ବନ୍ଧୁଗଣ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ପୁର୍ଣିମା ଓ ଅମାବାସ୍ୟାକୁ ବହୁତ ଶୁଭ ବୋଲି ମାନଯାଏ, ଯଦି ଅମାବାସ୍ୟା ସୋମବାର କିମ୍ବା ଶନିବାର ପଡେ ତେବେ ଏହା ଆହୁରି ମଙ୍ଗଳ ହୋଇଥାଏ |ଆପଣ ଏହି ଦିନ ଯଦି ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ତାଙ୍କ ମନ ଅନୁଯାଇ କାର୍ଯ୍ୟ କରିବ ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣ ବହୁତ ଖୁସିରେ ରହିବା ସହିତ ଜୀବନରେ କେବେ ଅଭାବ ଅନୁଭବ କରିବେ ନାହିଁ |ଏହା ସହିତ ଆପଣ ଯଦି ଏହିଦିନ ଗୋମାତାର ସେବା କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି |ମୁଁ ଆଜିର ଏହି ପବିତ୍ର ଅମାବାସ୍ୟାରେ ଗୋମାତାଙ୍କ କିପରି ସେବା କରିବା ଉଚିତ ସେ ବିଷୟରେ କିଛି କହିବି, ତେବେ ଆସନ୍ତୁ ଜାଣିବା ଗୋମାତାଙ୍କ ସେବା କଲେ କିଫଳ ମିଳିବ ସେ ବିଷୟରେ ସମ୍ପୂର୍ଣ କଥା |
1-ଯେଉଁ ବ୍ୟକ୍ତି ରୋଗଗ୍ରସ୍ତ ଅଛନ୍ତି କିମ୍ବା କୌଣସି ଛାତ୍ର ଛାତ୍ରୀମାନେ ପଢ଼ାରେ ଦୁର୍ବଳ ଅଛନ୍ତି ସେପରି ବ୍ୟକ୍ତିମାନେ ଯଦି ଗୋମାତାଙ୍କୁ ପ୍ରତ୍ୟେକ ଦିନ ଯଦି କିଛି ଖାଇବା ପାଇଁ ଦିଅନ୍ତି ତେବେ ସେପରି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିବା ସହିତ ତାଙ୍କର ଅନେକ ସମସ୍ୟା ମଧ୍ୟ ଦୂର ହୋଇଯାଏ |
2-ଆପଣଙ୍କର ଯଦି ମଙ୍ଗଳଗ୍ରହ ଦଶା ରହିଛି ତେବେ ଆପଣ କୌଣସି ବ୍ରାହ୍ମଣ କିମ୍ବା ଗରିବ ଲୋକଙ୍କୁ ଗାଇ ଦାନ କରନ୍ତୁ, ତାହା ସହିତ ଆପଣଙ୍କର ଯଦି ନବଗ୍ରହ ଦଶା କିମ୍ବା ଶନିଦଶା ପଡିଥାଏ ତେବେ କଳା ଗାଈର ଦାନ ଦିଅନ୍ତୁ |ଏହାଦ୍ଵାରା ଆପଣଙ୍କ ଜୀବନରୁ ଦୁଃଖ କଷ୍ଟ ଦୂର ହେବା ସହିତ ସମସ୍ତ ଦଶା ଦୂର ହେବ |
3-ଯଦି କୌଣସି ବ୍ୟକ୍ତି ଜୀବନରେ ସବୁ ସମୟ ଅନେକ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି କିମ୍ବା ସର୍ବଦା ପାରିବାରିକ ଅଶାନ୍ତି ଲାଗିରହିଛି ତେବେ ସେହିପରି ବ୍ୟକ୍ତି ପ୍ରତ୍ୟେକ ଦିନ ଗାଇଙ୍କୁ ରୁଟି ଖାଇବାକୁ ଦେବା ଉଚିତ |ଏହାପରି କରିବା ଦ୍ଵାରା ଆପଣଙ୍କ ସମସ୍ୟାର ସମାଧାନ ନିଶ୍ଚିତ ହେବ |
4:-ଗାଇ ଗରୁଙ୍କୁ ପୂଜା କରିବା ଉଚିତ, ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ, ଏହା ସହିତ ଆପଣଙ୍କ ପରିବାରରେ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ |
5-ଯଦି ଖରା ଦିନେ କୌଣସି ଗାଇ କିମ୍ବା ଗରୁ ଆପଣଙ୍କ ଘର ସାମ୍ନାକୁ ଆସୁଛନ୍ତି ତେବେ ଆପଣ ତାଙ୍କୁ ପାଣି ପିଇବା ପାଇଁ ନିଶ୍ଚିତ ଦିଅନ୍ତୁ ଏହାଦ୍ଵାରା ଆପଣଙ୍କ ମଙ୍ଗଳ ହେବା ସହିତ ରୋଗ ନାଶ ହୋଇଥାଏ |
6-ଆପଣ ଯଦି ଅମାବାସ୍ୟା ଦିନେ ଗାଇଙ୍କୁ ରୁଟି ସହିତ ଗୁଡ଼ ଖାଇବା ପାଇଁ ଦିଅନ୍ତି ତେବେ ଆପଣଙ୍କ ପ୍ରୀତ୍ରୁଦୋଷା ଦୂର ହେବା ସହିତ ମାତା ଲକ୍ଷ୍ମୀଙ୍କ ଅପାର କୃପା ଲାଭ କରନ୍ତି, ତାହା ସହିତ ଆପଣଙ୍କ ଘରେ କେବେ ଧନର ଅଭାବ ମଧ୍ୟ ଦେଖାଯାଏ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।