Breking News – ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ରୋଡ଼ ଦୁର୍ଘଟଣାରେ ହେଲା ମୃତ୍ୟୁ, ଚାରିଆଡେ ଖେଳିଗଲା ଶୋକର ଛାୟା….

0

ଏ ସଂସାରରେ କେହି ଅମର ନୁହନ୍ତି, ସଂସାରରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ମୃତ୍ୟୁ ବଡ ବିଚିତ୍ର କାହାର କେଉଁ ମୁହୂତ୍ତରେ ମୃତ୍ୟୁ ଆସିବ କେହି କହିପରିବେ ନାହିଁ। ବେଳେବେଳେ ଆମ ନିଜ ଲୋକଙ୍କ ମୃତ୍ୟୁ ଆମକୁ ଅନେକ କଷ୍ଟ ଦେଇଥାଏ। ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି। ଆପଣ ମାନେ ମଧ୍ୟ ଅନେକ ସମୟରେ ଏହିପରି ଦୁର୍ଘଟଣା ଦେଖିଥିବେ ଆପଣଙ୍କ ଆଖପାଖରେ। ବଡ ନେତା ମନ୍ତ୍ରୀ ହେଉ କିମ୍ବା କୌଣସି ସେଲିବ୍ରେଟି ହୁଅନ୍ତୁ ମୃତ୍ୟୁ ସମ୍ମୁଖରେ କେହି ସାନ ବଡ଼ ନୁହନ୍ତି ସମସ୍ତେ ସମାନ।

ସେହିପରି ବର୍ତ୍ତମାନ ସମୟରେ ଜଣେ ସେଲିବ୍ରେଟିଙ୍କ ମୃତ୍ୟୁର ଖବର ଶୁଣିବାକୁ ମିଳିଛି ଯାହା ଆପଣଙ୍କୁ ଚକିତ କରିଦେବ। ଅଭିନେତ୍ରୀ ଆଶା ଚୌଧୁରୀ ଆମ ଗହଣରେ ଆଉ ନାହାନ୍ତି। ତାଙ୍କର ମୃତ୍ୟୁ ଖବର ହୁଏତ ଆପଣମାନଙ୍କୁ ବିଶ୍ୱାସ ହୋଇନପରେ କିନ୍ତୁ ଘଟଣାଟି ସତ।

ଅଭିନେତ୍ରୀ ଆଶା ଚୌଧୁରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଶା ଚୌଧୁରୀଙ୍କୁ ଜାଣି ନଥିବେ। ଏହାର କାରଣ ହେଉଛି ସେ ହେଉଛନ୍ତି ଜଣେ ବାଂଲାଦେଶୀ ଅଭିନେତ୍ରୀ। ସେ ଅନେକ ଗୁଡିଏ ଟିଭି ସିରିଏଲ, ଚଳଚିତ୍ର ଏହା ବ୍ୟତୀତ ୱେବସିରିସରେ ମଧ୍ୟ କାମ କରିସାରିଛନ୍ତି। ଆଶା ଚୌଧୁରୀଙ୍କର ବୟସ ମାତ୍ର ୨୩ ହୋଇଥିବା ବେଳେ ସେ +୩ରେ ପାଠ ପଢୁଥିଲେ।

ରୂପ ନଗର ରେସିଡେଣ୍ଟାଲ ରୋଡ଼ରେ ସ୍କୁଟିରେ ଯାଉଥିବା ସମୟରେ ଗୋଟିଏ ଟ୍ରକ ସହିତ ତାଙ୍କର ମୁହାଁମୁହିଁ ଧୋକା ହୋଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହା ଦେଖି ହସ୍ପିଟାଲରେ ମଧ୍ୟ ଅନେକ ଲୋକ ଦେଖିବା ପାଇଁ ଆସିଥିଲେ।

ଆଶା ଚୌଧୁରୀ ବାଂଲାଦେଶୀ ଟେଲିଭିଜନ ରେ କାମ କରିବା ସହିତ ଫିଜିଓଥେରାପି ଡିପାର୍ଟମେଂଟରେ ଷ୍ଟୁଡେଣ୍ଟ ମଧ୍ୟ ରହିଛନ୍ତି। ମାତ୍ର ୨୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଲା। ଆଶା ଚୌଧୁରୀଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଦେଇଛି। ଅଳ୍ପ କିଛି ବୟସରେ ଅଭିନୟ ଜଗତରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଥିଲେ। ଏହା ବ୍ୟତୀତ ନିକଟରେ ତାଙ୍କର ଏକ ୱେବସିରିସ ଆସିବାର ଥିଲା।

ତାହା ଆସିବା ପୂର୍ବରୁ ଆଶା ଚୌଧୁରୀଙ୍କ ମୃତ୍ୟୁ ସମସ୍ତଙ୍କୁ ନିରାଶ କରିଛି। ତେବେ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବେ। ସିନେମା ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ତାଙ୍କ ସହିତ ଯେଉଁ ତାରକାମାନେ କାମ କରିଥିଲେ ସେମାନେ ମଧ୍ୟ ଅନେକ ଦୁଃଖ ପ୍ରକାଶ କରିଥିଲେ। ତେବେ ସେମାନେ କହିଥିଲେ ଯେ ଆଶା ଚୌଧୁରୀଙ୍କ ଅଭିନୟର ଜାଗା କେହି ନେଇପାରିବେନି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।