୧୦ମ ଶ୍ରେଣୀ ଫେଲ ହେଇଯିବି ବୋଉ ମୁଁ ଚାଲିଯାଉଛି… ଗୋଟେ ମାଆର ବୁକୁଫଟା ଚିତ୍କାର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ |ହେଲେ ମୁଁ ଆଜି ଆପଣକୁ ଏପରି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଛୋଟ ପିଲା ହେଲେ ମଧ୍ୟ ତାରପାଠ ପଢି ଭଲ ମଣିଷ ହେବା ପାଇଁ ବହୁତ ଇଚ୍ଛାଅଛି, ମାତ୍ର ତା ଦ୍ଵାରା ପାଠ ହେଉନାହିଁ ତେଣୁ ଏହି ପରିସ୍ଥିତିରେ ସେ କଣ କରିବା କିଛି ବିଚାର କରି ନପାରି ସେ ଘର ଓ ତାର ପରିବାରରେ ସମସ୍ତଙ୍କୁ ଛାଡି କୁଆଡେ ପଳି ଯାଇଛି |ହେଲେ ପୁଅର ଘର ଛାଡିବା କଷ୍ଟ ଭୁଲି ପାରୁନି ମା, ସେ ଛାତି ଫଟାଇ ପୁଅର ଫୋଟକୁ ଧରି କାନ୍ଦୁଛି ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ବର୍ତମାନ ସବୁ ବାପା ମା ଚାହାଁନ୍ତି ଯେ ତାଙ୍କ ପିଲାମାନେ ଭଲ ପାଠ ପଢନ୍ତୁ ଏବଂ ପାଠ ପଢି ବଡ଼ ମଣିଷ ହୁଅନ୍ତୁ |କିନ୍ତୁ ଭଲ ପାଠ ସବୁ ପିଲା ପଢିପାରନ୍ତି ନାହିଁ, ସବୁ କାମ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ |ଦଶମ ଶ୍ରେଣୀ ପରୀକ୍ଷା ବହୁତ କଷ୍ଟକର ଅଟେ, ଏଥିରେ ବହୁତ ପିଲା ଫେଲ ମଧ୍ୟ ହୋଇଯାନ୍ତି |ମୁଁ ଆଜି ଆପଣକୁ ଯଉଁ ଘଟଣା ବିଷୟରେ କହିବି ସେହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଡ଼ି କାଟୁ ପୌରାଞ୍ଚଳ 18ନମ୍ବର ୱାର୍ଡ କାଲୁଆ ସାହି ଅଂଚଳରେ |ଏହି ଗାଁର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ,ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ |

ଗତ ବୁଧବାର ଦିନ ସ୍କୁଲ ଯିବାକୁ କହି ନାରାୟଣ ଘର ଛାଡି କୁଆଡେ ଚାଲି ଯାଇଥିଲେ, ଯିବା ଆଗରୁ ସେ ଖଣ୍ଡିଏ ଚିଠି ତାଙ୍କ ମାଙ୍କ ପାଇଁ ଲେଖିଯାଇଥିଲେ |ଆଗକୁ ଆସୁଥିବା ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ ହୋଇଯିବେ ଭାବି ସେ ଘର ଛାଡି ଚାଲି ଯାଇଛନ୍ତି ବୋଲି ଏହି ଚିଠିରେ ଲେଖି ଯାଇଛନ୍ତି |ସେ ପୁଣି ଲେଖି ଯାଇଥିଲେ କି ମା ତୁ ଜମା ମନ ଦୁଃଖ କରିବୁନି ମୁଁ ଜଣେ ଭଲ ପିଲା ଓ ବଡ ମଣିଷ ହୋଇ ତ ପାଖକୁ ନିଶ୍ଚିତ ଫେରିଆସିବି |କିନ୍ତୁ ପୁଅ ଘର ଛାଡିଯିବା ତାର ମା ଜମା ସାହିପାରୁ ନାହିଁ , ଦିନ ରାତି ପୁଅର ଫୋଟକୁ ଧରି କାନ୍ଦୁଛି |ମା ହୋଇ କେମିତି ବା ସେ ସାହିପାରିବ, ନାରାୟଣ ଭଉଣୀ ମଧ୍ୟ ତାର ଭାଇକୁ ବହୁତ ଖୋଜି କାନ୍ଦୁଛି |

ଏତେ ପ୍ରଯ୍ୟନ୍ତ ନାରାୟଣର ନିଖୋଜ ଖବର ସ୍ପଷ୍ଟ ଭାବରେ ଜଣା ପଡ଼ି ନଥିବା ବେଳେ, ଏତେ ଛୋଟ ବାଳକ କିପରି ଏତେ ବଡ଼ ନିଷ୍ପତି ନେଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |ନାରାୟଣର ପରିବାର ଲୋକେ ଏ ନେଇ ପୋଲିସ ରେ ଖବର ଦେଇଛନ୍ତି ଏବଂ ପୋଲିସ ତାର ତଦନ୍ତ କରୁଛି |ନାରାୟଣର ଏତେ ଛୋଟ ବୟସରୁ ଏପରି ନିଷ୍ପତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment