ଚାକିରୀ ପାଇବାକୁ ଏମିତି କଲେ ଯୁବକ, ମାତ୍ର ୩ ଘଂଟାରେ ମିଳିବାକୁ ଲାଗିଲା ଗୋଟିଏ ପରେ ଗୋଟିଏ ଅଫର, ଦେଖନ୍ତୁ ସଂଘର୍ଷମୟ କାହାଣୀ…

0

କରୋନା ମହାମାରୀ ସମୟରେ ଅନେକ ଲୋକ ମାନେ ମଧ୍ୟ ବହୁତ ହଇରାଣ ହରକତ ହୋଇଥିଲେ। ଅନେକ ଲୋକ ମାନଙ୍କର ଜୀବନ ଜୀବିକା ଓ ଏଥି ସହିତ ଆର୍ଥିକ ଅବସ୍ଥାରେ ମଧ୍ୟ ବହୁତ ଅସୁବିଧା ଦେଖା ଯାଇଥିଲା। ଏଥି ସହିତ ପିଲା ମାନଙ୍କୁ ଚାକିରୀ ମଧ୍ୟ ମିଳି ପାରୁ ନଥିଲା। ଯାହାକୁ ନେଇ ସେମାନେ ବହୁତ ଚିନ୍ତିତ ରହୁଥିଲେ। କିନ୍ତୁ କିଛି ପିଲା ମାନେ ଚାକିରୀ ପାଇବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇଥିଲେ। ତେବେ ଏଭଳି ଏକ ଖବର ନିକଟରେ ଶୁଣିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଜଣେ ଯୁବକ ଚାକିରୀ ପାଇବା ପାଇଁ ଏଭଳି କାର୍ଯ୍ୟ କରିଲେ, ଯାହାକି ୩ ଘଣ୍ଟା ସମୟ ଭିତରେ ଚାକିରୀ ମିଳିଗଲା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଲଣ୍ଡନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ହାଇଦର ମଲ୍ଲୀକ ନାମକ ଜଣେ ଯୁବକ, ଯାହାର ବୟସ ୨୪ ବର୍ଷ ହୋଇଥାଏ। ସେହି ଯୁବକ ଜଣଙ୍କ ମିଡ଼ିଲସେକ୍ସ ୟୁନିଭରସିଟିରୁ ବ୍ୟାକିଙ୍ଗ ଓ ଫାଇନାନ୍ସରେ ପ୍ରଥମ ସ୍ଥାନ ପାଇଥିଲେ। ପ୍ରଥମ ସ୍ଥାନ ପାଇବା ପରେ ମଧ୍ୟ ତାଙ୍କୁ ଚାକିରୀ ମିଳୁ ନଥିଲା। କରୋନା ସମୟରେ ଅଫିସରୁ ଅଫିସରୁ ବୁଲି ବହୁତ ଥକି ପଡୁ ଥିଲେ। ଏଥି ସହିତ ଜୁମ ଆପରେ ମଧ୍ୟ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲେ, କିନ୍ତୁ ତଥାପି ତାଙ୍କୁ ଚାକିରୀ ମିଳି ପାରୁ ନଥିଲା।

ତେବେ ଯୁବକ ଜଣଙ୍କ ଚାକିରୀ ନମିଳିବାରୁ ସବୁବେଳେ ପାଇଁ ବହୁତ ମନ ଦୁଃଖରେ ରହୁଥିଲେ। ସେ ଚାକିରୀ ପାଇବା ପାଇଁ ଏକ ଯୋଜନା ଚିନ୍ତା କରିଲେ। ଯେଉଁଥିରେ ସେ ଏଭଳି କାର୍ଯ୍ୟ କରିବେ, ଯେମିତିକି ତାଙ୍କୁ ଖୁବ ଶୀଘ୍ର ଚାକିରୀ ମିଳି ଯିବ ବୋଲି ଆଶା କରି ରହିଥିଲେ। ସେ ରେଳ ଷ୍ଟେସନରେ ଗୋଟିଏ ବୋର୍ଡରେ ନିଜର ଛୋଟ ବିବରଣୀ ଲେଖି ଟାଙ୍ଗି ଦେଲେ। ସେ ତାଙ୍କ ବାପାଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରି ଥାଆନ୍ତି।

ତେବେ ତାଙ୍କ ବାପା ବ୍ରିଟେନର କ୍ୟାବ ଚଳାଉ ଥାଆନ୍ତି। ସେ ଷ୍ଟେସନରେ କିଛି ଲେଖି ଟାଙ୍ଗିବା ପରେ ୫ ରୁ ୧୦ ମିନିଟ ସମୟ ପର୍ଯ୍ୟନ୍ତ ବହୁତ ଭୟ ଭୀତ ହୋଇ ଯାଇ ଥିଲେ। କିନ୍ତୁ ଠିକ ସେତିକି ବେଳେ ଲୋକ ମାନେ ଖାଲି ଶୁଭ ସକାଳ ବୋଲି କହୁଥିଲେ ଓ ଆଉ କିଛି ଲୋକ ମାନେ କାର୍ଡ ଦେଉଥିଲେ। ଏଥି ସହିତ ଯୁବକଙ୍କ ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଥିଲେ। ସେମାନଙ୍କର ଏଭଳି କାର୍ଯ୍ୟ ଦେଖି ଯୁବକ ଜଣଙ୍କ କିଛି ବୁଝି ପାରୁ ନଥିଲେ। ଏଭଳି କରିବା ଦ୍ୱାରା ୩ ଘଣ୍ଟା ସମୟ ପରେ ତାଙ୍କ ନିକଟକୁ ଅନେକ ଫୋନ ଆସିଲା। ଏଥି ସହିତ ଅନେକ କମ୍ପାନୀ ଫୋନ ଦ୍ୱାରା ତାଙ୍କର ଇଣ୍ଟରଭିୟୁ ନେଲେ ଓ ସଙ୍ଗେ ସଙ୍ଗେ ଅଫର ମିଳିବା ପାଇଁ ଲାଗିଲା ଓ ଶେଷରେ ଯୁବକଙ୍କୁ ଚାକିରୀ ମଧ୍ୟ ମିଳିଗଲା। ଏହା ଜାଣି ଯୁବକ ଜଣଙ୍କ ବହୁତ ଖୁସି ହୋଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।