ଦେଖନ୍ତୁ Live ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନ ଥାନ୍ତେ….

0

ଆଜିବି ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଭୂତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି ନାହିଁ।ତେବେ ଏହାର ସତ୍ୟତା କେତେ ରହିଛି ଏବଂ ବାସ୍ତବରେ ଏହାର କୌଣସି ସମ୍ଭାବନା ରହିଛି କି ନାହିଁ ତାକୁ ନେଇ ଅନେକ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ରହିଛି। କିନ୍ତୁ ଯାହା ବି ହଉ ବିଜ୍ଞାନ ଏବଂ ଟେକ୍ନୋଲୋଜୀ ରେ ବିକାଶ ଫଳରେ ଏବେବି ଲୋକେ ଏମିତି ଅଜ୍ଞାତ ସାରରେ ରହିଛନ୍ତି ଯେ ସେମାନେ ଭୂତ ପ୍ରେତ ପିଶାଚ ଆଦିକୁ ଭୟ କରି ନଥାନ୍ତି ଏବଂ ଏହାକୁ ହେୟଜ୍ଞାନ କରିଥାନ୍ତି। କାରଣ ଏବେବି ବିଜ୍ଞାନ ଏହାକୁ ମାନିବାକୁ ନାରାଜ ଯେ ସେହିଭଳି କୌଣସି ଶକ୍ତି ଦୁନିଆରେ ନାହିଁ। ମଣିଷ ମୃତ୍ୟୁ ବରଣ କଲା ପରେ ସେ ଆଉ କୌଣସି ମତ୍ତେ ନିଜକୁ ଭୌତିକ ଦୁନିଆରେ ପରିଚାଳିତ କରି ପାରିବ ନାହିଁ।

କିନ୍ତୁ ପୂର୍ବ କାଳରୁ ଏହା କୁହା ଯାଉଛି ଯେ ଯଦି ଜଣେ ମଣିଷର ଅକାଳ ମୃତ୍ୟୁ ଘଟେ କିମ୍ବା ସେ ନିଜେ ଆତ୍ମହତ୍ୟା କରେ କିମ୍ବା ତାକୁ କଷ୍ଟ ଯନ୍ତ୍ରଣା ଦେଇ ମାରି ଦିଆ ଯାଇଥାଏ,ତେବେ ସେ ତାର ଆତ୍ମା ଶାନ୍ତି ପାଇ ନଥିବା କାରଣରୁ ମୃତ୍ୟୁ ପରେ ଅତୃପ୍ତ ଆତ୍ମା ହୋଇ ଘୂରି ବୁଲିଥାଏ। ଆଉ ଯେତେବେଳେ ଆମର ସେହି ଆତ୍ମା ସଦୃଶ ଛାଇ ସହିତ ଭେଟ ହୋଇଯାଏ ଆମେ ସେତେବେଳେ ଡରି ଯାଇଥାଉ।ଆଉ ତାକୁ ଆମେ ଭୂତ ବୋଲି କହିଥାଉ।ତେବେ କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ସବୁ ଧର୍ମରେ ଏହି ଭୂତ ପ୍ରେତ ମାନଙ୍କ ବିଷୟରେ ସମାନ ଧାରଣା ରହିଛି। ଯାହାକୁ ଆମେ ଅନେକାଂଶ ରେ ବିଶ୍ୱାସ ମଧ୍ୟ କରିଥାଉ।

ତେବେ ନିକଟରେ ସେହିଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ କ୍ୟାମେରା ରେ ରେକର୍ଡ ହୋଇଛି ଭୂତ ର ଛାଇ। ଭୂତ ର ଫଟୋ ମୋବାଇଲ୍ ଫୋନ୍ ରେ ଉଠାଇବା ନେଇ ଏବେ ଚର୍ଚ୍ଚା ହେଉଛି ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ। ଏହିଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ବିଷମ କଟକ ଥାନା ରାମ୍ବୁ ଗ୍ରାମରେ।ଏହି ଗ୍ରାମର ଅନାଦି ରାଲିକା ଏବଂ ତାଙ୍କ ସାଥୀ ଚିନା ରାଲିକା ୨୪ ତାରିଖ ଦିନ ରାତିରେ ଫେରୁଥିବା ବେଳେ ସେମାନେ ଚାଲୁଥିବା ଏକ ଛାୟା ମୂର୍ତ୍ତି କୁ ଦେଖି ମୋବାଇଲ୍ ରେ ରେକର୍ଡ କରିଥିଲେ।

ସୂଚନା ଅନୁସାରେ ସେମାନେ ଦୁଇଜଣ ସାଙ୍ଗ ରାତିରେ ଆସୁଥିବା ସମୟରେ ଛକ ନିକଟରେ ଏକ ଛାୟା ମୂର୍ତ୍ତି ଦେଖି ଏହାକୁ କୌଶଳ କ୍ରମେ ମୋବାଇଲ ରେ ଏହି ଫଟୋ କୁ ରେକର୍ଡ କରିଥିଲେ। ସେମାନେ ପ୍ରଥମେ ଏହି ମୂର୍ତ୍ତି କୁ ଏକ ଝିଅ ଭାବିଥିଲେ। କିନ୍ତୁ କିଛି ସମୟ ପରେ ଏହି ମୂର୍ତ୍ତି ଉଭାନ ହୋଇ ଯାଇଥିଲା। ତେବେ ଏହି ଫଟୋକୁ ନେଇ ଏହି ସାଙ୍ଗମାନେ ଗାଆଁ ରେ ଦେଖାଇଥିଲେ ତାପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।