ଆଶ୍ଚର୍ଯ୍ୟ ! “ଚା” ବ୍ୟବସାୟ ପୁଅ କୁ କରିଦେଲା କୋଟିପତି, ପୁରା ଘଟଣା ଜାଣିଲେ ହୋଇଯିବେ ତାଯୁବ…

0

କଥାରେ ଅଛି ‘ଲକ୍ଷ୍ୟ ହୀନ ଜୀବନ,ଜୀବନ ନୁହେଁ ‘ ତେଣୁ ଜୀବନରେ କିଛି କରିବାକୁ ହେଲେ ପ୍ରଥମେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖିବା ଉଚିତ। ଲକ୍ଷ୍ୟ ସ୍ଥଳରେ ପଂହଁଚିବା ପାଇଁ ଦୃଢ଼ଆତ୍ମବିଶ୍ଵାସ ଓ ଧର୍ଯ୍ୟ ରହିବା ଦରକାର। ଯଦି କରିବାର ଇଛାଶକ୍ତି ଦୃଢ଼ ଥାଏ ତେବେ ଅସମ୍ଭବ କାର୍ଯ୍ୟ ଵୀ ସମ୍ଭବ ହୋଇଥାଏ। ଯଦି ଜୀବନରେ ଏକ ଲକ୍ଷ ରଖି ଚାଲିବେ ତାହାଲେ ଆପଣ ବିଳମ୍ବରେ ମଧ୍ୟ ସଫଲତା ପାଇବେ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଅଭିପ୍ରେରିତ ହେବେ ନିଶ୍ଚିତ। ତେବେ ଘଟଣାଟି ହେଉଛି ବାପା ଓ ମାଆ ପୁଅକୁ କଲେକ୍ଟର ଚାଁହୁଥିବା ବେଳେ, ପୁଅ ଆଜି ଚା ବ୍ୟବସାୟ କରୁଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଖବର ମଧ୍ୟପ୍ରଦେଶ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଅନୁଭବ ଦୁବେଙ୍କ ବାପା ମାଆ ପୁଅକୁ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ ଇନ୍ଦୋର ପଠାଇ ଦେଲେ। ସେଠାରେ ସେ ଆନନ୍ଦ ନାୟର ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ଦୁଇ ଜଣ ଯାକ ସାଙ୍ଗ ହୋଇ ପାଠ ପଢୁଥିଲେ, କିନ୍ତୁ କିଛି ଦିନ ପରେ ଆନନ୍ଦ ପାଠ ପଢା ଛାଡିଦେଲେ। ପାଠ ପଢା ଛାଡି ସେ ତାଙ୍କର କୌଣସି ଏକ ବନ୍ଧୁଙ୍କ ସହ ମିଶି ବ୍ୟବସାୟ କଲେ। କିନ୍ତୁ ଅନୁଭବଙ୍କ ବାପା ଓ ମାଆ UPSE ର ପ୍ରସ୍ତୁତ ପାଇଁ ତାଙ୍କୁ ଦିଲ୍ଲୀ ପଠାଇ ଦେଲେ|କିଛି ଦିନ ପରେ ଅନୁଭବଙ୍କ ନିକଟକୁ ଆନନ୍ଦଙ୍କ ଫୋନ ଆସିଲା ଏବଂ ଦୁହେଁ ଦୀର୍ଘ ସମୟ ଧରି କଥାବାର୍ତ୍ତା ଚାଲିଲା ଏବଂ ଆନନ୍ଦ ମିଶିକରି ନୂଆ ବିଜନେସ ଆରମ୍ଭ କରିବା ପାଇଁ ଅନୁଭବଙ୍କୁ ପ୍ରସ୍ତାବ ଦେଲେ, ଏବଂ ତାଙ୍କ କଥାରେ ମଧ୍ୟ୍ୟ ସେ ରାଜି ହୋଇ ଯାଇଥିଲେ। ତେବେ ଦୁହେଁ ମିଶି ଚା ବ୍ୟବସାୟ ଆରମ୍ଭ କରିବେ ବୋଲି ଚିନ୍ତା କଲେ ଏବଂ ଆଗକୁ ଚା ର ଚାହିଦା ବଢିବ ବୋଲି ଆଶଙ୍କା ରହିଛି।

ଏହି ସବୁ ଦିଗ ଗୁଡିକୁ ଦୃଷ୍ଟିରେ ରଖି ଦୁଇ ସାଙ୍ଗ 2016 ମସିହାରେ 3 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି,ପ୍ରଥମେ ଇନ୍ଦୋରରେ ଚା ଦୋକାନ ଆରମ୍ଭ କଲେ। ଦୋକାନରେ ସବୁ ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କ ପାଖରେ ପୋଷ୍ଟର ଲଗାଇବା ପାଇଁ ମଧ୍ୟ ଟଙ୍କାଟିଏ ନଥିଲା, ସେ ସେଥିପାଇଁ ଏକ ସାଧା କାଗଜରେ ଚା ଦୋକାନର ନାଁ ଲେଖି ବାଉଁଶ ପୋତି ପୋଷ୍ଟର ଲଗାଇଲେ। ଅନୁଭବଙ୍କ ବାପା ଓ ମାଆ ଚାହୁଁଥିଲେ ପୁଅ କଲେକ୍ଟର ହେଉ ବୋଲି କିନ୍ତୁ ପୁଅ ଆଜି ଚା ବ୍ୟବସାୟର ମାଲିକ ହୋଇ ଯାଇଛନ୍ତି। ଧୀରେ ଧୀରେ ବ୍ୟବସାୟ ବଢିବା ଦ୍ୱାରା ତାଙ୍କ ପରିବାର ଲୋକମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ବର୍ତ୍ତମାନ 15 ଟି ରାଜ୍ୟରେ ଚା ସୁଟା ବାର ନାମରେ ବ୍ୟବସାୟ ଚାଲିଛି। ବାର୍ଷିକ ପାଖାପାଖି 100 କୋଟିର ଟନ ଓଭର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।