ଦେଖନ୍ତୁ ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ କଥାରେ ଅଛି ଯେ ମନରେ ଅଦମ୍ୟ ସାହସ ଏବଂ ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି କରିପାରିବ।ଯେପରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କୌଣସି ବୟସ କିମ୍ବା ଅନ୍ୟ କିଛି ବାଧକ ସାଜି ନଥାଏ, କେବଳ ନିଜର ଆତ୍ମବିଶ୍ବାସ ଏବଂ ଇଛାଶକ୍ତି ର ଆବଶ୍ୟକତା ରହିଥାଏ। କେବଳ ମଣିଷର ବିଶ୍ୱାସ ଏବଂ ଦୃଢ଼ ମନ ରହିବା ଆବଶ୍ୟକ ସଫଳତାର ଶୀର୍ଷରେ ପହଞ୍ଚି ବାକୁ।ମଣିଷର ଦୃଢ଼ ଇଛାଶକ୍ତି ଏବଂ ମନୋବଳ ଆଗରେ ସବୁକିଛି ହାର୍ ମାନିଥାଏ। ଯାହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯେଉଁଟି ଅଭାବ ଅନଟନ, ଦାରିଦ୍ର୍ୟ ଏବଂ ପ୍ରତିବନ୍ଧକ ସବୁକିଛି ହାର ମାନିଥାଏ। ଏସବୁର ମାନେ କିଛି ନଥାଏ ତା ସମ୍ମୁଖରେ।

ସାହସ ଏଭଳି ଏକ ଜିନିଷ ଯାହା ଅନ୍ତରରୁ ଆସିଥାଏ। ଏଥିପାଇଁ ଅନ୍ୟ ପ୍ରତି ଭଲପାଇବା ଏବଂ କାର୍ଯ୍ୟ ପ୍ରତି ଦୃଢ଼ ଆତ୍ମବିଶ୍ବାସ ର ଆବଶ୍ୟକତା ରହିଛି। ସେହିପରି ଏକ ନିର୍ଭୀକ ଏବଂ ଦୁଃସାହସିକ କାର୍ଯ୍ୟ ର ଘଟଣା ର ଭିଡିଓ ଏବେ ସାମ୍ନାକୁ ଆସିଛି।ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।ଏହି ଘଟଣାଟି ସି ସି ଟିଭି ରେ ରେକର୍ଡ ହେବା ପରେ ସାମ୍ନାକୁ ଆସିଚି।

ଏଠାରେ ଏକ ଛୋଟ ବାଳକର ସାହସ ଏବଂ ତାର ଜେଜେମା ପ୍ରତି ଥିବା ତାର ଭଲପାଇବା ଆଗରେ ହାର ମାନିଛି ମରିବାର ଭୟ।ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଥିବେ ଗଳି ରାସ୍ତାରେ ଏକୁଟିଆ ଜଣେ ବୃଦ୍ଧ ମହିଳା ଆସୁଥିବା ବେଳେ କିପରି ଭାବରେ ଏକ ପାଗଳ ଷଣ୍ଢ ତାଙ୍କୁ ଆକ୍ରମଣ କରୁଛି ଏବଂ ଏଥିରେ ସେ ଆକ୍ରମଣର ଶିକାର ହୋଇ ତଳେ ପଡି ଯାଉଛନ୍ତି।ଏହି ସମୟରେ ଏହି ବୃଦ୍ଧା ଙ୍କ ନାତି ଅର୍ଥାତ୍ ଭିଡ଼ିଓରେ ଦେଖିବାକୁ ପାଉଥିବା ଏହି ବାଳକ ଜଣଙ୍କ ଏହି ଘଟଣାକୁ ଦେଖି ନିଜ ଜେଜେମା କୁ ବଂଚେଇବା ପାଇଁ ଦୋୖଡି ଦୋୖଡି ଆସୁଛି। ଷଣ୍ଢ କୁ ନ ଡରି ସେ ଜେଜେମା କୁ ବଞ୍ଚେଇବା ପାଇଁ ଯାଉଛି।

ଆଉ ଏହି ସମୟରେ ଷଣ୍ଢ ଟି ତାକୁ ଆକ୍ରମଣ କରୁଛି। ଏହାପରେ ମଧ୍ୟ ସେ ଜେଜେମା କୁ ନଛାଡି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି।ପରେ ପୁଣିଥରେ ଷଣ୍ଢ ଟି ସେମାନଙ୍କୁ ଆକ୍ରମଣ କରୁଛି।ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଆସି ଲାଠି ଦେଖାଇ ଷଣ୍ଢକୁ ସେଠାରୁ ଏଡାଇ ଦେଉଛନ୍ତି। ନାତି ଜଣଙ୍କ ଜେଜେମା କୁ କୌଣସି ମତେ ଏକା ଛାଡି ସେଠାରୁ ନଯାଇ ଶେଷରେ ତାଙ୍କୁ ଉଦ୍ଧାର କରି ସାଙ୍ଗରେ ନେଇ ଯିବାର ଦେଖିବାକୁ ମିଳିଛି।ପରେ ସମସ୍ତେ ଏହି ବାଳକ ଜଣଙ୍କୁ ଅନେକ ସାବାସି ଦେବା ସହ ପ୍ରଶଂସା କରିଛନ୍ତି ତାର ସାହସିକତା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।