍ର ତାର ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ସ୍ବପ୍ନକୁ ପୂରଣ କରି ପାରିବ।ଏଥିପାଇଁ ଆପଣ ମାନେ ତାଙ୍କୁ ନିଜର ଭାଇଟିଏ ଭାବି ସାହାଯ୍ୟ କରନ୍ତୁ ବୋଲି ରୋଶନ୍ ଙ୍କ ବାପା କହିଛନ୍ତି। ଏହିଭଳି ନିବେଦନ କରିଛନ୍ତି ଏହି ଅସହାୟ ପୁଅର ବାପ ମାଆ। ନିଜ ପୁଅକୁ ବଞ୍ଚାଇବା ପାଇଁ ସେମାନେ ଯେଉଁଭଳି ଆକୁଳ ନିବେଦନ କରୁଛନ୍ତି ତାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସି ଯିବ।ଶୁଣନ୍ତୁ ତାଙ୍କର ଏହି କୋହ ଭରା କଥାକୁ କଣ କହୁଛନ୍ତି ନିଜେ କ୍ୟାନ୍ସର ରେ ପୀଡ଼ିତ ଥିବା ରୋଶନ୍ ମିଶ୍ର।

ଯାହାକୁ ଶୁଣିଲେ ଆପଣଙ୍କ ଛାତି ବି ଦୁଃଖରେ ଭାଙ୍ଗି ଯିବ। ଅର୍ଥ ଅଭାବରୁ ସହାୟତା ପାଇଁ ନିବେଦନ କରୁଥିବା ଏହି ପରିବାର ଯେମିତି ନିଜ ପୁଅଙ୍କ ପାଇଁ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ରୋଷନ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଅଟନ୍ତି। ଜଣେ ସିଏ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସ୍ବପ୍ନ ଦେଖିଥିଲେ ସେ। ତାଙ୍କର ସ୍ବପ୍ନ ମରିଯିବା ଆଗରୁ ତାଙ୍କୁ ବଞ୍ଚେଇ ଦିଅନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି। କେବଳ ସରକାର୍ ଏବଂ ଜନସାଧାରଣ ଚାହିଁଲେ ସେ ବଞ୍ଚି ଯାଇ ପାରିବେ ବୋଲି କହିଛନ୍ତି। ଏଥିପାଇଁ ଅପନଙ୍କୁ ଅନୁରୋଧ ଆପଣ ସାମର୍ଥ୍ୟ ଅନୁସାରେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।