ଚଳନ୍ତା ବାଇକରେ ପ୍ରେମୀଯୁଗଳ କରୁଥିଲେ ରୋମାନ୍ସ : ଭିଡିଓ ଭାଇରାଲ ହେବା ପରେ ଖୋଜୁଛି ପୋଲିସ୍…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଶୁଣିବାକୁ ମିଳିଛି। ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ପାଇଁ ପ୍ରେମ ଶାଶ୍ୱତ ଓ ଚିରନ୍ତନ ଅଟେ। ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଭୁଲି ଯିବା ସହିତ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ସବୁ କିଛି କୁ ଗୋଡ଼ରେ ଆଡେଇ ଦେଇ ତାଙ୍କ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ପ୍ରେମରେ ଅନ୍ଧ ହୋଇ ସ୍ଥାନ, କାଳ ଓ ପାତ୍ର ନ ଦେଖି ପ୍ରେମ କରି ବସୁଛନ୍ତି ଓ ଯାହା ଫଳରେ କି ସେମାନେ ବହୁତ ବଡ଼ ଅସୁବିଧାର ମଧ୍ୟ ସମ୍ମୁଖିନ ହୋଇ ପାରନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ରାସ୍ତା ଉପରେ ବାଇକ ଚଳାଉ ଥିବା ସମୟରେ ରୋମାନ୍ସ କରୁ ଥିବାର ସୂଚନା ମିଳୁଛି। ଯାହାକି ସମାଜ ପାଇଁ ଲଜ୍ୟା ଜନକ ବା ନିନ୍ଦନୀୟ କାର୍ଯ୍ୟ ଓ ସେମାନଙ୍କ ପାଇଁ ମଧ୍ୟ ଏହା ଏକ ବିପଦ ପୂର୍ଣ ଘଟଣା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ଭିଆଇପି ରୋଡରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ରୋଡ଼ ଉପରେ ଜଣେ ଯୁବକ, ଜଣେ ଯୁବତୀଙ୍କ ସହ ବାଇକ ଚଲାଇ ଯାଉଥିଲେ। ଯୁବକ ଜଣଙ୍କ ବାଇକ ଚଳାଉଥିବା ସମୟରେ ଯୁବତୀ ଜଣଙ୍କ ତାଙ୍କ ଗାଡିର ଟାଙ୍କି ଉପରେ ଯୁବକଙ୍କୁ ସମ୍ନାକୁ ମୁହଁ କରି ବସି ଥାଆନ୍ତି ଓ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ରୋମାନ୍ସ ମଧ୍ୟ କରୁ ଥାଆନ୍ତି।

ତେବେ ସେହି ସମୟରେ କାରରେ ଯାଉଥିବା ବ୍ୟକ୍ତି ଜଣଙ୍କ ଏହି ଘଟଣାଟିକୁ ଦେଖି ନିଜ ମୋବାଇଲରେ ରେକର୍ଡ଼ କରି, ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଜୋରରେ ଭାଇରଲ ହେବା ପରେ, ପୋଲିସ ଏହି ଘଟଣାକୁ ଦେଖି ଉଭୟଙ୍କୁ ଖୋଜିବାରେ ଲାଗି ପଡିଛନ୍ତି। ସେମାନଙ୍କୁ ଧରି ଉଚିତ ଦଣ୍ଡ ମଧ୍ୟ ଦିଆଯାଉ ବୋଲି ଅନୁରୋଧ କରା ଯାଉଛି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପଳାଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment