cctv ରେ କଏଦ ୫ଟି ଅଦ୍ଭୁତ ଦୃଶ୍ୟ ,ସ ତ ନାଁ ମିଛ ନ ଦେଖିଲେ ବିଶ୍ୱାସ କରିବେନି….ଦେଖନ୍ତୁ ଭିଡ଼ିଓ

0

ଆମ ଚାରିପଟେ ଘଟେ ବିଚିତ୍ର ଘଟଣା , କିନ୍ତୁ ସବୁ ଘଟଣା ଯେ ଆମ ଆଖି ନଜରକୁ ଆସେ ଏକଥା କହିବା ଭୁଲ । ବେଳେ ଆମ ଆଖି ସାମ୍ନରେ ଘଟୁଥିବା ଘଟଣା ମଧ୍ୟ ଆମ ନଜରକୁ ଆସେ ନାହିଁ । ଆମ ଚାରିପଟେ ଘଟଣା ଘଟୁଥିବା ବେଳେ କଏଦ କରିଥାଏ ସିସିଟିଭି , ତେବେ ଆଜି ଏମିତି କିଛି ଅଦ୍ଭୁତ ପୂର୍ବ ସିସିଟିଭି କଏଦ ହୋଇଥିବା ଦୃଶ୍ୟକୁ ଆଜି ଆମେ ଆପଣ ମାନଙ୍କୁ ଦେଖାଇବୁ । ଯାହାର ଦୃଶ୍ୟ ଦେଖି ଆପଣ ମାନେ ବିଚାର କରିବେ ଏବା ସତ ନା ମିଛ ।

ନମ୍ୱର -1

ଏହି ଭିଡିଓ ଏକ ଡ୍ୟାସ କ୍ଲାସ ର , ସାଧାରଣତଃ ଡ୍ୟାସ କଲାବେଳେ ଦର୍ପଣ ସାମ୍ନାରେ ଅଭ୍ୟାସ କରାଯାଏ । ତେବେ ଏମିତି ଏକ ଦୃଶ୍ୟରେ ଜଣେ ନୃତ୍ୟଶିଳ୍ପୀ ଡ୍ୟାସ କରୁଛନ୍ତି , କିଛି ସମୟ ପରେ ସେ ଥକା ମାରି ବସି ଯାଇଛନ୍ତି । ଏବଂ ତାଙ୍କର ପ୍ରତିବିମ୍ୱ କୁ ଦେଖନ୍ତୁ ତିନୋଟି ଦର୍ପଣରେ ରହିଛି , କିଛି ସମୟ ପରେ ହଠାତ୍ ଦେଖାଦେଇଛି ନର୍ତକୀ ଜଣକ ତ ବସିଛନ୍ତି କିନ୍ତୁ ଦର୍ପଣରେ ଥିବା ପ୍ରତିବିମ୍ୱ ଏପଟେ ଠିଆ ହୋଇ ହଠାତ୍ ରହି ଯାଇଛି ।

ନମ୍ୱର -2

ଏଠାରେ ସିସିଟିଭି କୁକୁର ମାନଙ୍କର ଅଦ୍ଭୁତ ପୂର୍ବ ବ୍ୟବହାର ଦେଖିବାକୁ ମିଳିଛି । ସାଧାରଣତଃ ଶିକାରୀ କୁକୁର ମାନେ ଭିନ୍ନ ଭିନ୍ନ ଭାବରେ ଶିକାର କରୁଥିବା ବେଳେ ଏଠି କିନ୍ତୁ ଦଳେ କୁକୁର ଶିକାର କରିଛନ୍ତି ଗୋଟେ କାରକୁ । ତେବେ କୁକୁର ମାନଙ୍କର ଏଭଳି ବ୍ୟବହାର ପଶୁ ବିଜ୍ଞାନୀ ମାନଙ୍କୁ ମଧ୍ୟ ଚକିତ କରିଛି । ଗୋଟେ କାରକୁ ଝୁଣି ଝୁଣି ଆଗରେ ଥିବା ସମସ୍ତ ସରଞ୍ଜାମକୁ ଫୋପାଡି ଦେଇଛନ୍ତି । ତେବେ ସିସିଟିଭି ରେ କଏଦ ହୋଇଥବା ଏହି ଭିଡିଓ ସମସ୍ତ ପଶୁ ବିଜ୍ଞାନୀ ମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଚକିତ ବାର୍ତ୍ତା ବହନ କରିଛି ।

ନମ୍ୱର – 3

ଆତ୍ମା ପରମତ୍ମା ବିଷୟରେ ଯୁଗେ ଯୁଗେ ଚାଲିଛି ତର୍କ ଓ ବିତର୍କ , କିଛି ଲୋକ ଆତ୍ମାର ଅବସ୍ଥିତି ନେଇ ତର୍କ କରୁଥିବା ବେଳେ ଆଉ କିଛି ଆତ୍ମା କିଛି ନାହିଁ ବୋଲି ମଧ୍ୟ ତର୍କ କରନ୍ତି । ଏକ ହସ୍ପିଟାଲର ସିସିଟିଭିରେ ଯାହା କଏଦ ହେଇଛି ତାହା ମଧ୍ୟ ଏକ ତର୍କ ର ବଳୟକୁ ସମସ୍ତଙ୍କୁ ଟାଣି ନେଉଛି । ଚାଇନାର ଏକ ହସ୍ପିଟାଲରେ ଏହି ଦୃଶ୍ୟ , ଏହି ଦୃଶ୍ୟକୁ ଦେଖିଲେ ଯେ କେହି ମଧ୍ୟ ହାବୁରି ଯିବ । ହସ୍ପିଟାଲର ଏକ ଷ୍ଟ୍ରେଚରରେ ଜଣେ ଲୋକ ଶୋଇଛି ଏବଂ କିଛି ସମୟ ପରେ ହଠାତ୍ ଏକ ଧୂଆଁ ଭଳି ଜିନିଷ ସେହି ଲୋକ ଉପରୁ ବାହାରି ଶୂନ୍ୟରେ ମିଳେଇ ଯାଉଛି ।

ନମ୍ୱର – 4

ଏହି ଦୃଶ୍ୟ ଏକ ଗୁଦାମ ଘରର ଦୃଶ୍ୟ , ଆୟରଲାଣ୍ଡର ଏକ ସ୍କୁଲ ପାଖରେ ଲାଗିଥିବା ଏକ ଗଦାମରେ ଏହି ଦୃଶ୍ୟ ସିସିଟିଭି ରେ କଏଦ କରିଛି । ଏଥିରେ ଦେଖନ୍ତୁ ଆପେ ଆପେ ଆଲମିରା ହଲିବା , ଆଲମିରା ଖୋଲିବା ଜିନିଷପତ୍ର ପକାଇବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି କିନ୍ତୁ ସେଠାରେ କୌଣସି ବ୍ୟକ୍ତି କରୁନଥିବାର ଦେଖିବାକୁ ମିଳିଛି । ପ୍ରକୃତରେ ଏହା କେଉଁଭଳି ଦୃଶ୍ୟ , ଏହା ଭୈତିକ କାଣ୍ଡ ନା ଏଡିଟ କରାଯାଇଛି ତାହା ମଧ୍ୟ ତର୍କ ସାପେକ୍ଷ ।

ନମ୍ୱର -5

ଏହା ମଧ୍ୟ ଏକ ହସ୍ପିଟାଲ ର ଦୃଶ୍ୟ , ସିସିଟିଭି କଏଦ କରିଛି ଏହି ଅଦ୍ଭୁତ ଦୃଶ୍ୟ । ଆପଣ ମାନେ ଦେଖୁଥିବେ ଏଠାରେ କିଛି ଲୋକ ଶୋଇଛନ୍ତି , ହଠାତ୍ କିଛି ସମୟ ପରେ ଆପଣ ନଜର ପକାନ୍ତୁ କରିଡରର ଶେଷ ଭାଗକୁ । ଦେଖାଯାଉଛି ଏକ କଳା ଛାଇ , କିଛି ବାଟ ଆଗକୁ ଆସୁଛି ସେ କଳା ଛାଇ ତା ପରେ ହଠାତ୍ ଗାଏବ୍ ହୋଇଯାଇଛି କ୍ୟାମେରାରୁ । ଏ ଦୃଶ୍ୟ ମଧ୍ୟ ଏକ ତର୍କକୁ ଯୋଗଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।